Mega serial Suna Jhia: ଦ୍ବିତୀୟ ସୋପାନରେ ବିଷ୍ଣୁଙ୍କ ମୃତ୍ଯୁ ହୋଇଥିବା ବେଳେ ନିଜ ଦୁଇ ଝିଅଙ୍କ ସହ ଆଗକୁ ବଢିଥିଲେ ପ୍ରିୟା।
Trending Photos
ଜୀ-ସାର୍ଥକର ପାରିବାରିକ ମେଗା ଧାରାବାହିକ ‘ସୁନା ଝିଅ’ ଓଡ଼ିଶାର ଅଗଣିତ ଦର୍ଶକଙ୍କ ଅହେତୁକ ଭଲ ପାଇବା ଯୋଗୁଁ ଏବେ ଜୀ-ସାର୍ଥକ ଚାନେଲ୍ ରେ ପ୍ରତ୍ୟେକ ସୋମବାର ରୁ ଶନିବାର ସନ୍ଧ୍ୟା ୭ଟା ୩୦ରେ ପ୍ରସାରିତ ହୋଇ ଟେଲି ଦୁନିଆରେ ଧମାଲ କରୁଥିବା ବେଳେ ସଫଳତାର ସହ ୧୦୦୦ତମ ଏପିସୋଡରେ ପହଞ୍ଚିଛି । ଗତ ୩ ବର୍ଷ ଧରି ଜୀ-ସାର୍ଥକରେ ପ୍ରସାରିତ ଏହି ମେଗା ଧାରାବାହିକ ଆସନ୍ତା ୧୮ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ଛୁଇଁଚି ୧୦୦୦ତମ ଏପିସୋଡର ମାଇଲଖୁଣ୍ଟ। ଓଡ଼ଶାର ଟେଲିଭିଜନ ଦୁନିଆରେ ମେଗା ଧାରାବାହିକ ସମୂହ ମଧ୍ୟରେ ‘ସୁନାଝିଅ’ଏକ ନୂତନ ଇତିହାସ ସୃଷ୍ଟି କରିବା ସହ ଆଗକୁ ବଢି ଚାଲିଛି, ଯେଉଁଥି ପାଇଁ ‘ସୁନା ଝିଅ’ର ପୁରା ଟିମ ନିଜର ସମସ୍ତ ଦର୍ଶକଙ୍କୁ ଦେଇଛନ୍ତି ଧନ୍ୟବାଦ ଓ ଅନୁରୋଧ କରିଛନ୍ତି ଏହି ଐତିହାସିକ ଏପିସୋଡ ସହିତ ଯୋଡିହେବା ପାଇଁ।
ନାରୀର ସୃଜନଶୀଳତା ଓ ଅଦମ୍ୟ ସାହସକୁ ସମ୍ମାନ ଦେଇ ଆସୁଥିବା ଜୀ-ସାର୍ଥକ ‘ସୁନାଝିଅ’ର କାହାଣୀ ମଧ୍ୟ ସେହି ପରି। ଆରମ୍ଭ ହୋଇଥିଲା ଆମ ଓଡିଆ ଘରର ଏକ ନିଚ୍ଛକ କାହାଣୀକୁ ନେଇ। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ୱପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହୋଇଛି ତେବେ ଗତବର୍ଷ ଡିସେମ୍ବର ୧୭ ତାରିଖରେ ଶେଷ ହୋଇଥିଲା କାହାଣୀର ପ୍ରଥମ ସୋପାନ ଯେଉଁଥିରେ ଦର୍ଶକ ଦେଖିଥିଲେ ପ୍ରିୟା ଓ ବିଷ୍ଣୁଙ୍କ ସଫଳ ଦାମ୍ପତ୍ୟ ଜୀବନରେ ଆସିଥିଲେ ଦୁଇ ଝିଅ ଅଂଶୁ ଓ ବଂଶୁ। ଦ୍ବିତୀୟ ସୋପାନରେ ବିଷ୍ଣୁଙ୍କ ମୃତ୍ଯୁ ହୋଇଥିବା ବେଳେ ନିଜ ଦୁଇ ଝିଅଙ୍କ ସହ ଆଗକୁ ବଢିଥିଲେ ପ୍ରିୟା।
ଏହି ଐତିହାସିକ ୧୦୦୦ତମ ଏପିସୋଡ ପର ଠାରୁ ଆରମ୍ଭ ହେଉଛି କାହାଣୀର ତୃତୀୟ ସୋପାନ ଯେଉଁଥିରେ ନିଜ ଝିଅକୁ ଅସୁବିଧାରୁ ବଞ୍ଚାଇବାକୁ ପୁଣି ଆଗକୁ ଆସିଛନ୍ତି ପ୍ରିୟା ଓ କାହାଣୀରେ ଆସିଛି ଏକ ନୂଆ ମୋଡ଼। ତେବେ କାହାର ପ୍ରେମ, କାହାର ବନ୍ଧୁତା ଓ କାହାର ବଳିଦାନ ଦେଖିବା ଏହି ସୁପରହିଟ ପାରିବାରିକ ଓ ଓଡ଼ିଶାର ନମ୍ବର ୱାନ୍ ମେଗା ଧାରାବାହିକରେ। ଧାରାବାହିକରେ ପ୍ରମୁଖ ଭୂମିକାରେ ଅଛନ୍ତି ସମ୍ଭବ ମାନସିଂହ, ଅଙ୍କିତା ମିଶ୍ର, ଶ୍ଵେତା ଆଚାର୍ଯ୍ୟ ଓ ଅନ୍ୟମାନେ। ସଂଳାପ ରଚନା କରିଛନ୍ତି ଶ୍ରୀହର୍ଷ କର, ନିର୍ଦ୍ଦେଶନା ଦେଉଛନ୍ତି ଗୌରୀଶଙ୍କର ଦାସ ଓ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଅକ୍ଷୟ ପରିଜା। ଓଡିଆ ମନୋରଂଜନ କ୍ଷେତ୍ରରେ ସବୁବେଳେ ଆଗୁଆ ଜୀ-ସାର୍ଥକ ର ‘ସୁନାଝିଅ’କୁ ସବୁବେଳେ ନମ୍ବର ୱାନ୍ କରୁଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରରର ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍।