Weather Update: ଆଗକୁ ତାପମାତ୍ରା ବଢ଼ିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।
୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବନାହିଁ ବୋଲି କୁହାଯାଇଛି । କିନ୍ତୁ ପରେ ଧିରେ ଧିରେ ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବ ବୋଲି କୁହାଯାଇଛି ।
ଆଗାମି ୫ ଦିନ ମଧ୍ୟରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ
ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗର ଆକଳନ ।
ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜର କପ୍ତିପଦା ଅଞ୍ଚଳରେ ସର୍ବାଧିକ ୪୮.୦ ମିମି ବର୍ଷା ରେକର୍ଡ କରାଯାଇଛି ।
ଏହା ପଛକୁ କେନ୍ଦ୍ରାପଡା ରାଜନଗରରେ ୨୧.୦ ଏବଂ ମୟୁରଭଞ୍ଜ ଉଦଳାରେ ୧୭.୦ ମିମି ବର୍ଷା ହୋଇଛି ।
ଭଦ୍ରକ ଚାନ୍ଦବାଲିରେ ୯.୧ମିମି ଏବଂ ମୟୁରଭଞ୍ଜ ଶୁଳିଆପଦାରେ ୯.୦ ମିମି ବର୍ଷା ହେଇଥିବା ସୂଚନା ରହିଛି ।
ट्रेन्डिंग फोटोज़