ମଙ୍ଗଳଙ୍କ ଚଳନ ଯୋଗୁଁ କେଉଁ ୫ ଟି ରାଶିର ବ୍ୟକ୍ତିବିଶେଷ ଭାଗ୍ୟବାନ ହେବେ ଆସନ୍ତୁ ଜାଣିବା ।
ମେଷ, ମିଥୁନ, ସିଂହ, କନ୍ୟା ଏବଂ ବିଛା ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା
ମେଷ ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କ ରାଶିର ସପ୍ତମ ଘରେ ହେବାକୁ ଯାଉଛି। ଏପରି ପରିସ୍ଥିତିରେ, ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଅନେକ ନୂଆ ସୁଯୋଗ ମିଳିବ। ବିବାହିତ ବ୍ୟକ୍ତିମାନଙ୍କୁ ଜୀବନରେ ଖୁସି ମିଳିବ । ଜୀବନସାଥୀଙ୍କ ସମର୍ଥନ ପାଇ ଖୁସି ହେବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଚତତୁରତାର ସହ ଅନେକ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ବ୍ୟକ୍ତିଗତ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣଙ୍କୁ ଆଶ୍ୱସ୍ତି ମିଳିବ।
ମିଥୁନ ରାଶି
ଆପଣଙ୍କ ରାଶିର ଚତୁର୍ଥ ଘରେ ମଙ୍ଗଳ ଚଳନ ହେବ । ମଙ୍ଗଳଙ୍କ ଚଳନ ଆପଣଙ୍କୁ ସାହସୀ ଏବଂ ନିର୍ଭୀକ କରିବ। ସାହସର ସହ ନିଷ୍ପତ୍ତି ନେବାକୁ ଆପଣ ସକ୍ଷମ ହେବେ । ଜୀବନରେ ସୃଜନଶୀଳତା ଏବଂ ଉତ୍ସାହ ବଜାୟ ରହିବ। ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ। ମାଆଙ୍କର କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ଏବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ସମ୍ଭାବନା ଅଧିକ । ନୂତନ ଯାନବାହାନ କିଣିପାରନ୍ତି ।
ସିଂହ ରାଶି
ଆପଣଙ୍କ ପାଇଁ ମଙ୍ଗଳଙ୍କ ଚଳନ ବହୁତ ଶୁଭ ସାବ୍ୟସ୍ତ ହେବ । ନିବେଶରୁ ଭଲ ରୋଜଗାର ହେବାର ସମ୍ଭାବନା ରହିଛି। ଆପଣ ଶୀଘ୍ର ଲାଭ ହାସଲ କରିପାରିବେ। କ୍ୟାରିୟର ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । କିଛି ବଡ଼ ଖୁସି ଖବର ମିଳିପାରେ । ଚାକିରି କ୍ଷେତ୍ରରେ ଆଶ୍ୱସ୍ତି ମିଳିବ । ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ। ବନ୍ଧୁମାନଙ୍କ ସହିତ ଭଲ ସମୟ ବିତାଇବେ। ଅବିବାହିତ ହୋଇଥିଲେ ଭଲ ବିବାହ ପ୍ରସ୍ତାବ ମିଳିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।
କନ୍ୟା ରାଶି
ଆପଣଙ୍କ ଲଗ୍ନ ଘରେ ମଙ୍ଗଳଙ୍କ ଚଳନ ହେବ । ଏହି ସମୟରେ ଆପଣ ସୁଖ, ସମୃଦ୍ଧି ଏବଂ ସଫଳତା ପାଇବେ। କ୍ୟାରିୟରରେ ନୂଆ ସୁଯୋଗ ମିଳିପାରେ । ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ପାଇବେ। ଅନେକ ଲୋକ ଆପଣଙ୍କ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେବେ । ଆପଣ ସହଜରେ ଅନେକ କିଛି ଶିଖିପାରିବେ । କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ଉଭୟ ମଧ୍ୟରେ ଭଲ ସମନ୍ୱୟ ବଜାୟ ରଖିବେ । ଲାଭ ହାସଲ କରିବାର ଭଲ ସୁଯୋଗ ମଧ୍ୟ ମିଳିବ।
ବିଛା ରାଶି
ମଙ୍ଗଳଙ୍କ ଚଳନ ଆପଣଙ୍କ ରାଶିର ତୃତୀୟ ଘରେ ହେବାକୁ ଯାଉଛି। କ୍ୟାରିୟର ଦୃଷ୍ଟିରୁ ବହୁତ ଭଲ ସୁଯୋଗ ଆସିବ। ଆର୍ଥିକ କ୍ଷେତ୍ରରେ ଭାଗ୍ୟର ସମର୍ଥନ ମିଳିବ। ବୈବାହିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଚାକିରି ଏବଂ ବ୍ୟବସାୟରେ ପ୍ରଗତି ହେବ । ଆପଣଙ୍କୁ ଅପ୍ରତ୍ୟାଶିତ ଉତ୍ସରୁ ଟଙ୍କା ମିଳିପାରେ। ଆପଣଙ୍କ ସାମାଜିକ ସ୍ଥିତି ବୃଦ୍ଧି ପାଇବ । ପରିବାରରେ ହସ ଖୁସିର ବାତାବରଣ ରହିବ। ଛୋଟମୋଟ ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ତେଣୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़