ଗୁରୁଙ୍କ ଚଳନ ସମୟରେ କିଛି ରାଶିର ଲୋକ ଅନେକ ଲାଭ ପାଇବେ । କ୍ୟାରିୟରରେ ଉନ୍ନତି, ବ୍ୟବସାୟରେ ଲାଭ, ସମ୍ମାନ ଏବଂ ଜୀବନରେ ସ୍ଥିରତା ଭଳି ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇପାରେ।
ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଏହି ବିଶେଷ ଦ୍ୱି ଚଳନ କେଉଁ ରାଶି ଉପରେ ଶୁଭ ପ୍ରଭାବ ପକାଇବ ଏବଂ କାହାର ଭାଗ୍ୟ ଚମକିବ।
ମେଷ ରାଶି
ବୃହସ୍ପତିଙ୍କ ଦ୍ୱି ଚଳନ ଆପଣଙ୍କ ପାଇଁ ସକାରାତ୍ମକ ଫଳାଫଳ ଦେବ । ବ୍ୟବସାୟରେ ଏକ ବଡ଼ ଚୁକ୍ତି ମିଳିପାରେ । ଚାକିରି କ୍ଷେତ୍ରରେ ପ୍ରଗତି କରିବେ । ଆୟ ବୃଦ୍ଧିର ଦୃଢ ସମ୍ଭାବନା ରହିଛି । ପଦୋନ୍ନତି ମିଳିପାରେ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ଭଲ ଫଳାଫଳ ପାଇପାରିବେ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ସଫଳତା ପାଇବାର ସମ୍ଭାବନା ଅଧିକ। ପ୍ରେମ ସମ୍ପର୍କ ଉନ୍ନତ ହେବ ଏବଂ ପାରସ୍ପରିକ ବୁଝାମଣା ଭଲ ରହିବ। ଆର୍ଥିକ ଦୃଷ୍ଟିକୋଣରୁ ମଜବୁତ ରହିବେ। ପୁଞ୍ଜି ନିବେଶ ଲାଭଦାୟକ ହେବ । ଆପଣଙ୍କର ଲୋକପ୍ରିୟତା ବଢିବାକୁ ଲାଗିବ । ମାନ ସମ୍ମାନ ପାଇବେ । ଆପଣଙ୍କର ଆତ୍ମବିଶ୍ୱାସ ସହିତ ସାହସ ବୃଦ୍ଧି ପାଇବ । ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସାହସର ସହିତ ସାମ୍ନା କରିବାରେ ସକ୍ଷମ ହେବେ।
କର୍କଟ ରାଶି
ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନର ଆପଣଙ୍କ ପାଇଁ ବହୁତ ସକାରାତ୍ମକ ସାବ୍ୟସ୍ତ ହେବ । ଏହି ସମୟରେ ଆପଣ ମାନସିକ ଶାନ୍ତି ମିଳିବ । ପରିବାରର ସୁଖଦ ପରିବେଶ ରହିବ । ନୂତନ ଯାନ କିମ୍ବା ସମ୍ପତ୍ତି କିଣିପାରନ୍ତି। ବ୍ୟବସାୟରେ କିଛି ନୂଆ କରିବାର ସୁଯୋଗ ପାଇବେ । ପୁରୁଣା ନିବେଶରୁ ଭଲ ରୋଜଗାର ହେବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ମଧୁରତା ଆସିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପଡ଼ିରହିଥିବା କାମ ଶେଷ କରିବେ । ଅନେକ କ୍ଷେତ୍ରରେ ପ୍ରଗତିର ସମ୍ଭାବନା ରହିଛି।
ମୀନ ରାଶି
ବୃହସ୍ପତି ହେଉଛନ୍ତି ଆପଣଙ୍କ ଅଧିପତି । ଦ୍ୱୈତ ଚଳନ ପ୍ରଭାବ ଆପଣଙ୍କ ପାଇଁ ବିଶେଷ ଶୁଭଫଳ ଆଣିବ। ଧାର୍ମିକ ତଥା ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ମାନସିକ ଶାନ୍ତି ମିଳିବ । ନୂତନ ଚାକିରି ଖୋଜୁଥିଲେ ସମୟ ବହୁତ ଅନୁକୂଳ। ଇଚ୍ଛା ମୁତାବକ ସ୍ଥାନରେ ଚାକିରି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ କ୍ଷେତ୍ରରେ ନିବେଶରୁ ଭଲ ଲାଭ ପାଇପାରିବେ। ଆର୍ଥିକ ଅବସ୍ଥା ସୁଦୃଢ଼ ହେବାକୁ ଲାଗିବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़