Weekly Horoscope Tarot Reading, 28 April to 4 May 2025: ଟାରୋ କାର୍ଡର ଗଣନା ଅନୁସାରେ ନୂଆ ସପ୍ତାହରେ କେଉଁ ରାଶିର ବ୍ୟକ୍ତିଙ୍କୁ କିପରି ଫଳାଫଳ ମିଳିବ ଆସନ୍ତୁ ଜାଣିବା ସେ ବିଷୟରେ ।
ମେଷ ରାଶି
ନୂଆ ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ପ୍ରଦାନ କରିବ । ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । କର୍ମକ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତି ସହକର୍ମୀଙ୍କ ଉପରେ ଭଲ ପ୍ରଭାବ ପକାଇବ। ବ୍ୟକ୍ତିଗତ ଜୀବନରେ ସାଥୀଙ୍କ କ୍ରୋଧର ସମ୍ମୁଖୀନ ହୋଇପାରନ୍ତି। ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବାକୁ ଲାଗିବ ।
ବୃଷ ରାଶି
ଆପଣ ପ୍ରତିଟି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ସମ୍ପର୍କରେ ମଧୁରତା ବଜାୟ ରହିବ । ମାନସିକ ସନ୍ତୁଳନ ଭଲ ରହିବ । କିଛି ସମୟରେ ଆପଣ ଏକାକୀ ଅନୁଭବ କରିପାରନ୍ତି। ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରହିଲେ ଲାଭଦାୟକ ଫଳାଫଳ ପାଇବେ ।
ମିଥୁନ ରାଶି
ଏହି ସପ୍ତାହରେ ଆପଣ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ହେବ । ପାରିବାରିକ ମତଭେଦ ଥିଲେ ତାହାର ସମାଧାନ ହୋଇଯିବ । ପ୍ରେମ ସମ୍ପର୍କରେ ଉନ୍ନତି ଘଟିବ । ମାନସିକ ସ୍ତରରେ ସକ୍ରିୟ ଅନୁଭବ କରିବେ । କୌଣସି ନିଷ୍ପତ୍ତି ଶୀଘ୍ର ନନେଇ ଭାବିଚିନ୍ତି ନେବା ଆବଶ୍ୟକ ।
କର୍କଟ ରାଶି
ଆପଣଙ୍କ ପାଇଁ ଜଗିରଖି ଚଳିବାର ସମୟ । କାର୍ଯ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ପ୍ରେମ ସମ୍ପର୍କ ମଜବୁତ ହେବ । ପୁରୁଣା ସମସ୍ୟାକୁ ପୁନରାବୃତ୍ତି କରିବାରୁ ଦୂରେଇ ରୁହନ୍ତୁ। ଅନେକ ସମସ୍ୟାର ସମାଧାନ ହୋଇଯିବ ।
ସିଂହ ରାଶି
ନୂଆ ସପ୍ତାହରେ ଆପଣ ଶୁଭଫଳ ପାଇବେ । ନେତୃତ୍ୱ ନେବାର କ୍ଷମତା ବଢିବ । ଆତ୍ମବିଶ୍ୱାସ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ହେବ। କର୍ମକ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ । ପ୍ରେମ ସମ୍ପର୍କରେ ସାଥୀଙ୍କୁ ପ୍ରଭାବିତ କରିପାରନ୍ତି । ଅହଂକାରଠାରୁ ଦୂରେଇ ରହିବା ଭଲ । ମାନସିକ ସ୍ଥିତି ସୁଦୃଢ଼ ହେବ ।
କନ୍ୟା ରାଶି
ନୂଆ ସପ୍ତାହରେ ଆପଣ ଅନେକ କ୍ଷେତ୍ରରେ ଲାଭବାନ ହେବେ । ଅଟକି ରହିଥିବା କାମ ଶେଷ ହେବ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ବ୍ୟକ୍ତିଗତ ଜୀବନରେ ସମନ୍ୱୟ ଭଲ ରହିବ । ମାନସିକ ସ୍ଥିତି ଭଲ ରହିବ ।
