Weekly Horoscope Tarot Reading, 7 to 11 April 2025: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗର ପ୍ରଭାବ କାରଣରୁ କିଛି ବ୍ୟକ୍ତିର ବ୍ୟକ୍ତି ଶୁଭଫଳ ପାଇବେ । ବୁଧ ଏବଂ ଶୁକ୍ର ମୀନ ରାଶିରେ ସଂଯୋଗ କରିବେ ।
ମେଷ ରାଶି
ଟାରୋ କାର୍ଡର ଗଣନା ଅନୁସାରେ, ନୂଆ ସପ୍ତାହ ଆପଣଙ୍କ ମନରେ ଆତ୍ମବିଶ୍ୱାସ ଭରିଦେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଧର୍ଯ୍ୟ ଏବଂ କଠିନ ପରିଶ୍ରମ ସହିତ କାମ କରିବା ଉଚିତ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ । ଆର୍ଥିକ ସ୍ଥିତି ଭଲ ରହିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ପ୍ରେମ ସମ୍ପର୍କରେ ଘନିଷ୍ଠତା ବଢିବ । ନିଜ ବକ୍ତବ୍ୟକୁ କିଛି ସ୍ଥାନରେ ନିୟନ୍ତ୍ରଣ ରଖିବାକୁ ପଡିବ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।
ବୃଷ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହ ଟିକେ କଷ୍ଟକର ହୋଇପାରେ। କର୍ମକ୍ଷେତ୍ରରେ କାହା ସହିତ ଯୁକ୍ତିତର୍କ ହୋଇପାରେ। ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବାର ଆବଶ୍ୟକତା ରହିଛି । ବ୍ୟବସାୟୀମାନଙ୍କ ପାଇଁ ସମୟ ସ୍ୱାଭାବିକ ରହିବ । ଏହି ସମୟରେ ନୂତନ ନିବେଶ କରନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇପାରେ । ବୈବାହିକ ଜୀବନରେ ସମସ୍ୟା ଉପୁଜିପାରେ । ଆପୋଣ ବୁଝାମଣା ମଧ୍ୟରେ ପ୍ରତ୍ୟକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ। ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
ମିଥୁନ ରାଶି
ଆପଣଙ୍କ ପାଇଁ ସପ୍ତାହଟି ସୃଜନଶୀଳ ଏବଂ ଶକ୍ତିରେ ପରିପୂର୍ଣ୍ଣ ହୋଇପାରେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ରହିଛି। ପରିବାରରେ ସୁଖଦ ପରିବେଶ ରହିବ । ସମ୍ପର୍କରେ ସ୍ୱଚ୍ଛତା ବଜାୟ ରଖନ୍ତୁ । କୌଣସି କାରଣକୁ ନେଇ ପ୍ରେମ ସମ୍ପର୍କରେ ଭୁଲ ବୁଝାମଣା ହୋଇପାରେ। ମାନସିକ ଶାନ୍ତି ପାଇଁ ଧ୍ୟାନ ଏବଂ ଯୋଗ କରିବା ଆବଶ୍ୟକ ।
କର୍କଟ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହରେ ସନ୍ତୁଳନ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଫଳପ୍ରଦ ହୋଇପାରେ । ସହକର୍ମୀଙ୍କ ସହିତ ସମନ୍ୱୟ ବଜାୟ ରଖନ୍ତୁ । ଅଯୋଥା ଟଙ୍କା ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଭଲ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସପ୍ତାହଟି ଭଲ ।
ସିଂହ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଶୁଭଦାୟକ ପ୍ରମାଣିତ ହୋଇପାରେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଫଳପ୍ରଦ ହେବ। ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ। ବ୍ୟବସାୟରେ ନୂଆ ଅର୍ଡର ମିଳିବା ସହ ଲାଭ ବଢିବ । ପୁରୁଣା ନିବେଶରୁ ମଧ୍ୟ ଲାଭ ମିଳିପାରେ । ପ୍ରେମ ସମ୍ପର୍କ ମଜବୁତ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଖାଦ୍ୟ ପେୟ ପ୍ରତି ଧ୍ୟାନ ଦିଅନ୍ତୁ।
କନ୍ୟା ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟିରେ ଧର୍ଯ୍ୟ ଏବଂ ସତର୍କତା ଆବଶ୍ୟକ । କର୍ମକ୍ଷେତ୍ରରେ ପ୍ରତିଯୋଗିତା ବଢ଼ିପାରେ । ଆପଣଙ୍କ କଠିନ ପରିଶ୍ରମ ନିଜକୁ ଆଗକୁ ନେଇଯିବ । ଟଙ୍କା ସମ୍ୱନ୍ଧୀୟ କୌଣସି ନିଷ୍ପତ୍ତି ନେଉଥିଲେ ଭାବିଚିନ୍ତି ନିଅନ୍ତୁ । ପରିବାରରେ ଉତ୍ତେଜନା ବଢିପାରେ । ନିଜ ଉପସ୍ଥିତ ବୁଦ୍ଧି ଦ୍ୱାରା ଆପଣ ପରିସ୍ଥତିକୁ ସ୍ୱାଭାବିକ କରିପାରିବେ । ପ୍ରେମ ସମ୍ପର୍କରେ ସ୍ୱଚ୍ଛତା ବଜାୟ ରଖନ୍ତୁ ନଚେତ୍ ବୁଝାମଣାରେ ତୃଟି ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।
