Sun Transit: ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ଭାବେ ବିବେଚନା କରାଯାଇଛି । ୨୫ ମଇ, ୨୦୨୫ ସକାଳେ କୃତ୍ତିକା ନକ୍ଷତ୍ର ଛାଡି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ସୂର୍ଯ୍ୟ। ରୋହିଣୀ ନକ୍ଷତ୍ରର କର୍ତ୍ତା ହେଉଛନ୍ତି ଚନ୍ଦ୍ର । ସୂର୍ଯ୍ୟଙ୍କ ଚଳନ କାରଣରୁ ୩ ଟି ରାଶିର ଭାଗ୍ୟରେ ସକରାତ୍ମକ ପ୍ରଭାବ ରହିବ ।
ରୋହିଣୀ ନକ୍ଷତ୍ର ବୃଷ ରାଶି ଅଧିନରେ ପଡ଼ିଥାଏ । ଏହି ନକ୍ଷତ୍ରର ସ୍ୱାମୀ ଶୁକ୍ର ଏବଂ ଏହି ନକ୍ଷତ୍ରର ଦେବତା ବ୍ରହ୍ମା। ଆସନ୍ତୁ ଜାଣିବା, ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ଦ୍ୱାରା କେଉଁ ୩ଟି ରାଶି ଉପରେ ସବୁଠାରୁ ଅଧିକ ସକାରାତ୍ମକ ପ୍ରଭାବ ପଡ଼ିବ ।
ମେଷ ରାଶି
ଆପଣଙ୍କ ପାଇଁ ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ବୃତ୍ତିଗତ ଜୀବନରେ ଦ୍ରୁତ ପ୍ରଗତି ହେବ । ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ । ସରକାରୀ ଚାକିରି କିମ୍ବା ଉଚ୍ଚ ପଦବୀରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ବହୁତ ଲାଭଦାୟକ ପ୍ରମାଣିତ ହେବ। ସାମାଜିକ ସ୍ତରରେ ଆପଣଙ୍ର ପ୍ରତିଷ୍ଠା ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିପାରେ।
ବୃଷ ରାଶି
ସୂର୍ଯ୍ୟ ଆପଣଙ୍କ ରାଶିରେ ଚଳନ କରୁଛନ୍ତି। ଏହା ଆପଣଙ୍କର ଆତ୍ମବିଶ୍ୱାସ ଏବଂ ନେତୃତ୍ୱ ଦକ୍ଷତା ବୃଦ୍ଧି କରିବ। କ୍ୟାରିୟରରେ ନୂତନ ପରିଚୟ ହାସଲ କରିବେ । ବ୍ୟବସାୟରେ ଆପଣଙ୍କୁ ନୂତନ ଚୁକ୍ତି ମିଳିପାରେ। ଶିକ୍ଷା କ୍ଷେତ୍ର ସହିତ ଜଡିତ ଥିଲେ ଉଭୟ ଧନ ଏବଂ ସମ୍ମାନ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ଅନୁଭବ କରିବେ।
ସିଂହ ରାଶି
ସୂର୍ଯ୍ୟ ଆପଣଙ୍କ ରାଶିର ଶାସକ ଗ୍ରହ । ଏହି ସମୟରେ ଆପଣଙ୍କ ସମସ୍ତ ଯୋଜନା ସାକାର ହୋଇପାରେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଉଚ୍ଚ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ। ନିଜ ଦକ୍ଷତା କାରଣରୁ ଆପଣଙ୍କୁ ନୂତନ ସୁଯୋଗ ମିଳିପାରେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରରେ ଖୁସି ବଜାୟ ରହିବ। କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଛି।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़