Advertisement
Photo Details/zeeodisha/odisha2698085
photoDetails0hindi

Shani Gochar 2025: ସୂର୍ଯ୍ୟ ପରାଗରେ ଶନିଙ୍କ ଚଳନ କେଉଁ ରାଶି ପାଇଁ ଶୁଭ ? ଜାଣନ୍ତୁ ଜୋତିଷଙ୍କ ମତ

Saturn Transit 2025: ମାର୍ଚ୍ଚ ୨୯ ରାତି ୯ଟା୪୪ ରେ ମୀନ ରାଶିରେ ଶନି ଚଳନ କରିବେ । ଶନିଙ୍କ ଚଳନରୁ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହେବେ । କିଛି ରାଶିର ବ୍ୟକ୍ତି ସକରାତ୍ମକ ଏବଂ ଆଉ କିଛି ନକରାତ୍ମକ ଫଳାଫଳ ପାଇବେ ।

1/13

ମେଷ ରାଶି

ଆପଣଙ୍କ ରାଶିର ଦ୍ୱାଦଶ ଘରେ ଶନିଙ୍କ ଚଳନ ହେବ । ଶନିଙ୍କ 'ସାଢେ ସତୀ' ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଆପଣଙ୍କ ଚାକିରି କ୍ଷେତ୍ରରେ ସମସ୍ୟା ଉପୁଜିପାରେ । ବିଶେଷ କରି ସ୍ଥାନାନ୍ତର ସମ୍ଭାବନା ରହିଛି । ବ୍ୟବସାୟରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅତ୍ୟଧିକ ବିପଦ ନେବାରୁ ଦୂରେଇ ରହିବା ଭଲ । ପାରିବାରିକ ବିବାଦ ଉପୁଜିପାରେ । କ୍ରୋଧ ଏବଂ କଟୁ ଶବ୍ଦ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ଖାଦ୍ୟପେୟରେ ସନ୍ତୁଳନ ବଜାୟ ରଖନ୍ତୁ। ସତର୍କତାର ସହ ଯାନବାହାନ ଚଳାନ୍ତୁ ।

2/13

ବୃଷ ରାଶି

ଆପଣଙ୍କ ରାଶିର ଏକାଦଶ ଘରେ ଶନିଙ୍କ ଚଳନ ହେବ । ଶନିଙ୍କ ଚଳନ କାରଣରୁ ଆପଣ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବେ । ଶନିଙ୍କ ଚଳନ ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ଲାଭ ଆଣିଦେବ। ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ଅଧିକ ସମ୍ଭାବନା ରହିଛି । ବ୍ୟବସାୟକୁ ବଢାଇବାକୁ ଯୋଜନା କରି ସଫଳ ହେବେ । ମାନସିକ ଚାପ ଦୂର ହୋଇଯିବ। ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଘରୋଇ ବାଦ ବିବାଦ ଥିଲେ ତାହା ଦୂର ହୋଇଯିବ। ସନ୍ତାନମାନଙ୍କଠାରୁ ଖୁସି ଖବର ମିଳିବ।

3/13

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ଉପରେ ଶନିଙ୍କ ଭ୍ରମଣ ମିଶ୍ରିତ ପ୍ରଭାବ ପକାଇବ। ଆପଣଙ୍କ କ୍ୟାରିୟରରେ ଆପଣଙ୍କୁ ନୂତନ ସୁଯୋଗ ମିଳିବ। ଲକ୍ଷ୍ୟ ହାସଲ କରିବାକୁ ହେଲେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ସ୍ୱାସ୍ଥ୍ୟରେ ଉତ୍ଥାନ-ପତନ ହେବ। ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆୟର ଉତ୍ସ ସ୍ୱାଭାବିକ ରହିବ। ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ଉନ୍ନତି ହେବ। ଅସାବଧାନତାରୁ ଦୂରେଇ ରୁହନ୍ତୁ, ନଚେତ୍ କ୍ଷତି ହୋଇପାରେ।

4/13

କର୍କଟ ରାଶି

ଆପଣଙ୍କ ପାଇଁ ଶନିଙ୍କ ଚଳନ ସୁଖଦ ପ୍ରମାଣିତ ହେବ । ଶନିଙ୍କ ଚଳନ ଆପଣଙ୍କ ରାଶିର ନବମ ଘରେ ହେବ । ନିଜ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିବ । କଠିନ ପରିଶ୍ରମ ଫଳପ୍ରଦ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ଧିରେ ଧିରେ ମୁକୁଳିବେ । ବ୍ୟବସାୟିକ ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସମୟ ଭଲ ।

5/13

ସିଂହ ରାଶି

ଆପଣଙ୍କ ରାଶିର ଅଷ୍ଟମ ଘରେ ଶନିଙ୍କ ଚଳନ ହେବ। ତେଣୁ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ପାରିବାରିକ ଜୀବନରେ ସମସ୍ୟା ଉପୁଜିପାରେ । ହଠାତ୍ ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । ଆୟ କମ ହୋଇପାରେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଶାନୁରୂପ ଫଳାଫଳ ମିଳିବ ନାହିଁ । ଆଇନ ଉଲ୍ଲଂଘନ କରିବାଠାରୁ ଆପଣ ଦୂରେଇ ରୁହନ୍ତୁ।

