ପୁଣି ବିମାନରେ ଲାଗିଲା ନିଆଁ;ଥିଲେ ୧୭୯ ଯାତ୍ରୀ :ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ
Advertisement
Article Detail0/zeeodisha/odisha2856766

ପୁଣି ବିମାନରେ ଲାଗିଲା ନିଆଁ;ଥିଲେ ୧୭୯ ଯାତ୍ରୀ :ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ

American Airlines Flight Fire Scare: ବୋଇଂ ବିମାନରେ ନିଆଁ । ଆମେରିକାର ଡେନଭର ଇଣ୍ଟରନେସନାଲ ଏୟାରପୋର୍ଟରେ ବୋଇଂ  ୭୩୭ ବିମାନରେ ଅଗ୍ନିକାଣ୍ଡ ଘଟିଛି।  ଟେକ ଅଫ ବେଳେ ରନ ୱେରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। 

ପୁଣି ବିମାନରେ ଲାଗିଲା ନିଆଁ;ଥିଲେ ୧୭୯ ଯାତ୍ରୀ :ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ

American Airlines Flight Fire Scare: ବୋଇଂ ବିମାନରେ ନିଆଁ । ଆମେରିକାର ଡେନଭର ଇଣ୍ଟରନେସନାଲ ଏୟାରପୋର୍ଟରେ ବୋଇଂ  ୭୩୭ ବିମାନରେ ଅଗ୍ନିକାଣ୍ଡ ଘଟିଛି।  ଟେକ ଅଫ ବେଳେ ରନ ୱେରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏହା ପରେ ବିମାନ ଟେକ ଅଫ ବାତିଲ ହୋଇଥିଲା। ତେବେ, ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥିରେ କୌଣସି ଯାତ୍ରୀଙ୍କ ମୃତ୍ୟୁ ହୋଇନି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। 

 

ସୂଚନା ଯୋଗ୍ୟ,  ମିଆମିକୁ ଯାଉଥିବା ଫ୍ଲାଇଟ ୩୦୨୩ ନାମକ ଏହି ବିମାନରେ ୧୭୩ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ। ହେଲେ ହଠାତ୍ ଶନିବାର ଅପରାହ୍ନରେ ଏହି ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ଫଳରେ ରନ ୱେରେ ଲ୍ୟାଣ୍ଡିଂ ଗିୟର ଫେଲ ହେବାରୁ ବିମାନରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଫଳରେ ବିମାନରୁ ଧୂଆଁ ଉଠିବା ସହିତ ଲୋକମାନେ ଦୌଡିଥିଲେ । ସମସ୍ତଙ୍କ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କିନ୍ତୁ ଜଣେ ଯାତ୍ରୀ ଆହତ ହୋଇଛନ୍ତି । ଲ୍ୟାଣ୍ଡିଂ ଗିଅର ଫେଲ୍ ହେବାରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ତେବେ, ବର୍ତ୍ତମାନ  ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) ଏବଂ ଏୟାରଲାଇନ୍ସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ବିମାନରେ ନିଆଁ ଲାଗିବାର ଭିଡିଓ ବର୍ତ୍ତମାନ୍ ଭାଇରାଲ୍ ହେବାରେ ଲାଗିଛି। 

;