Sahil Khan: ଗିରଫ ଭୟରେ ୪ ଦିନରେ ପ୍ରାୟ ୧୮୦୦ କିଲୋମିଟର ବୁଲିଥିଲେ ସାହିଲ ଖାନ୍
Advertisement
Article Detail0/zeeodisha/odisha2227312

Sahil Khan: ଗିରଫ ଭୟରେ ୪ ଦିନରେ ପ୍ରାୟ ୧୮୦୦ କିଲୋମିଟର ବୁଲିଥିଲେ ସାହିଲ ଖାନ୍

Mahadev Betting App Scam: ମହାଦେବ ବେଟିଂ ଆପ ମାମଲାରେ ବଲିଉଡ଼ ଅଭିନେତା ସାହିଲ ଖାନଙ୍କୁ ଗିରଫ କରିଛି ମୁମ୍ବାଇର କ୍ରାଇମବ୍ରାଞ୍ଚର ଏସଆଇଟି। ବମ୍ବେ ହାଇକୋର୍ଟଙ୍କ ଠାରୁ ଆଗୁଆ ଜାମିନ୍ ଓ ଗିରଫଦାରୀରୁ ଆଶ୍ବସ୍ତି ନପାଇବା ପରେ ସାହିଲ ମୁମ୍ବାଇ ଛାଡି ପଳାଇଥିଲେ। ୪ ଦିନରେ ପ୍ରାୟ ୧୮୦୦ କିଲୋମିଟର ଯାତ୍ରା କରି ପୋଲିସକୁ ଚକମା ଦେଇଥିଲେ ସାହିଲ୍। ମାତ୍ର ଛତିଶଗଡର ଜଗଦଲପୁରରୁ ତାଙ୍କୁ ଗିରଫ କରାଯାଇଛି।

ଅଭିନେତା ସାହିଲ ଖାନ ‘ଲୋଟସ୍ ବୁକ୍ 24/7’ ନାମକ ଏକ ଅନଲାଇନ ବେଟିଂ ଆପ ସହ ଯୋଡ଼ି ହୋଇ ରହିଥିଲେ । ଯାହାକି ମହାଦେବ ଅନଲାଇନ ଆପ ନେଟୱାର୍କର ଏକ ଅଂଶୀଦାର ବୋଲି କୁହାଯାଉଛି । ମହାଦେବ ଅନଲାଇନ ଆପରେ ପୂର୍ବରୁ ଅନେକ ଅଭିନେତାଙ୍କ ନାମ ସାମିଲ ରହିଥିବା ବେଳେ ଏହି ତାଲିକାରେ ଏବେ ସାହିଲ ଖାନଙ୍କ ନାଁ ମଧ୍ଯ ଯୋଡ଼ି ହୋଇଛି।  ଅଭିନେତାଙ୍କ ବିରୋଧରେ ଏହି ‘ଆପ’ର ପ୍ରମୋସନ ସହ ସେଲିବ୍ରିଟିମାନଙ୍କୁ ଡାକି ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଗିରଫ ହେବା ଭୟରେ ସେ ୪ ଦିନରେ ୫ଟି ରାଜ୍ୟରେ ପ୍ରାୟ ୧୮୦୦ କିଲୋମିଟର ଯାତ୍ରା କରିଥିଲେ। ଏପ୍ରିଲ ୨୫ରେ ସାହିଲଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ । ଏହାପରେ ସେ ମୁମ୍ୱାଇ ଛାଡି ଫେରାର ହୋଇଯାଇଥିଲେ। ସେଠାରୁ ସେ କର୍ଣ୍ଣାଟକର ହୁବେଲି ଯାତ୍ରା କରିବା ପରେ ହାଇଦ୍ରାବାଦ ଯାଇଥିଲେ।

ସେଠାରେ ସାହିଲ ଛଦ୍ମବେଶ ଧାରଣ କରିଥିଲେ। ଏହାପରେ ସେ ଛତିଶଗଡର ମାଓପ୍ରବଣ ଅଞ୍ଚଳକୁ ଚାଲିଯାଇଥିଲେ। ମାତ୍ର ମୁମ୍ବାଇ ପୋଲିସ ୭୨ ଘଣ୍ଟା ଟ୍ରାକିଂ କରି ଶେଷରେ ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ପୋଲିସ ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି। ପ୍ରକାଶ ଥାଉ କି, ସାହିଲ ‘ଷ୍ଟାଇଲ’ ଓ ‘ଏକ୍ସକ୍ୟୁଜ ମି’ ଭଳି ଫିଲ୍ମରେ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହାପରେ ସେ ଜଣେ ଫିଟନେସ ଏକ୍ସପର୍ଟ ହୋଇଥିଲେ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;