ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା କିଛି ଦିନ ତଳେ ଯାତ୍ରା ଜୁଏଲ୍ 'ସ୍ୱର୍ଣ୍ଣ ମନ୍ଦିର'ର ପରିଚାଳନା ଦାୟିତ୍ୱ ନେଇଥିଲେ । କିନ୍ତୁ ଆଜି ଗଣମାଧ୍ୟମରେ ଏଥିରୁ ଓହରି ଯାଇଥିବା କଥା କହିଛନ୍ତି ରାଣୀ
କିଛି ଦିନର ବ୍ୟବଧାନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା
ଆପଣଙ୍କୁ କହିରଖୁଛୁ ଯେ, ଯାତ୍ରା ଜଗତର ଅନେକ ଖବର ବର୍ତ୍ତମାନ ଚର୍ଚ୍ଚାରେ ରହିଛି
ଏହାରି ମଧ୍ୟରେ ରାଣୀଙ୍କ ନୂଆ ନିଷ୍ପତ୍ତିକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି
ରାଣୀ କହିଛନ୍ତି ଯେ, ମୁଁ ଏବେ ନିଜସ୍ୱ ଏକ ଯାତ୍ରାପାର୍ଟି ଖୋଲୁଛି । ନୂଆ ଯାତ୍ରାପାର୍ଟିର ନାଁ ରହିଛି 'ନାଟ୍ୟମଣ୍ଡପ' ।
ଯେଉଁ କମିଟି ସଦସ୍ୟ ଯାତ୍ରା ବୁକିଂ ପାଇଁ ଆଗୁଆ ଟଙ୍କା ଦେଇଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରିବେ ବୋଲି ରାଣୀ କହିଛନ୍ତି ।
ଯଦି ଟଙ୍କା ଫେରସ୍ତ ନକରିବେ ତେବେ ନୂଆ ଯାତ୍ରା ପାର୍ଟି 'ନାଟ୍ୟମଣ୍ଡପ'କୁ ବୁକ୍ କରିପାରିବେ ବୋଲି ରାଣୀ କହିଛନ୍ତି ।
ଯେଉଁ କଳାକାର ଚାହିଁବେ ସେମାନେ ମୋ ସହ କାମ କରିପାରିବେ ମୋ ଯାତ୍ରା ପାର୍ଟିରେ । ଯଦି ସେମାନେ ଚାହାନ୍ତି ସ୍ୱର୍ଣ୍ଣ ମନ୍ଦିରରେ କାମ କରିବାକୁ ତାହେଲେ ମଧ୍ୟ ସେ କରିପାରିବେ ବୋଲି ରାଣୀ କହିଛନ୍ତି ।
ଏଥିସହ ଅନ୍ୟ ଯାତ୍ରା ପାର୍ଟି ମାଲିକଙ୍କୁ ଟାର୍ଗେଟ୍ କରି ରାଣୀ କହିଛନ୍ତି ଯେ, ବର୍ତ୍ତମାନ ଯାହା ସମସ୍ୟା ଯାତ୍ରାରେ ହେଉଛି ତାହା ସମସ୍ତେ ଜାଣିଛନ୍ତି । ମୁଁ ଯାତ୍ରା ପାର୍ଟିର ମାଲିକ ହେଉଛି ବୋଲି ଅନ୍ୟମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ଯଦି ଉପରେ ଯିଏ ଅଛି ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ଏଥିସହ ବାପା ମାଆଙ୍କ ଆଶୀର୍ବାଦ ଥିଲେ ସବୁ ସମ୍ଭବ । କୋଇ ମାଈକା ଲାଲ୍ ନାହିଁ ମୋ ଯାତ୍ରା ପାର୍ଟିରେ ହାତ ମାରିଦବ।
ମୋ ଟେଣ୍ଟ କି କଳାକାର ଦେହରେ ଯିଏ ହାତ ଲଗେଇବ ମୁଁ ତା ହାତକୁ ହାଣି ଦେବି ବୋଲି ଗଣମାଧ୍ୟମ ସାମ୍ନାରେ ରୋକଠୋକ ଭାବେ ରାଣୀ ପଣ୍ଡା କହିଛନ୍ତି ।
ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ ଆଗରେ ଏବଂ ଯାତ୍ରା ମାଲିକ ପିଣ୍ଟୁ ବାବୁଙ୍କୁ କହୁଛି ଯେ, ମୁଁ ