Advertisement
Photo Details/zeeodisha/odisha2803141
photoDetails0hindi

Jollywood: ଯାତ୍ରା ମଞ୍ଚରେ ଚଢିଲା ସତସତିକା ଘୋଡା, ଆଉ ତାପରେ…

ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ ସର୍ବଦା ଯାତ୍ରା ମାଲିକମାନେ ଚେଷ୍ଟା କରିଥାନ୍ତି । ତେବେ ଏଥର ଦର୍ଶକଙ୍କ ପାଇଁ ଧଉଳି ଗଣନାଟ୍ୟ କିଛି ଖାସ୍ ପଦକ୍ଷେପ ନେଇଛି

1/8

ପ୍ରତ୍ୟକ ଯାତ୍ରାନୁଷ୍ଠାନ ଦର୍ଶକଙ୍କୁ ମଞ୍ଚରେ କିଛି ଭିନ୍ନ ସ୍ୱାଦ ଦେବାପାଇଁ ଚେଷ୍ଟା କରିଥାନ୍ତି । ଏହି କ୍ରମରେ ସାମିଲ ରହିଛି ପ୍ରମୁଖ ଯାତ୍ରାନୁଷ୍ଠାନ ଧଉଳି ଗଣନାଟ୍ୟ

2/8

ଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ଯାତ୍ରା ପେଣ୍ଡାଲରେ ସତସତିକା ଘୋଡା ଦେଖିବାକୁ ପାଇବେ ଦର୍ଶକ ।

3/8

ନୂଆ ରୂପରେ ନୂଆ ରଙ୍ଗରେ ଯାତ୍ରା ଧଉଳିର ନୂତନ ବିସ୍ପୋରଣ ନାଟକ 'ଚଣ୍ଡାଶୋକ'ରେ ଯାତ୍ରା ମଞ୍ଚରେ ଘୋଡା ବ୍ୟବହାର କରାଯିବ

4/8

ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କୁ ଏହି ସୂଚନା ଦର୍ଶକଙ୍କ ପାଇଁ ପ୍ରଦାନ କରାଯାଇଛି ।

5/8

ଯାତ୍ରା ପ୍ରତି ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ ଏପରି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି

6/8

ଅନ୍ୟପଟେ, କିଛି ଦର୍ଶକ ଏପରି କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି କମେଣ୍ଟ ବକ୍ସରେ

7/8

ଜଣେ ଦର୍ଶକ କହିଛନ୍ତି ଯେ, ଯଦି କୌଣସି କାରଣବଶତଃ ଘୋଡା ବିଚଳିତ ହୋଇ ଯାତ୍ରା ମଞ୍ଚରୁ ତଳକୁ ଡେଇଁ ପଡେ ତେବେ ଦର୍ଶକଙ୍କ ଅବସ୍ଥା କଣ ହେବ ? ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଆସିଛି ।

8/8

ଅନ୍ୟଜଣେ ଦର୍ଶକ କମେଣ୍ଟ ମାଧ୍ୟମରେ କହିଛନ୍ତି ଯେ, ଯାତ୍ରା ମଞ୍ଚରେ ଘୋଡା ବ୍ୟବହାର କରାଯିବା କିଛି ନୂଆ ଘଟଣା ନୁହେଁ , ଆଗରୁ ବହୁ ବର୍ଷ ପୂର୍ବେ ମଧ୍ୟ ଘୋଡାର ବ୍ୟବହାର କରାଯାଇଥିଲା ।

;