ଜ୍ୟୋତିଷଙ୍କ ମତ ଅନୁସାରେ, ଶନି ଏବଂ ବୃହସ୍ପତି ଉଭୟ ଗ୍ରହ ବୁଧଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ନୁହେଁ । ଶନିଙ୍କ ନକ୍ଷତ୍ରରେ ବୁଧଙ୍କ ଚଳନ କାରଣରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ସମସ୍ୟା ବଢ଼ିପାରେ ।
ମେଷ ରାଶି
ଆପଣଙ୍କ ଆର୍ଥିକ ଏବଂ କ୍ୟାରିଅର କ୍ଷେତ୍ରରେ ସମସ୍ୟା ବଢିପାରେ । ଦେଖି ଚାହିଁ ଟଙ୍କା ଖର୍ଚ୍ଚ କରନ୍ତୁ, ନଚେତ୍ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଫିସରେ ସହକର୍ମୀ ଏବଂ ବରିଷ୍ଠ କର୍ମୀଙ୍କ ସହ ଭୁଲ ବୁଝାମଣା ହୋଇପାରେ । କୌଣସି ସ୍ଥାନରେ ନିବେଶ କରିବାକୁ ଚାହୁଁଥିଲେ ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
ବୃଷ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ନକରାତ୍ମକ ସାବ୍ୟସ୍ତ ହୋଇପାରେ । ସାମାଜିକ ପ୍ରତିଷ୍ଠା ହାନି ହେବା ସହ ମାନସିକ ଚାପ ସୃଷ୍ଟି କରିପାରେ। ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ମତଭେଦ ଦେଖାଦେଇପାରେ । ବାଦ ବିବାଦ ଏବଂ ଝଗଡ଼ାରୁ ଦୂରରେ ରୁହନ୍ତୁ । କୌଣସି ବିବାଦୀୟ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ । ମାନସିକ ଅସ୍ଥିରତା ଏବଂ ନିଦ୍ରା ସମସ୍ୟା ଦେଖାଦେଇପାରେ। ପ୍ରତ୍ୟକ ଦିନ କିଛି ସମୟ ଧ୍ୟାନ କରିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।
ସିଂହ ରାଶି
ଆପଣଙ୍କ ପାଇଁ ଏହି ସମୟ କଷ୍ଟକର ସାବ୍ୟସ୍ତ ହୋଇପାରେ। ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ତାହା ଅଧିକ ସମସ୍ୟାରେ ପକାଇପାରେ । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ଆପଣଙ୍କ ସହ କେହି ବିଶ୍ୱାସଘାତକତା କରିପାରେ । ଭାବପ୍ରବଣତାରେ କୌଣସି ବଡ଼ ନିଷ୍ପତ୍ତି ଗ୍ରହଣ କରନ୍ତୁ ନାହିଁ। ନିୟମିତ ଯୋଗ କରିବା ସହ ଧର୍ଯ୍ୟ ବଜାୟ ରଖନ୍ତୁ ।
ବିଛା ରାଶି
ବ୍ୟବସାୟ, ଚାକିରି ଏବଂ ସମ୍ପତ୍ତି ସମ୍ବନ୍ଧୀୟ ଜଟିଳତା ଦେଖାଦେଇପାରେ । ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ପାରିବାରିକ ଜୀବନରେ ସମ୍ପତ୍ତି ସମ୍ବନ୍ଧୀୟ କୌଣସି ବିବାଦ ଉପୁଜିପାରେ। ତରବର ଭାବେ କୌଣସି କାରବାର କରନ୍ତୁ ନାହିଁ।
ମୀନ ରାଶି
ଆପଣଙ୍କ ରାଶିରେ ବୁଧଙ୍କ ଚଳନ ନକରାତ୍ମକ ପ୍ରଭାବ ପକାଇପାରେ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ହ୍ରାସ ହୋଇପାରେ । ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହୋଇପାରେ । ଚିନ୍ତାଧାରାରେ ପରିବର୍ତ୍ତନ ଆସିପାରେ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ୟା ବଢିପାରେ । ଭାବିଚିନ୍ତି ପ୍ରତ୍ୟେକ ପଦକ୍ଷେପ ନିଅନ୍ତୁ । କୌଣସି ବଡ଼ ନିଷ୍ପତ୍ତି ନେଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़