Advertisement
Photo Details/zeeodisha/odisha2775898
photoDetails0hindi

Lucky Zodiac Sign: ୨୮ ମଇରେ ଗଜକେଶରୀ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28 May 2025: ଦିନଟିରେ ଗଠନ ହୋଇଥିବା ଶୁଭ ଯୋଗ ପ୍ରଭାବରୁ ତୁଳା ସମେତ ମୋଟ ୫ଟି ରାଶିର ଲୋକେ କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

1/7

ମେଷ, ମିଥୁନ, ସିଂହ, ତୁଳା ଏବଂ ମୀନ ରାଶିର ବ୍ୟକ୍ତିବିଶେଷ ଦିନଟିରେ କିପରି ଶୁଭଫଳ ପାଇବେ ତାହା ନିମ୍ନରେ ଦିଆଯାଇଛି...

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ । ଚତୁରତାର ସହ ସମସ୍ତ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କାମରେ ଆସୁଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର ହୋଇଯିବ । ଇଚ୍ଛା ମୁତାବକ ଲାଭ ଦିନଟିରେ ପାଇବେ । ଶିକ୍ଷାଦାନ, କୋଚିଂ, ରେଷ୍ଟୁରାଣ୍ଟ, ହୋଟେଲ ଇତ୍ୟାଦି ସହିତ ଜଡିତ ଥିଲେ ଦିନଟିରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ଟଙ୍କାକୁ ସଠିକ ସ୍ଥାନରେ ବିନିଯୋଗ କରିବାରେ ସଫଳ ହେବେ। ଚାକିରି କ୍ଷେତ୍ରରେ ନିଜ ଦକ୍ଷତାରୁ ଭଲ ଲାଭ ପାଇବେ। ଆପଣଙ୍କ କାମକୁ ପ୍ରଶଂସା ମିଳିବ । ପରିବାରରେ ସୁଖଦ ପରିବେଶ ରହିବ। ଭାଇ ଭଉଣୀଙ୍କଠାରୁ ସମର୍ଥନ ମିଳିବ । ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ସମନ୍ୱୟ ବଜାୟ ରଖିବାରେ ସକ୍ଷମ ହେବେ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଖୁସିର ଦିନ । ବହୁ ଦିନର ଏକ ଇଚ୍ଛା ପୂରଣ ହୋଇପାରେ । ଆପଣଙ୍କ ମନ ବହୁତ ଖୁସି ହେବ । ଚାକିରି କ୍ଷେତ୍ରରେ କୌଣସି ସ୍ଥାନରୁ ଭଲ ଖବର ଶୁଣିବାକୁ ମିଳିପାରେ । ଆପଣ ଧର୍ଯ୍ୟ ଏବଂ ନମନୀୟତାର ମିଶ୍ରଣ ଦେଖିବେ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହୀ ହେବେ। ହସ୍ପିଟାଲ, ମେଡିକାଲ ଷ୍ଟୋର, ବୈଦେଶିକ ବାଣିଜ୍ୟ, ଆମଦାନୀ-ରପ୍ତାନି ଇତ୍ୟାଦି କ୍ଷେତ୍ରରେ କାମ କରୁଥିଲେ ଆଶାଠାରୁ ଅଧିକ ଲାଭ ମିଳିପାରେ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ଘରେ ସୁଖଦ ପରିବେଶ ରହିବ।

4/7

ସିଂହ ରାଶି

ବୁଧବାର ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଯୋଜନାବଦ୍ଧ କାମ ସଠିକ ସମୟ ଶେଷ ହେବ । କର୍ମକ୍ଷେତ୍ରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କ ଟଙ୍କା କୌଣସି ସ୍ଥାନରେ ଫସି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ଅଛି। ବ୍ୟବସାୟ କାର୍ଯ୍ୟ ପାଇଁ ଦୂର ଯାତ୍ରାରେ ଯାଇପାରନ୍ତି। ଭ୍ରମଣ ଆପଣଙ୍କ ପାଇଁ ସୁଖଦ ସାବ୍ୟସ୍ତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିପାରନ୍ତି । ବ୍ୟବସାୟକୁ ନୂତନ ଉଚ୍ଚତାକୁ ନେବାରେ ସକ୍ଷମ ହେବେ । ରାଜନୀତି, ସାମାଜିକ କ୍ଷେତ୍ର, ମାର୍କେଟିଂ, ସେଲସ ଇତ୍ୟାଦି କ୍ଷେତ୍ରରେ ଜଡିତ ଥିଲେ ଆପଣଙ୍କୁ ବିଶେଷ ଲାଭ ମିଳିପାରେ। ଆପଣଙ୍କ କାମକୁ ପ୍ରଶଂସା ମିଳିବ । ସଫଳତା ମିଳିବାର ସମ୍ଭାବନା ଅଧିକ । ପରିବାରରେ ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ରହିବ।

5/7

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ । ବ୍ୟବସାୟରେ ବଡ଼ ପରିବର୍ତ୍ତନ ହୋଇପାରେ । ସକାରାତ୍ମକ ମନୋଭାବ ରଖି କାମ କଲେ ଅଧିକ ଲାଭ ପାଇବେ। ବ୍ୟବସାୟ ସହିତ ଜଡିତ ଯାତ୍ରା ସଫଳ ହୋଇପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତୀ ହୋଇପାରେ । ଉଚ୍ଚଶିକ୍ଷା ସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ଆରମ ପାଇବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସମର୍ଥନ ପାଇ ଖୁସି ହେବେ । ଜୀବନସାଥୀଙ୍କ ସହ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ।

6/7

ମୀନ ରାଶି

ଆପଣଙ୍କ ପାଇଁ ଏକ ବିଶେଷ ଦିନ ହୋଇପାରେ । ସାହସର ସହ ନେଇଥିବା ନିଷ୍ପତ୍ତିରୁ ଲାଭ ପାଇବେ। ଗଣମାଧ୍ୟମ, ପ୍ରକାଶନ, ଲେଖା ଇତ୍ୟାଦି ସହିତ ଜଡିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରେ। ରିଅଲ୍ ଇଷ୍ଟେଟ୍ ଏବଂ ଯାନବାହାନ ସହ ଜଡିତ କ୍ଷେତ୍ରରେ କାମ କରୁଥିଲେ ଆର୍ଥିକ ଲାଭ ଅଧିକ ହେବ । ପରିବାରରେ ସୁଖ ଏବଂ ସମୃଦ୍ଧି ରହିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। ପ୍ରେମ ସମ୍ପର୍କରେ ଥିଲେ ସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;