Advertisement
Photo Details/zeeodisha/odisha2701292
photoDetails0hindi

Mercury Transit: ମଙ୍ଗଳ ଏବଂ ବୁଧଙ୍କ ଗତିପଥ ପରିବର୍ତ୍ତନ, ୫ ରାଶିକୁ ଆର୍ଥିକ ଲାଭ

Budh Gochar: ୩ ଏପ୍ରିଲଠାରୁ ମଙ୍ଗଳ ଏବଂ ବୁଧ ଗ୍ରହଙ୍କ ଚଳନର ପ୍ରଭାବ ୫ଟି ରାଶି ଉପରେ ଅଧିକ ପଡିବାର ସମ୍ଭାବନା ଅଛି। ଦୁଇଟି ଗ୍ରହର ମିଳିତ ପ୍ରଭାବ କାରଣରୁ ୫ଟି ରାଶିର ବ୍ୟକ୍ତି ଉପକୃତ ହେବାକୁ ଯାଉଛନ୍ତି ।

1/6

ମେଷ ରାଶି

ମଙ୍ଗଳଙ୍କ କର୍କଟ ରାଶିରେ ଚଳନ ଆପଣଙ୍କୁ କ୍ୟାରିଅର ଏବଂ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିପାରେ । ଏହି ସମୟ ମଧ୍ୟରେ ଆପଣଙ୍କ ପାଇଁ ଭଲ ସୁଯୋଗ ଆସିପାରେ । କଠିନ ପରିଶ୍ରମର ଉପଯୁକ୍ର ଫଳାଫଳ ମିଳିବ । କ୍ୟାରିୟରରେ ସଫଳତା ମିଳିପାରେ । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ମାନସିକ ଶାନ୍ତି ପାଇବେ । ଯୋଗାଯୋଗ ଦକ୍ଷତା ବୃଦ୍ଧି କରିବ । ବୃତ୍ତିଗତ ଜୀବନରେ ସହକର୍ମୀଙ୍କ ସହ ସମ୍ପର୍କ ମଜବୁତ ହେବ । ଆୟ ବଢିବାକୁ କରିଥିବା ପ୍ରୟାସ ଶୁଭ ପ୍ରମାଣିତ ହୋଇପାରେ।

2/6

ବୃଷ ରାଶି

କର୍କଟ ରାଶିରେ ମଙ୍ଗଳ ଚଳନ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ । ପରିବାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇଯିବ । ପାରିବାରିକ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବେ । କ୍ୟାରିୟରରେ ଅଭିବୃଦ୍ଧିର ସମ୍ଭାବନା ରହିଛି। ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କୁ ବ୍ୟବସାୟରେ ସଫଳତା ପ୍ରଦାନ କରିବ ।

3/6

କର୍କଟ ରାଶି

ଆପଣଙ୍କ ରାଶିରେ ମଙ୍ଗଳଙ୍କ ଚଳନ ହେଉଛି । ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ହେବ । କ୍ୟାରିୟରରେ ନୂଆ ସୁଯୋଗ ସୃଷ୍ଟି ହେବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଉଭୟ କ୍ଷେତ୍ରରେ ପ୍ରଗତି କରିବେ । ବୁଧଙ୍କ ଚଳନ ଆପଣଙ୍କୁ ଯୋଗାଯୋଗ କ୍ଷେତ୍ରରେ ଆଗକୁ ବଢାଇବ । କରିଥିବା ଯୋଜନା ସଫଳ ହୋଇପାରେ। ବ୍ୟବସାୟରେ ନିବେଶରୁ ଭଲ ଲାଭ ପାଇବେ । କୌଣସି ସ୍ଥାନରେ ଟଙ୍କା ଫସିଥିଲେ ଫେରି ପାଇବାର ସମ୍ଭାବନା ରହିଛି ।

4/6

ବିଛା ରାଶି

କର୍କଟ ରାଶିରେ ମଙ୍ଗଳଙ୍କ ଚଳନ ଆପଣଙ୍କୁ ମଧ୍ୟମ ଧରଣର ଫଳାଫଳ ଦେବ । ଏହା ଆପଣଙ୍କ ପାଇଁ ସତର୍କ ରହିବାର ସମୟ । ବୁଧଙ୍କ ଚଳନରୁ ଆପଣ ଉପକୃତ ହୋଇପାରନ୍ତି । ଆର୍ଥିକ ମାମଲାରେ ନିଷ୍ପତ୍ତି ନେବା ସମୟରେ ଟିକେ ସତର୍କ ରୁହନ୍ତୁ । ଯାହା ଦ୍ଵାରା ଆପଣ କ୍ଷତିରୁ ରକ୍ଷା ପାଇପାରିବେ। କିନ୍ତୁ ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ସଙ୍କଟ ଥିଲେ ତାହା ଦୂରେଇଯିବ ।

5/6

ଧନୁ ରାଶି

କର୍ମକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । କ୍ୟାରିଅର ଏବଂ ବ୍ୟବସାୟରେ ଭଲ ଲାଭ ମିଳିବ । ଆତ୍ମବିଶ୍ୱାସ ବଢିବ । ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ ​​କରିବ । ନୂତନ ନିବେଶ କରିବାକୁ ସୁଯୋଗ ମିଳିବ । ପ୍ରତ୍ୟକ ପ୍ରୟାସରେ ଭଲ ଫଳାଫଳ ମିଳିପାରେ । ଆୟ ବୃଦ୍ଧିର ସମ୍ଭାବନା ରହିଛି ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;