Shukra Gochar 2025: ୨୬ ଜୁଲାଇ, ୨୦୨୫ରେ ଶୁକ୍ର ମିଥୁନ ରାଶିରେ ଚଳନ କରିଛନ୍ତି ଏବଂ ଆଗକୁ ୧ ଅଗଷ୍ଟରେ ଶୁକ୍ର ଆର୍ଦ୍ରା ନକ୍ଷତ୍ରରେ ଚଳନ କରିବେ। ଏହି ଚଳନ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ଜ୍ୱଳ କରିପାରେ। କିଛି ରାଶିର ବ୍ୟକ୍ତି ଆର୍ଥିକ ଲାଭ, ବିଦେଶ ଯାତ୍ରା ଏବଂ କ୍ୟାରିୟରରେ ଶୁଭ ଫଳ ପାଇପାରନ୍ତି ।
ମିଥୁନ, ସିଂହ ଏବଂ ଧନୁ ରାଶିବ ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବା
ମିଥୁନ ରାଶି
ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ଆପଣ ଶୁଭଫଳ ପାଇବେ । ଶୁକ୍ର ବର୍ତ୍ତମାନ ଲଗ୍ନ ଘରେ ଚଳନ କରୁଛନ୍ତି। ଆପଣଙ୍କ ବ୍ୟକ୍ତିତ୍ୱରେ ଉନ୍ନତି ଘଟିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟଶୈଳୀରେ ଉନ୍ନତି ହେବ । ଆପଣଙ୍କୁ ଲୋକଙ୍କ ପ୍ରଶଂସା ମିଳିବ। ବୈବାହିକ ଜୀବନରେ ପ୍ରେମ ଏବଂ ସମନ୍ୱୟ ବୃଦ୍ଧି ପାଇବ। ସହଭାଗୀତାରେ ବ୍ୟବସାୟ କରୁଥିଲେ ଲାଭ ମିଳିବାର ସମ୍ଭାବନା ରହିଛି। ଆଇନଗତ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ଅବିବାହିତ ଥିଲେ ବିବାହ ପ୍ରସ୍ତାବ ମିଳିବ । ବୈବାହିକ ଜୀବନ ସୁଖମୟ ହେବ।
ସିଂହ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । ଶୁକ୍ର ବର୍ତ୍ତମାନ ଆପଣଙ୍କ ରାଶିରୁ ଏକାଦଶ ଘରେ ଅଛନ୍ତି। ଏହି ଘର ଆୟ, ଲାଭ ଏବଂ ସାମାଜିକ ସମ୍ପର୍କର ପ୍ରତୀକ। ଆପଣଙ୍କ ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ । ଦରମା ବୃଦ୍ଧିର ସମ୍ଭାବନା ରହିଛି । ପ୍ରେମ ଜୀବନରେ ମଧୁରତା ରହିବ। ନିବେଶରୁ ଭଲ ଲାଭ ହେବାର ସମ୍ଭାବନା ରହିଛି।
ଧନୁ ରାଶି
ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହୋଇପାରେ। ବର୍ତ୍ତମାନ ଶୁକ୍ର ଆପଣଙ୍କ ରାଶିରୁ ନବମ ଘରେ ଚଳନ କରୁଛନ୍ତି । ଏହା ଭାଗ୍ୟ, ଧର୍ମ ଏବଂ ଲମ୍ବା ଯାତ୍ରାର ଘର। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପଡ଼ି ରହିଥିବା କାମ ଶେଷ ହେବାର ସମ୍ଭାବନା ଅଛି। ଚାକିରି ଏବଂ ବ୍ୟବସାୟରେ ଉନ୍ନତି କରିବେ । ଆପଣଙ୍କୁ ବରିଷ୍ଠ ବ୍ୟକ୍ତିଙ୍କଠାରୁ ସମର୍ଥନ ମିଳିବ। କୌଣସି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସମୟ ବିଶେଷ ଅନୁକୂଳ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़