ତୁଳା ରାଶି
ଚାକିରି ଏବଂ ବ୍ୟବସାୟରେ ଉନ୍ନତି କରିବାର ସମ୍ଭାବନା ରହିଛି। ନୂଆ ଚାକିରି ଖୋଜୁଥିଲେ ସଫଳତା ମିଳିପାରେ । ନିଜ ଲକ୍ଷ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପ୍ରେମ ଜୀବନରେ ଉତ୍ଥାନ-ପତନ ଦେଖାଦେଇପାରେ । ସମ୍ପର୍କରେ ସଚ୍ଚୋଟତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ସ୍ୱାସ୍ଥ୍ୟ ସୁସ୍ଥ ରହିବ । ସାମାନ୍ୟ ମୁଣ୍ଡବିନ୍ଧା ଜନିତ ସମସ୍ୟା ଦେଖାଦେଇପାରେ।
ବିଛା ରାଶି
ନୂଆ ସପ୍ତାହରେ ଆପଣ କର୍ମକ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି । ବ୍ୟବସାୟରେ ଲାଭ ବଢିବାକୁ ଲାଗିବ । ପାରିବାରିକ ଜୀବନରେ ଖୁସି ପାଇବେ । କୌଣସି ସୁତ୍ରରୁ କିଛି ଭଲ ଖବର ମିଳିପାରେ । ପ୍ରେମ ସମ୍ପର୍କରେ ନୂତନତ୍ୱ ଆସିବ । ସଭିଙ୍କ ସହ ସମ୍ପର୍କ ମଜବୁତ ହେବ । ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।
ଧନୁ ରାଶି
ଆପଣଙ୍କ ପାଇଁ ଦୂରଯାତ୍ରାର ସମ୍ଭାବନା ରହିଛି। ନୂଆ ସପ୍ତାହ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଟଙ୍କା ସଠିକ୍ ଭାବରେ ପରିଚାଳନା କରନ୍ତୁ । ପ୍ରେମ ସମ୍ପର୍କରେ ମଧୁରତା ଭରିଯିବ । ପାରିବାରିକ ଜୀବନରେ ସୁଖଦ ଅନୁଭୁତି ପାଇବେ । ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ ।
ମକର ରାଶି
ଧର୍ଯ୍ୟର ସହ ଆଗକୁ ବଢନ୍ତୁ । ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ। କିନ୍ତୁ ଚତୁରତାର ସହ ସେଗୁଡିକୁ ସମାଧାନ କରିବେ । ଆର୍ଥିକ ମାମଲା ପ୍ରତି ସତର୍କ ରୁହନ୍ତୁ। ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପାରିବାରିକ ସମ୍ପର୍କ ଭଲ ରହିବ । କୌଣସି ବାଦ ବିବାଦରେ ନିଜକୁ ଜଡିତ କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ
କୁମ୍ଭ ରାଶି
ଆପଣଙ୍କ ପାଇଁ ନୂଆ ସପ୍ତାହଟି ଶୁଭ ସାବ୍ୟସ୍ତ ହେବ । କଠିନ ପରିଶ୍ରମ ଏବଂ ନିଷ୍ଠା ପାଇଁ ପୁରସ୍କାର ମିଳିପାରେ । ବ୍ୟବସାୟରେ ନୂଆ ସୁଯୋଗ ପାଇବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବାକୁ ଲାଗିବ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । କୌଣସି ସୁତ୍ରରୁ କିଛି ଭଲ ଖବର ମିଳିପାରେ । ପ୍ରେମ ଜୀବନରେ କୌଣସି କାରଣକୁ ନେଇ ସାମାନ୍ୟ ଉତ୍ତେଜନା ଦେଖାଦେଇପାରେ । ଚତୁରତାର ସହ ପ୍ରତ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ। ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ କରନ୍ତୁ।
ମୀନ ରାଶି
ସମ୍ପର୍କରେ ନୂତନତା ଆସିବ। ଜୀବନସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ। କ୍ୟାରିୟର କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଚାକିରି ବଦଳାଇବା ସମ୍ପର୍କରେ ଚିନ୍ତା କରୁଥିଲେ ସମୟ ଭଲ । ଆର୍ଥିକ କ୍ଷେତ୍ରରେ ଲାଭଜନକ ପରିସ୍ଥିତି ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ପରିବାରରେ କିଛି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ। ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଅତ୍ୟଧିକ ଚାପ ନିଅନ୍ତୁ ନାହିଁ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़