Weekly Lucky Zodiac Sign, 12 to 18 May 2025: ନୂଆ ସପ୍ତାହରେ ଗଠନ ହେଉଥିବା ଶୁଭଯୋଗ ପ୍ରଭାବରେ ମେଷ, ବୃଷ ସମେତ ମୋଟ ୫ଟି ରାଶିର ବ୍ୟକ୍ତି କିପରି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।
ମେଷ ରାଶି
ନୂଆ ସପ୍ତାହରେ ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ଶେଷ କରିବେ । ବନ୍ଧୁ ତଥା ସମ୍ପର୍କୀୟଙ୍କ ସହଯୋଗ ମିଳିବ । କୌଣସି ସରକାରୀ ସହାୟତା ମିଳିବାର ସମ୍ଭାବନା ଅଧିକ। ସପ୍ତାହ ଆରମ୍ଭରେ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ଆପଣଙ୍କ କଥାବାର୍ତ୍ତାରେ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । କୌଣସି ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ସପ୍ତାହର ଶେଷ ଭାଗରେ ଚାକିରି କ୍ଷେତ୍ରରେ ଦୂରଯାତ୍ରାର ସମ୍ଭାବନା ରହିଛି । ପ୍ରେମ ଜୀବନରେ ଭାବପ୍ରବଣ ହୋଇପାରନ୍ତି ।
ବୃଷ ରାଶି
କ୍ୟାରିଅର ଏବଂ ବ୍ୟବସାୟରେ ଶୁଭ ଫଳାଫଳ ମିଳିବ । କଠିନ ପରିଶ୍ରମ ଏବଂ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ହେବ। ଚାକିରି ପରିବର୍ତ୍ତନ କରିବାକୁ କିମ୍ବା ବ୍ୟବସାୟକୁ ବଢାଇବାକୁ ଯୋଜନା କରୁଥିଲେ ସକାରାତ୍ମକ ଫଳାଫଳ ମିଳିପାରେ । ସପ୍ତାହର ମଧ୍ୟଭାଗରେ ବିଳାସପୂର୍ଣ୍ଣ ଜିନିଷରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ପ୍ରେମ ଜୀବନରେ ସପ୍ତାହଟି ମଧୁରମୟ ହେବ। ସାଥୀଙ୍କ ସହ ଭଲ ବୁଝାମଣା ରହିବ। ବିବାହିତ ଲୋକ ସୁଖଦ ଅନୁଭୂତି ପାଇବେ । ଜୀବନସାଥୀଙ୍କ ସହିତ ସମୟ ବିତାଇବା ଦ୍ୱାରା ସମ୍ପର୍କ ମଜବୁତ ହେବ।
ସିଂହ ରାଶି
ଆପଣଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଶୁଭ ହୋଇପାରେ । ଅସମ୍ପୂର୍ଣ୍ଣ କାମ ଶେଷ କରିବେ । ନିଜ ଯୋଜନାଗୁଡ଼ିକ ସଠିକ୍ ଦିଗରେ ଆଗକୁ ବଢାଇବେ । ଶୁଭେଚ୍ଛୁ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହାୟତା ମିଳିବ । ମାନସିକ ଏବଂ ଆଧ୍ୟାତ୍ମିକ ସନ୍ତୋଷ ପାଇବେ। ଆର୍ଥିକ ଦୃଷ୍ଟିରୁ ସପ୍ତାହଟି ଲାଭଦାୟକ ପ୍ରମାଣିତ ହେବ। ଆୟର ନୂତନ ଉତ୍ସ ମିଳିବ । ଅଟକି ରହିଥିବା ଟଙ୍କା ଫେରି ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିଦେଶ ବୁଲିବାକୁ କିମ୍ବା କ୍ୟାରିଅର କରିବାକୁ ଚାହୁଁଥିଲେ ଭଲ ଖବର ମିଳିପାରେ। ପ୍ରେମ ଜୀବନରେ ମଧୁରତା ବଢିବ । ସାଥୀଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ ।
ତୁଳା ରାଶି
ଆପଣଙ୍କ ପାଇଁ ସପ୍ତାହଟି ଶୁଭଫଳ ଆଣିଦବ । କାମରେ ସକାରାତ୍ମକ ଫଳାଫଳ ମିଳିବ । ବହୁତ ଦିନ ଧରି ଚେଷ୍ଟା କରୁଥିବା କାମ ଶେଷ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ଫଳାଫଳ ରହିଛି । ଆୟ ବୃଦ୍ଧି ପାଇବ । ନିବେଶରୁ ଭଲ ଲାଭ ମିଳିପାରେ । ରାଜନୀତି ସହିତ ଜଡିତ ଥିଲେ ପ୍ରତିଷ୍ଠା ଲାଭ କରିବେ । ସମାଜରେ ଆପଣଙ୍କ ପ୍ରଭାବ ବଢିବ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ମାନସିକ ଶାନ୍ତି ପାଇବେ । ଘରର କୌଣସି ସଦସ୍ୟଙ୍କ ସହିତ ମତଭେଦଥିଲେ ତାହାର ସମାଧାନ ହୋଇଯିବ । ବୈବାହିକ ଜୀବନ ସୁଖଦାୟକ ହେବ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କୁ ମିଳିବ ।
ବିଛା ରାଶି
ନୂଆ ସପ୍ତାହରେ ବହୁତ ଭଲ ଖବର ମିଳିପାରେ । ଘରର ପରିବେଶ ଭଲ ରହିବ । କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । ଇଚ୍ଛିତ ସଫଳତା ମିଳିବାର ସମ୍ଭାବନା ଅଛି। ଜମି କିମ୍ବା କୋଠା ସମ୍ବନ୍ଧୀୟ କାମରେ ବିଶେଷ ଲାଭ ମିଳିପାରେ। ସମ୍ପତ୍ତିରେ ନିବେଶ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ଆର୍ଥିକ ଦୃଷ୍ଟିରୁ ସମୟ ଲାଭଦାୟକ । ଚାକିରି କ୍ଷେତ୍ରରେ ଅତିରିକ୍ତ ଆୟର ଉତ୍ସ ମିଳିପାରେ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ମିଳିବାର ସମ୍ଭାବନା ଅଛି । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़