ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଚମକିବ ଓଡି଼ଆ ଫିଲ୍ମ ‘ରଂଗଶୁର’
Advertisement
Article Detail0/zeeodisha/odisha2728575

ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଚମକିବ ଓଡି଼ଆ ଫିଲ୍ମ ‘ରଂଗଶୁର’

ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ସମ୍ମିଳନୀରେ ‘ରଙ୍ଗଶୁର’ ଫିଲ୍ମଟି ପ୍ରସାରିତ ହେବାକୁ ଯାଉଛି ଯାହା ଓଡି଼ଆ ଚଳଚ୍ଚିତ୍ର ଜଗତ ପାଇଁ ଖୁବ ଗର୍ବ ଏବଂ ଗୌରବର ବିଷୟ । ଏହାକୁ ନେଇ ଫିଲ୍ମ ନିର୍ମାଣକାରୀ ସଂସ୍ଥା ଖୁବ ଆଶାବାଦୀ ରହିବା ସହିତ ଓଡି଼ଶାର ଜନତା ଓ ଫିଲ୍ମରେ ଥିବା ସମସ୍ତ କଳାକାରଙ୍କୁ ଏହାପାଇଁ ସାଧୁବାଦ ଜଣାଇଛନ୍ତି ।

ନ୍ୟୁୟର୍କ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଚମକିବ ଓଡି଼ଆ ଫିଲ୍ମ ‘ରଂଗଶୁର’

Ollywood News: ବିଗତ କିଛି ଦିନ ହେବ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଲୋକଙ୍କର ରୁଚି ବଢିବା ସହିୟ ବଡ ପରଦାରେ ମଧ୍ୟ ଭଲ ବ୍ୟବସାୟ କରୁଛି ଓଡିଆ ଫିଲ୍ମ । ଚଳଚ୍ଚିତ୍ର ପାଇଁ ସବୁଠୁ ମୁଖ୍ୟ ବିଷୟ ଏବେ ପାଲଟିଛି ଭିନ୍ନ ଓ ବାସ୍ତବବାଦ କାହାଣୀ । ଆଗକୁ ଆହୁରି ଭଲ ଭଲ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି ଓଡିଆ ଫିଲ୍ମ ‘ରଙ୍ଗଶୁର’ । ମୁନ୍ ଟିଭି ଓ ପ୍ରକାଶ ଫିଲ୍ମ୍ସ ବ୍ୟାନରରେ ସଚ୍ଚିକାନ୍ତ ଜେନା ଓ ପ୍ରଶାନ୍ତ ବେହେରା ଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ରଙ୍ଗଶୁର । ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟ ପ୍ରକାଶ ଦାସ, ସମରେଶ ରାଉତରାୟ, ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ, ସୂର୍ଯ୍ୟମୟୀ, ଶୁଭଶ୍ରୀ ଜେନା ପ୍ରମୁଖ କଳାକାରମାନେ ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ପ୍ରତାପ ରାଉତ, ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବୋନି । ଯାହାର ପ୍ରଚାର ଓ ପ୍ରସାର ଦାୟିତ୍ୱ ନେଇଥିଲେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ।

ଫିଲ୍ମରେ ଆମ ଓଡ଼ିଆ ମାଟିର କଥାକୁ ଉପସ୍ଥାପନା କରାଯାଇଛି । ପାରମ୍ପରିକ ବାଘ ନାଚକୁ ନେଇ ଫିଲ୍ମ ଗତିଶୀଳ । ଓଡିଶାରେ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବହୁ ପୁରାତନ ପାରମ୍ପରିକ ନୃତ୍ୟ ବାଘ ନାଚ ପାଇଁ ସଂଘର୍ଷ ଓ ଏହା ପଛର କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମର କଣ୍ଟେଣ୍ଟ ଖୁବ ଭିନ୍ନ ରହିବା ସହିତ ଏଥିରେ ଓଡିଶାର ଲୋକକଳା, ପରମ୍ପରା ଓ ସଂସ୍କୃତିକୁ ଉଲ୍ଲେଖ କରାଯାଇଛି । ଫିଲ୍ମଟି ବଡ଼ ପରଦାରେ ଜାନୁଆରୀ ୧୨ ତାରିଖରେ ରିଲିଜ ହୋଇଥିଲା । ତେବେ ରିଲିଜ ହେବାର ଏତେ ଦିନ ବିତିଯାଇଥିବା ପରେ ମଧ୍ୟ ସରିନାହିଁ ଫିଲ୍ମର କ୍ରେଜ୍ । 

କହିରଖୁ ଯେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ସମ୍ମିଳନୀରେ ‘ରଙ୍ଗଶୁର’ ଫିଲ୍ମଟି ପ୍ରସାରିତ ହେବାକୁ ଯାଉଛି ଯାହା ଓଡି଼ଆ ଚଳଚ୍ଚିତ୍ର ଜଗତ ପାଇଁ ଖୁବ ଗର୍ବ ଏବଂ ଗୌରବର ବିଷୟ । ଏହାକୁ ନେଇ ଫିଲ୍ମ ନିର୍ମାଣକାରୀ ସଂସ୍ଥା ଖୁବ ଆଶାବାଦୀ ରହିବା ସହିତ ଓଡି଼ଶାର ଜନତା ଓ ଫିଲ୍ମରେ ଥିବା ସମସ୍ତ କଳାକାରଙ୍କୁ ଏହାପାଇଁ ସାଧୁବାଦ ଜଣାଇଛନ୍ତି । ଏହା ସହିତ ଫିଲ୍ମଟି କେମିତି ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ତାକୁ ନେଇ ମଧ୍ୟ ଆଗାମୀ ଦିନରେ ଚେଷ୍ଟା ଜାରି ରହିବ । ଅନ୍ତର୍ଜାତୀୟ ସ୍ତରରେ ଓଡିଆ ଫିଲ୍ମକୁ ଗୁରୁତ୍ବ ମିଳିବା ହେଉଛି ଖୁସି ଓ ଗର୍ବର ବିଷୟ ।

Also Read- ୪୮ ଘଣ୍ଟାରେ ଭାରତ ଛାଡିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ, ଆତଙ୍କୀଙ୍କ ସୂଚନା ଦେଲେ ମିଳିବ ୨୦ ଲକ୍ଷ

Also Read- kashmiris tourism: ମହଙ୍ଗା ପଡିବ ପର୍ଯ୍ୟଟକଙ୍କୁ ଆକ୍ରମଣ, ଭୁଶୁଡିପାରେ କାଶ୍ମୀର ପର୍ଯ୍ୟଟନ ଶିଳ୍ପ !

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;