ତୁଳା ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଚ୍ୟାଲେଞ୍ଜିଂ ହୋଇପାରେ । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ସନ୍ତୁଳନ ରଖିବା ଆବଶ୍ୟକ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିପାରେ । ସମ୍ପର୍କରେ ଭଲ ସମନ୍ୱୟ ରହିବ । ପୁରୁଣା ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । କିଛିଟା କ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜିପାରେ । ଦୃଢ଼ ନିଷ୍ପତ୍ତି ଦ୍ୱାରା ସବୁକିଛି ଠିକ୍ କରିବାରେ ସକ୍ଷମ ହେବେ ।
ବିଛା ରାଶି
ଆପଣଙ୍କ ପାଇଁ ଆତ୍ମନିରୀକ୍ଷଣ କରିବାର ସମୟ । ଯଦି କାମରେ ଆଶାନୁରୂପ ଫଳାଫଳ ପାଉନାହାନ୍ତି ତେବେ ଧର୍ଯ୍ୟ ରଖନ୍ତୁ। ସମ୍ପର୍କରେ ଭାବପ୍ରବଣତା ବଢିବ ।
ଧନୁ ରାଶି
ଆପଣଙ୍କ ନିଜ ଭିତରେ ଥିବା ଉତ୍ସାହ ଏବଂ ଶକ୍ତି ଆପଣଙ୍କ ସଫଳତାର ଚାବିକାଠି ହେବ। କିଛି ନୂଆ ଆରମ୍ଭ ଚାହୁଁଥିଲେ କରନ୍ତୁ । ପ୍ରେମ ସମ୍ପର୍କ ଉତ୍ସାହଜନକ ହେବ । ଅବିବାହିତ ଥିଲେ ଭଲ ପ୍ରସ୍ତାବ ମିଳିପାରେ ।
ମକର ରାଶି
କଠିନ ପରିଶ୍ରମର ଉପଯୁକ୍ତ ଫଳ ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ଆର୍ଥିକ ଲାଭର ସମ୍ଭାବନା ରହିଛି। ବ୍ୟକ୍ତିଗତ ଜୀବନ ପାଇଁ କିଛି ସମୟ ବାହାର କରିବାରେ ସକ୍ଷମ ହେବେ । ମାନସିକ ସ୍ତରରେ ଆପଣ ଶକ୍ତିଶାଳୀ ହେବେ ।
କୁମ୍ଭ ରାଶି
ନୂଆ ସପ୍ତାହରେ ଆପଣଙ୍କ ମନକୁ ନୂଆ ଚିନ୍ତା ଆସିପାରେ । ପୁରୁଣା ନିବେଶରୁ ଲାଭ ପାଇବାର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ କୌଣସି ସମସ୍ୟା ଥିଲେ ତାହା ସମାଧାନ ହୋଇଯିବ । ସମ୍ପର୍କରେ ଯୋଗାଯୋଗ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଭୁଲ ବୁଝାମଣା ହୋଇପାରେ। ମାନସିକ ଶାନ୍ତି ପାଇବେ ।
ମୀନ ରାଶି
କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ନେଇଥିଲେ ଆପଣଙ୍କ ପାଇଁ ତାହା ଲାଭଦାୟକ ହୋଇପାରେ। ବ୍ୟକ୍ତିଗତ ଜୀବନରେ ଅଧିକ ଭାବପ୍ରବଣ ହୋଇପାରନ୍ତି । ଖୋଲାଖୋଲି କଥା ହେବା ଦ୍ୱାରା ସମ୍ପର୍କରେ ନୂତନତ୍ୱ ଆସିବ । କୌଣସି ବିଷୟକୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱ ଉପୁଜିପାରେ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
ट्रेन्डिंग फोटोज़