Advertisement
Photo Details/zeeodisha/odisha2872626
photoDetails0hindi

Weekly lucky zodiac sign: ନୂଆ ସପ୍ତାହରେ ଆଦିତ୍ୟ ଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Weekly Luckiest Zodiac Sign: ନୂଆ ସପ୍ତାହରେ କେଉଁ ରାଶି ଭାଗ୍ୟଶାଳୀ ଆସନ୍ତୁ ଜାଣିବା ।

1/7

Weekly Luckiest Zodiac Sign: ବୃଷ, ମିଥୁନ, ସିଂହ, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା

2/7

ବୃଷ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହ ବହୁତ ଶୁଭ ହେବାକୁ ଯାଉଛି। ଯାହା ବି କାମ କରନ୍ତୁ ନା କାହିଁକି ସେଥିରେ ସଫଳତା ପାଇବେ । କାର୍ଯ୍ୟକ୍ଷେତ୍ରରେ ଆପଣ ସମର୍ଥନ ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିବାକୁ ପଡିପାରେ । ନିଜ ପୁରୁଣା ଲକ୍ଷ୍ୟଗୁଡ଼ିକୁ ସହଜରେ ପୂରଣ କରିବାରେ ସକ୍ଷମ ହେବେ। ପରିବାର ଏବଂ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ସହଜରେ କିଛି ବଡ଼ ଲାଭ ମିଳିପାରେ । ଏହି ସପ୍ତାହରେ କୌଣସି ଯୋଜନାରେ ନିବେଶ ନକରିବା ଭଲ । କିଛି ନୂଆ ନିଷ୍ପତ୍ତି ନେଉଥିଲେ ଭାବିଚିନ୍ତି ନିଅନ୍ତୁ।

3/7

ମିଥୁନ ରାଶି

ଆପଣଙ୍କ ପାଇଁ ସପ୍ତାହଟି ନୂଆ ସଫଳତା ଆଣିଦେବ । ଆପଣଙ୍କ ପାଇଁ ସଫଳତାର ବାଟ ଖୋଲିଯିବ। ଚାକିରି କିମ୍ବା ବ୍ୟବସାୟରେ ନୂତନ ସୁଯୋଗ ଖୋଜୁଥିଲେ ତାହା ମିଳିପାରେ । ଅଲସୁଆମିଠାରୁ ଦୂରେଇ ରୁହନ୍ତୁ । ଚାକିରି କ୍ଷେତ୍ରରେ କାର୍ଯ୍ୟଭାର ବଢିପାରେ । ସମସ୍ତ କାମ ସହଜରେ ଶେଷ କରିବେ । ବରିଷ୍ଠ ଅଧିକାରୀ ଆପଣଙ୍କ କାମ ଦେଖି ବହୁତ ଖୁସି ହେବେ। ବ୍ୟକ୍ତିଗତ ଜୀବନ ବହୁତ ଭଲ ରହିବ। ବୈବାହିକ ଜୀବନ ସୁଖଦ ରହିବ।

4/7

ସିଂହ ରାଶି

ଆପଣଙ୍କ ପାଇଁ ସପ୍ତାହଟି ବହୁତ ଶୁଭ ସାବ୍ୟସ୍ତ ହେବ । ଏପରି ଜଣେ ବ୍ୟକ୍ତିଙ୍କୁ ଭେଟିପାରନ୍ତି ଯିଏ ଆପଣଙ୍କର ଅଟକି ରହିଥିବା କାମ ଶେଷ କରିବାରେ ସାହାଯ୍ୟ କରିବେ । ଆପଣଙ୍କ ମନ ବହୁତ ଖୁସି ରହିବ। ସମ୍ପତ୍ତି ସମ୍ବନ୍ଧୀୟ କୌଣସି ଇଚ୍ଛା ପୂରଣ ହୋଇପାରେ। ବିଳାସପୂର୍ଣ୍ଣ ଜିନିଷ କିଣାକିଣି କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରିବେ। ଚାକିରି କ୍ଷେତ୍ରରେ ଦିନଟି ବହୁତ ଶୁଭ ପ୍ରମାଣିତ ହେବ । ମାନ ସମ୍ମାନ ବଢିବାକୁ ଲାଗିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଅତିରିକ୍ତ ଆୟର ଉତ୍ସ ସୃଷ୍ଟି ହୋଇପାରେ। ବୈବାହିକ ଜୀବନରେ ପ୍ରେମ ଏବଂ ସମନ୍ୱୟ ଭଲ ରହିବ।

5/7

ଧନୁ ରାଶି

ଆପଣଙ୍କ ପାଇଁ ଅନେକ ଭଲ ସୁଯୋଗ ଆସିବ। ସପ୍ତାହର ଆରମ୍ଭରେ କ୍ୟାରିଅର କିମ୍ବା ବ୍ୟବସାୟ ସହିତ ଜଡିତ କିଛି ଶୁଭ ଖବର ମିଳିପାରେ। ଚାକିରି କ୍ଷେତ୍ରରେ ଇଚ୍ଛା ମୁତାବକ ସ୍ଥାନକୁ ବଦଳି ହୋଇପାରେ । ପରିବାରରେ ଉତ୍ସବର ପରିବେଶ ରହିବ । ବ୍ୟବସାୟକୁ ଆଗକୁ ନେବାରେ ସକ୍ଷମ ହେବେ । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ସମ୍ପତ୍ତି କିଣିବାକୁ ଯୋଜନା କରୁଥିଲେ କାଗଜପତ୍ର ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ ।

6/7

ମକର ରାଶି

ମାସର ଦ୍ୱିତୀୟ ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ଫଳାଫଳ ପ୍ରଦାନ କରିବ । ସପ୍ତାହର ଆରମ୍ଭ ବହୁତ ଶୁଭ ସାବ୍ୟସ୍ତ ହେବ । ଶୁଭେଚ୍ଛୁଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ। ପଡ଼ି ରହିଥିବା ଅନେକ କାମ ଶେଷ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଭଲ ସଫଳତା ମିଳିବ। ପରିବାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଗୁରୁଜନଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଜୀବନସାଥୀ ଆପଣଙ୍କ ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିବେ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;