Advertisement
Photo Details/zeeodisha/odisha2751989
photoDetails0hindi

Weekly Tarot Reading: କେମିତି ବିତିବ ୧୨ ରୁ ୧୮ ମଇ ? ପଢନ୍ତୁ ନୂଆ ସପ୍ତାହର ରାଶିଫଳ

Weekly Horoscope Tarot Reading, 12 to 18 May 2025: ଟାରୋ କାର୍ଡର ଗଣନା ଅନୁସାରେ ମେଷଠୁ ମୀନ ୧୨ଟି ରାଶି ପାଇଁ ନୂଆ ସପ୍ତାହଟି କିପରି ଫଳାଫଳ ପ୍ରଦାନ କରିବ ଆସନ୍ତୁ ଜାଣିବା ।

1/12

ମେଷ ରାଶି

ଟାରୋ କାର୍ଡର ଅନୁସାରେ, କୌଣସି ନିଷ୍ପତ୍ତି ନେବାକୁ ଚାହୁଁଥିଲେ ଶାନ୍ତ ମନରେ ଚିନ୍ତା କରନ୍ତୁ। ଆପଣଙ୍କୁ କ୍ୟାରିୟର ସମ୍ୱଦ୍ଧୀୟ କିଛି ଭଲ ଖବର ମିଳିପାରେ । କର୍ମକ୍ଷେତ୍ରରେ ଆପଣଙ୍କର ଉପସ୍ଥିତି ପ୍ରଭାବଶାଳୀ ହେବ । ବ୍ୟକ୍ତିଗତ ଜୀବନରେ ଭାବପ୍ରବଣ ମୁହୂର୍ତ୍ତ ଆସିପାରେ। ସପ୍ତାହର ଶେଷରେ ଦୂରଯାତ୍ରାର ଯୋଗ ରହିଛି । ପରିବାର ସହିତ ସମୟ ବିତାଇବାକୁ ସୁଯୋଗ ମିଳିପାରେ।

2/12

ବୃଷ ରାଶି

ଆପଣଙ୍କ ପାଇଁ ସମୟ ଆତ୍ମସନ୍ତୋଷ ଆଣିଦେବ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ । କୌଣସି ପୁରୁଣା ଉତ୍ତେଜନା ଥିଲେ ତାହା ଶେଷ ହୋଇଯିବ। କୌଣସି କାମକୁ ଶେଷ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ମନରେ ଆଗ୍ରହ ବଢିବ । ମାନସିକ ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେବେ। ନିକଟତର ଲୋକ ଆପଣଙ୍କ ଆତ୍ମବିଶ୍ୱାସ ବଢାଇବେ । ଘରର ସାଜସଜ୍ଜା କରିବାକୁ ମନ ବଳାଇବେ ।

3/12

ମିଥୁନ ରାଶି

ଆପଣଙ୍କ ପାଇଁ ସପ୍ତାହଟି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି । ଅନ୍ୟମାନଙ୍କ ଭାବନାକୁ ବୁଝିବାରେ ସକ୍ଷମ ହେବେ । ମାନ ସମ୍ମାନ ବଢିବାକୁ ଲାଗିବ । ଚତୁରତାର ସହ କାମ ଗୁଡିକୁ ସହଜରେ ଶେଷ କରିବାରେ ସକ୍ଷମ ହେବେ । ଲୋକ ସମ୍ପର୍କ ବୃଦ୍ଧି ପାଇବ ଯାହା ଭବିଷ୍ୟତରେ ଲାଭଦାୟକ ହେବ। ସମ୍ପର୍କରେ ସଚ୍ଚୋଟତା ବଜାୟ ରଖନ୍ତୁ ।

4/12

କର୍କଟ ରାଶି

ପୁରୁଣା କଥାକୁ ମନେ ପକାଇ ଭାବପ୍ରବଣ ହୋଇପାରନ୍ତି । ଘରେ ଶାନ୍ତି ବଜାୟ ରହିବ । କଳାକାରମାନଙ୍କ ପାଇଁ ସମୟ ବହୁତ ସୃଜନଶୀଳ ହେବ । ସମ୍ପର୍କରେ ଭାବପ୍ରବଣତା ରହିବ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଖାଦ୍ୟପେୟରେ ନିୟନ୍ତ୍ରଣରେ ରଖନ୍ତୁ। ସପ୍ତାହର ଶେଷରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।

5/12

ସିଂହ ରାଶି

ଆପଣଙ୍କ ପାଇଁ ଆତ୍ମବିଶ୍ୱାସ ପରୀକ୍ଷାର ସମୟ । ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ଭାବରେ ଠିଆ ହେବେ। ଆପଣଙ୍କ ନେତୃତ୍ୱ ଭୂମିକା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ । କଷ୍ଟକର ପରିସ୍ଥିତିରେ ମଧ୍ୟ ସଂଯମତା ବଜାୟ ରଖିବାରେ ସକ୍ଷମ ହେବେ । କାର୍ଯ୍ୟକ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ସପ୍ତାହର ଦ୍ୱିତୀୟାର୍ଦ୍ଧରେ କଠିନ ପରିଶ୍ରମର ଭଲ ଫଳାଫଳ ମିଳିବ । ବ୍ୟକ୍ତିଗତ ଜୀବନରେ ପ୍ରିୟଜନଙ୍କଠାରୁ ସମର୍ଥନ ପାଇବେ। ତଥାପି, ଆପଣ ଦେଖି ଚାହିଁ କଥାବାର୍ତ୍ତା କରିବା ଆବଶ୍ୟକ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

