Jatra Actor Bapi Panda: ଜଲିଉଡ ଜଗତର ବରିଷ୍ଠ କଳାକାର ବାପି ପଣ୍ଡା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ନିଜ ପ୍ରତିକ୍ରିୟାରେ ରୋକଠାକ କଥା କହିବା କାରଣରୁ ବାପିଙ୍କୁ କିଛି କଳାକାର ସମର୍ଥନ କରୁଛନ୍ତି ।
ହାସ୍ୟ ଅଭିନେତା ନରୀ ପଣ୍ଡା, ଭାଇରାଲ୍ ଆକ୍ଟର ପୀୟୂଷଙ୍କ ବାଦ ବିବାଦ ପରେ ବର୍ତ୍ତମାନ ବାପି ପଣ୍ଡାଙ୍କ ବୟାନ ଯାତ୍ରାଜଗତର ଅସଲ କଥା ପଦାକୁ ଆଣିଛି
ଯାତ୍ରା ମାଲିକଙ୍କ ଉପରେ ଖପ୍ପା ହୋଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବାପି ପଣ୍ଡା
ବାପି କହିଛନ୍ତି ଯେ, ଏ ସବୁ ଘଟଣାର ସମାଧାନ କର ବାକି ଟଙ୍କା ଦେଇଦିଅ ତାପରେ ମୁଁ ଚୁପ୍ ହୋଇଯିବି
ଯାତ୍ରା କଳାକାରଙ୍କ ସପକ୍ଷରେ ବାହାରି ବାପି ମାଲିକଙ୍କ ଉଦ୍ଦେଶ୍ୟରେ ଏକଥା ମଧ୍ୟ କହିଛନ୍ତି ଯେ,. 'ସିଏ କରି କରି କଣ ପାରିବେ ଏମିତି ହଇରାଣ କରିବେ'
'ସବୁବେଳେ ସବୁ ଅନ୍ୟାୟକୁ ସାମ୍ନା କରିବାକୁ ବାପି ପଣ୍ଡା ପ୍ରସ୍ତୁତ ଅଛି' ମୁଁ ସବୁବେଳେ ଅନ୍ୟାୟକୁ ବିରୋଧ କରିବି ବୋଲି ବାପି ରୋକଠୋକ କହିଛନ୍ତି ।
କଳାକାରଙ୍କ ସହିତ ରହିଛି ମାଲିକଙ୍କ ସହ ରହିଛି । ଖାସ୍ କରି ମୋ ମାଲିକ ଭାଇମାନଙ୍କ ସହ ରହିଛି ବୋଲି ବାପି ପଣ୍ଡା ଗଣମାଧ୍ୟମରେ କହିଛନ୍ତି
ଏକଥା ମଧ୍ୟ ବାପି କହିଛନ୍ତି ଯେ, କଳାକାରମାନଙ୍କୁ ଫୋନ୍ କରି ଧମକ ଦେଉଛନ୍ତି, ଯଦି ତୁ ସଂଘକୁ ସପୋର୍ଟ କରିବୁ ଆରବର୍ଷ ଠାରୁ ତୋ ଚାକିରୀ ନେଇଯିବୁ।
ଆପଣଙ୍କୁ କହିରଖୁଛୁ ଯେ, ବାପି ପଣ୍ଡା ଯାତ୍ରା ଜଗତର ଜଣେ ପରିଚିତ ଚେହେରା । ଦୀର୍ଘବର୍ଷ ଧରି ବାପି ଯାତ୍ରାରେ ଅଭିନୟ କରିଆସୁଛନ୍ତି ।
ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି ବାପି । ସର୍ବଦା କଳାକାର ସୁବିଧା ଅସୁବିଧାରେ ବାପି ଛିଡା ହୋଇଥାନ୍ତି ।
ट्रेन्डिंग फोटोज़