6/13

କନ୍ୟା ରାଶି

ଶନିଙ୍କ ଚଳନରୁ ଆପଣ ମିଶ୍ରିତ ଫଳାଫଳ ପାଇବେ । ବ୍ୟବସାୟରେ ଲାଭ ଏବଂ କ୍ଷତି ଉତ୍ଥାନ ପତନ ଲାଗିରହିବ । ଚିଡ଼ିଚିଡ଼ା ମନୋଭାବ ରହିପାରେ। ଦରମା ବୃଦ୍ଧି ଏବଂ ଚାକିରି ପଦୋନ୍ନତି ଇତ୍ୟାଦି ସ୍ୱାଭାବିକ ହେବ। ପରିବାରରେ ଉତ୍ତେଜନା ଦେଖାଦେଇପାରେ । କଥାବାର୍ତ୍ତା ଏବଂ ଆଚରଣରେ ସଂଯମତା ରକ୍ଷା କରନ୍ତୁ । ଛାତ୍ରଛାତ୍ରୀମାନେ ମଧ୍ୟ ମିଶ୍ରିତ ଫଳାଫଳ ପାଇବେ ।

7/13

ତୁଳା ରାଶି

ଆପଣଙ୍କ ପାଇଁ ଶନିଙ୍କ ଚଳନ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ ରାଶିର ଷଷ୍ଠ ଘରେ ଶନି ଚଳନ କରିବେ । ଆୟର ଉତ୍ସ ବୃଦ୍ଧି ହେବାକୁ ଲାଗିବ । ସନ୍ତାନମାନଙ୍କ ସହ ଜଡିତ ଖୁସି ପାଇବେ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଚାକିରି କ୍ଷେତ୍ରରେ ଦରମା ବଢିବ । ଇଚ୍ଛି ମୁତାବକ ସ୍ଥାନକୁ ସ୍ଥାନାନ୍ତର ହୋଇପାରନ୍ତି। ବ୍ୟବସାୟରେ ଥିବା ବାଧାରୁ ମୁକ୍ତି ପାଇବେ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ।

8/13

ବିଛା ରାଶି

ଶନିଙ୍କ ଚଳନ ଆପଣଙ୍କୁ ସମସ୍ୟାରୁ ମୁକ୍ତି ଦେଇପାରେ । ବ୍ୟବସାୟକୁ ବିସ୍ତାର କରିବାରେ ସକ୍ଷମ ହେବେ । ନୂତନ ନିବେଶ ଆପଣଙ୍କ ପାଇଁ ଲାଭଜନକ ହୋଇପାରେ । ଜୀବନସାଥୀଙ୍କ ସହ ସମ୍ପର୍କରେ ଉନ୍ନତି ହେବ। ଖର୍ଚ୍ଚ କମ୍ ଏବଂ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଭଲ ରହିବ । ଚିଡିଚିଡାପଣ ଦୂର ହୋଇଯିବ। ଋଣ ନେଇଥିଲେ ପରିଶୋଧ କରିବାକୁ ସକ୍ଷମ ହେବେ । ଶିକ୍ଷା କ୍ଷେତ୍ରରେ ବିଶେଷ ଲାଭ ପାଇବେ ।

9/13

ଧନୁ ରାଶି

ଶନିଙ୍କ ଚଳନ କାରଣରୁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଶେଷ କରି ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଆପଣଙ୍କୁ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। ବିବାହ ବିଳମ୍ୱ ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଉତ୍ଥାନ-ପତନ ହେବ । ବ୍ୟବସାୟରେ ବାଧା ଉପୁଜିବ ।

10/13

ମକର ରାଶି

ଆପଣଙ୍କ ଶନି ସାଢେସତୀ ଶେଷ ହେଉଛି। ଫଳରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଘରୋଇ ବିବାଦରୁ ମୁକ୍ତି ପାଇବେ। ମାନ ସମ୍ମାନ ବଢିବାକୁ ଲାଗିବ । ଆୟ ଉତ୍ସ ବୃଦ୍ଧି ହେବ । ପୁରୁଣା ନିବେଶରୁ ଭଲ ଲାଭ ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ଏବଂ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟରେ ଅଭିବୃଦ୍ଧିର ସମ୍ଭାବନା ଅଛି। ଶିକ୍ଷା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ଥିଲେ ତାହା ଦୂର ହୋଇଯିବ। କଠିନ ପରିଶ୍ରମର ଉପଯୁକ୍ତ ଫଳାଫଳ ଆପଣ ପାଇବେ ।

11/13

କୁମ୍ଭ ରାଶି

ଆପଣଙ୍କ ରାଶିର ଦ୍ୱିତୀୟ ଘରେ ଶନିଙ୍କ ଚଳନ ହେବ । ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଅସାବଧାନତା କାରଣରୁ ଆର୍ଥିକ କ୍ଷତି, ଦୁର୍ଘଟଣା ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡିପାରେ । ବିପଦପୂର୍ଣ୍ଣ ନିବେଶରୁ ଦୂରେଇ ରହିବା ଭଲ । କ୍ୟାରିୟରରେ ବାଧା ଉପୁଜିପାରେ । କଠିନ ପରିଶ୍ରମର ଅନୁକୂଳ ଫଳାଫଳ ପାଇବେ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।

12/13

ମୀନ ରାଶି

ଆପଣଙ୍କ ପାଇଁ ସାଢେ ସତୀର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଆପଣ ଆଳସ୍ୟ ଅନୁଭବ କରିପାରନ୍ତି। ମାନସିକ ଚାପରେ ପଡିପାରନ୍ତି । ବ୍ୟବସାୟରେ ସତର୍କତାର ସହିତ ଆଗକୁ ବଢ଼ନ୍ତୁ। ନୂଆ କାମକୁ ଏହି ସମୟରେ ସ୍ଥଗିତ ରଖିବା ଭଲ । ଘରେ ବାଦ ବିବାଦର ପରିସ୍ଥିତି ସାମ୍ନା କରିବାକୁ ପଡିପାରେ । ବ୍ୟବସାୟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ।

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;