6/12

କନ୍ୟା ରାଶି

ଆପଣଙ୍କ ପାଇଁ ସମୟ ମଧ୍ୟମ ଧରଣର ଫଳାଫଳ ଦେବ । କୌଣସି ଜଟିଳ ପରିସ୍ଥିତିରେ ପଡିପାରନ୍ତି । ତେଣୁ ଆପଣଙ୍କୁ ନିରପେକ୍ଷ ଏବଂ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବାକୁ ପଡିବ। କାର୍ଯ୍ୟ ସମ୍ବନ୍ଧୀୟ ଯୋଜନାରେ କିଛି ବାଧା ଉପୁଜିପାରେ । ଯୋଜନାବଦ୍ଧ କାର୍ଯ୍ୟ ଶୈଳୀ ସବୁକିଛି ଅସୁବିଧାକୁ ଦୂର କରିବ । ସପ୍ତାହର ମଧ୍ୟଭାଗରେ ଆଇନଗତ କିମ୍ବା କାଗଜପତ୍ର ମାମଲାରେ ସତର୍କ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ସନ୍ଦେହ କିମ୍ବା ଭୁଲ ବୁଝାମଣା ଦେଖାଦେଇପାରେ । କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

7/12

ବିଛା ରାଶି

ଅତୀତର ଅଭିଜ୍ଞତାକୁ ନେଇ ଆପଣ ସଫଳ ହେବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଆପଣ ଶାନ୍ତର ସହିତ ପ୍ରତ୍ୟକ ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରିବେ। ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଆପଣଙ୍କୁ ପ୍ରଭାବିତ କରିପାରେ । ବୁଝାମଣା ମଧ୍ୟରେ ସମସ୍ୟାକୁ ଦୂର କରନ୍ତୁ । ସପ୍ତାହର ମଧ୍ୟଭାଗରେ, କୌଣସି ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିପାରେ। ଅନାବଶ୍ୟକ ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ।

8/12

ଧନୁ ରାଶି

ନୂଆ ସପ୍ତାହ ଆପଣଙ୍କ ପାଇଁ ନୂତନ ସୁଯୋଗ ଆଣିପାରେ । ମନରେ ଉତ୍ସାହ ଭରିଯିବ । ନୂଆ ଲୋକଙ୍କ ସହ ଭେଟ ହୋଇପାରେ । ସକାରାତ୍ମକ ମନୋଭାବ ଗ୍ରହଣ କରିବେ। ସପ୍ତାହ ଶେଷରେ ଦୂରଯାତ୍ରାର ସମ୍ଭାବନା ରହିଛି । ଶିକ୍ଷା, ବିଦେଶ ସହ ଜଡିତ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇଯିବ । ମନପେ ଆତ୍ମବିଶ୍ୱାସ ବଢିବ ।

9/12

ମକର ରାଶି

କଠିନ ପରିଶ୍ରମ କାରଣରୁ ଜୀବନରେ ସଫଳତା ପାଇବା ସହଜ ହୋଇଯିବ । ଦାୟିତ୍ୱ ତ୍ୱରାନ୍ୱିତ କରିବାର ଅନୁକୂଳ ସମୟ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ସପ୍ତାହର ଶେଷ ଭାଗ କିଛି ମାନସିକ କ୍ଳାନ୍ତି ଆସିପାରେ । ଉପଯୁକ୍ତ ସମୟ ପର୍ଯ୍ୟନ୍ତ ଶରୀରକୁ ବିଶ୍ରାମ ଦିଅନ୍ତୁ । ଆପଣଙ୍କ ସଚ୍ଚୋଟ ପ୍ରୟାସ ଆପଣଙ୍କୁ ଧୀରେ ଧୀରେ ସଫଳତା ଆଡ଼କୁ ନେଇଯିବ।

10/12

କୁମ୍ଭ ରାଶି

ନୂଆ ସପ୍ତାହ ଆପଣଙ୍କ ଚିନ୍ତାଧାରା ଏବଂ ଦୃଷ୍ଟିକୋଣକୁ ଏକ ନୂତନ ମୋଡ଼ ଦେବ। ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବେ । ଆପଣଙ୍କୁ ଏକ ନୂତନ ଦିଗଦର୍ଶନ ମିଳିପାରେ । କର୍ମକ୍ଷେତ୍ରରେ ଦଳଗତ କାର୍ଯ୍ୟ ଲାଭଦାୟକ ସାବ୍ୟସ୍ତ ହେବ। ଖୋଲାଖୋଲି ଭାବରେ ନିଜ ମତାମତ ପ୍ରକାଶ କରନ୍ତୁ । ଅନ୍ୟମାନଙ୍କ କଥା ଶୁଣିବା ପାଇଁ ଧର୍ଯ୍ୟ ରଖନ୍ତୁ।

11/12

ମୀନ ରାଶି

ଏହି ସପ୍ତାହରେ ଆପଣଙ୍କ ମଧ୍ୟରେ ଭଲ ବୁଝାମଣା ଶକ୍ତି ରହିବ । ସୃଜନଶୀଳ ଧାରଣା ଆପଣଙ୍କ ପାଇଁ ପ୍ରେରଣା ହୋଇପାରେ। ପୁରୁଣା ବନ୍ଧୁ କିମ୍ବା ସମ୍ପର୍କର ସ୍ମୃତି ଆପଣଙ୍କୁ ଭାବପ୍ରବଣ କରିପାରେ। ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କଳା, ସଂଗୀତ କିମ୍ବା ଲେଖା ସହିତ ଜଡିତ ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ । ନିଜ ମନରେ କ’ଣ ଅଛି ତାହା ପରିବାର ସଦସ୍ୟ ଏବଂ ସାଙ୍ଗସାଥୀଙ୍କ ସହ ବାଣ୍ଟନ୍ତୁ । ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ।

12/12

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;