ସାବରମତୀ ରିପୋର୍ଟ ଫିଲ୍ମ ଦେଖିବେ ମୁଖ୍ୟମନ୍ତ୍ରୀ ! ନିମନ୍ତ୍ରଣ କଲେ ଏକତା କପୁର
Advertisement
Article Detail0/zeeodisha/odisha2542119

ସାବରମତୀ ରିପୋର୍ଟ ଫିଲ୍ମ ଦେଖିବେ ମୁଖ୍ୟମନ୍ତ୍ରୀ ! ନିମନ୍ତ୍ରଣ କଲେ ଏକତା କପୁର

ସାବରମତୀ ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା । 

ସାବରମତୀ ରିପୋର୍ଟ ଫିଲ୍ମ ଦେଖିବେ ମୁଖ୍ୟମନ୍ତ୍ରୀ ! ନିମନ୍ତ୍ରଣ କଲେ ଏକତା କପୁର

ଭୁବନେଶ୍ୱର: 'ସାବରମତୀ ରିପୋର୍ଟ'ର ପ୍ରଯୋଜିକା ଏକତା କପୁର ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି । ବିଧାନସଭାରେ ପହଞ୍ଚିବା ପରେ ସାକ୍ଷାତକାର ସମୟରେ ଫିଲ୍ମ ଉପରୁ ସରକାର ଟିକସ ଛାଡ଼ କରିଥିବା କାରଣରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଏକତା । ଏଥିସହ ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା ।

ସୂଚନାଯୋଗ୍ୟ, ସୋମବାର ଦିନ ସଂସଦରେ 'ଦ ସାବରମତି ରିପୋର୍ଟ' ସ୍ପେଶାଲ ସ୍କ୍ରିନିଂ ହୋଇଥିଲା । ବାଲାୟୋଗୀ ଅଡିଟୋରିୟମରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନେମା ଦେଖିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ସାଂସଦମାନେ ଫିଲ୍ମଟିକୁ ଦେଖିଛନ୍ତି । ଭେଟେରାନ ଅଭିନେତା ଜିତେନ୍ଦ୍ରଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟିମାନେ ସ୍ପେଶାଲ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଅଭିନେତା ବିକାଶ ମାସି ସ୍ପେଶାଲ ସ୍କ୍ରିନିଂକୁ ନେଇ ଖୁସିବ୍ୟକ୍ତ କରିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଫେବୃଆରୀ 27, 2002 ରେ ଗୁଜୁରାଟ ଗୋଧ୍ରା ଷ୍ଟେସନ ନିକଟରେ ସାବରମତି ଏକ୍ସପ୍ରେସରରେ ଅଗ୍ନିକାଣ୍ଡ ସମୟର ଦୁଃଖଦ ଘଟଣା ଉପରେ ଚଳଚ୍ଚିତ୍ରଟି ଆଧାରିତ । ସତ୍ୟ ଘଟଣା ଉପପେ ସିନେମାଟି ତିଆରି ହୋଇଥିବାରୁ ଏହି ଚଳଚ୍ଚିତ୍ରକୁ ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଓଡ଼ିଶା, ହରିୟାଣା, ଗୁଜୁରାଟ ଏବଂ ରାଜସ୍ଥାନ ସମେତ ଦେଶର ଅନେକ ରାଜ୍ୟରେ ସିନେମାଟିକୁ ଟିକସମୁକ୍ତ କରାଯିବା ନେଇ ଘୋଷଣା କରାଯାଇଛି । ସାବରମତି ରିପୋର୍ଟରେ ମୁଖ୍ୟ ଭୂମିକାରେ ବିକ୍ରାନ୍ତ ମାସି, ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରା ପ୍ରମୁଖ ନଜର ଅଭିନୟ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି, ରଂଜନ ଚାନ୍ଦେଲ ଏବଂ ଶୋଭା କପୁର । ବାଲାଜୀ ଟେଲିଫିଲ୍ସ ଲିମିଟେଡର ଡିଭିଜନ୍ ବାଲାଜୀ ମୋସନ୍ ପିକ୍ଚର୍ସ, ଏ ବିକିର୍ ଫିଲ୍ମ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ ହୋଇଛି ସାବରମତି ରିପୋର୍ଟ ।

Also Read- Donkey Milk: ଗାଈ ମଇଁଷି ଅପେକ୍ଷା ଅଧିକ ଶକ୍ତିଶାଳୀ ଗଧ କ୍ଷୀର ! ବାବା ରାମଦେବ କହିଲେ ବଡ଼ କଥା

Also Read- Ketu Gochar 2024: କେତୁ ଚଳନ ପ୍ରଭାବ, ବର୍ଷ ଶେଷ ପୂର୍ବରୁ ଧନୀ ହେବେ ୩ ରାଶି

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;