Advertisement
Photo Details/zeeodisha/odisha2728397
photoDetails0hindi

Surya Gochar 2025: ସୂର୍ଯ୍ୟ କରିବେ ରାଶି ପରିବର୍ତ୍ତନ, ସୁନାପରି ଚମକିବେ ୩ଟି ରାଶି

Sun Transit: ବୃଷ ରାଶିରେ ସୂର୍ଯ୍ୟଙ୍କ ଚଳନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଚାକିରିରେ ପଦୋନ୍ନତି ଏବଂ ନିବେଶରେ ଆର୍ଥିକ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ତାଲିକାରେ ଅଛନ୍ତି ।

1/5

Surya Gochar 2025: ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟକୁ ଆତ୍ମାର କାରକ ଭାବରେ ବିବେଚନା କରାଯାଇଛି । ସୂର୍ଯ୍ୟଙ୍କୁ ସିଂହ ରାଶିର ଶାସକ ଗ୍ରହ ଭାବେ ପରିଗଣିତ କରାଯାଏ । ଏହା ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟଙ୍କ ଆଶୀର୍ବାଦ ସର୍ବଦା ଏହି ରାଶି ଉପରେ ରହିଥାଏ । ସୂର୍ଯ୍ୟ ଯେବେ ରାଶି ପରିବର୍ତ୍ତନ କରନ୍ତି, ସେତେବେଳେ ସେ ବିଭିନ୍ନ ରାଶିରେ ପ୍ରଭାବ ପକାଇଥାନ୍ତି ।

2/5

ସିଂହ ରାଶି

ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଶୁଭ ସାବ୍ୟସ୍ତ ହେବ। ସୂର୍ଯ୍ୟଙ୍କ ପ୍ରଭାବରୁ ଆପଣଙ୍କ ରଣନୀତି ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହି ସମୟ ମଧ୍ୟରେ କିଛି ଭଲ ଖବର ପାଇପାରନ୍ତି । ସୃଜନଶୀଳ କାର୍ଯ୍ୟରେ ବିଶେଷ ସଫଳତା ପାଇବେ। କୌଣସି ସରକାରୀ କାମ ଦୀର୍ଘ ଦିନ ଧରି ପଡ଼ି ରହିଥିଲେ ତାହା ସମ୍ପୂର୍ଣ୍ଣ ହେବ। ଅବିବାହିତ ବ୍ୟକ୍ତିଙ୍କ ଜୀବନରେ କେହିଜଣେ ଖାସ୍ ଲୋକ ଆସିପାରନ୍ତି । ନିବେଶରେ ଇଚ୍ଛିତ ମୁତାବକ ଲାଭ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲଗିବ ।

3/5

କନ୍ୟା ରାଶି

ଆପଣଙ୍କ ଜୀବନରେ ସୂର୍ଯ୍ୟଙ୍କ ଚଳନ ଅନେକ ପରିବର୍ତ୍ତନ ଆଣିଦେବ । ପରିବାରରେ ହସ ଖୁସିର ପରିବେଶ ରହିବ। ବରିଷ୍ଠଙ୍କ ସମର୍ଥନ ଏବଂ ଆଶୀର୍ବାଦ ଆପଣଙ୍କୁ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତୀ ହେବାର ସମ୍ଭାବନା ରହିଛି । ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ହାସଲ କରିପାରନ୍ତି । ସମାଜରେ ଆପଣଙ୍କର ପ୍ରଭାବ ବଢିବାକୁ ଲାଗିବ । ସରକାରୀ ଚାକିରି କରୁଥିଲେ ଦରମା ବୃଦ୍ଧିର ସମ୍ଭାବନା ରହିଛି।

4/5

କୁମ୍ଭ ରାଶି

କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ । ପ୍ରଗତି କରିବାକୁ ସୁଯୋଗ ପାଇବେ । କ୍ୟାରିୟରରେ ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିରୁ ସମୟ ଶୁଭ । ପ୍ରେମ ଜୀବନରେ ସଫଳ ହୋଇପାରନ୍ତି । ଆପଣ ନେଇଥିବା ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହେବ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;