Odisha News: RI, ARI, ଅମିନ, ICDS, SFS ୨୦୨୪ର ପ୍ରିଲିମ୍ ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହିସବୁ ପରୀକ୍ଷାକୁ ବାତିଲ୍ କରିଛନ୍ତି ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC)। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଡ଼ିଶାର ଆଡ଼ଭୋକେଟ ଜେନେରାଲ( AG)ପୀତାମ୍ବର ଆଚାର୍ଯ୍ୟ। ....
ଅଗଷ୍ଟ ୧ ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ ହୋଇଛି। ବାତିଲ୍ ହୋଇଥିବା ପରୀକ୍ଷା ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି OSSSC ଘୋଷଣା କରିଛି। ତେବେ,ଏହି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ପୁନଶ୍ଚ ଆବେଦନ କରିବାକୁ ପଡ଼ିବ ନାହିଁ। ଏବଂ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ବୋଲି କୁହାଯାଇଛି।
ALSO READ: Odisha Weather Report: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଭୀଷଣ ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି...
ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା। ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ ବୋଲି ପିଟିସନ୍ ହୋଇଥିଲା। ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା। ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଆସିଥିଲା। ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହେଲା।
ସୂଚନା ଯୋଗ୍ୟ,ଗତବର୍ଷ ସେପ୍ଟେମ୍ବର ୨୦ ରୁ ଅକ୍ଟୋବର ୮, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ହୋଇଥିବା ଅନିୟମିତତା ପରୀକ୍ଷା ସାମ୍ନାକୁ ଆସିଥିଲା। ଏନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ, OSSSC ଏକ ଅଭୂତପୂର୍ବ ନିଷ୍ପତ୍ତି ନେଇ ପ୍ରିଲିମ୍ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରାର୍ଥୀଙ୍କୁ ପାସ୍ ଘୋଷଣା କରି ମେନ୍ ପରୀକ୍ଷାରେ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ, ପ୍ରାୟ ୫ ଲକ୍ଷ ପରୀକ୍ଷାର୍ଥୀ ମେନ୍ ପରୀକ୍ଷା ପାଇଁ ଯୋଗ୍ୟ ହୋଇଥିଲେ।
ହେଲେ, OSSSCର ବିଜ୍ଞପ୍ତି ଅନୁସାରେ, ମେନ୍ ପରୀକ୍ଷା ପାଇଁ ଖାଲି ପଦବୀର ୫ ଗୁଣ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବାର ନିୟମ ଥିଲା। ଏହି ନିୟମର ଉଲ୍ଲଂଘନ ହେତୁ କିଛି ପ୍ରାର୍ଥୀ ଓଡ଼ିଶା ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ AG ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ, OSSSC ପୂର୍ବ ପରୀକ୍ଷା ବାତିଲ କରି ନୂଆ ସାନି ପ୍ରିଲିମ୍ ପରୀକ୍ଷା ଆୟୋଜନ କରିବ।
ଏହି ନିଷ୍ପତ୍ତି ରାଜ୍ୟରେ ୨,୮୯୫ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିଛି। ନୂଆ ପରୀକ୍ଷା ସୁଷ୍ଠୁ ଓ ନିରପେକ୍ଷ ଭାବେ ପରିଚାଳନା କରାଯିବ ବୋଲି OSSSC ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ପରୀକ୍ଷାର ସମୟସୂଚୀ ଓ ଅନ୍ୟାନ୍ୟ ସୂଚନା ଶୀଘ୍ର ଓଫିସିଆଲ ୱେବସାଇଟ www.osssc.gov.inରେ ପ୍ରକାଶ କରାଯିବ।
ट्रेन्डिंग फोटोज़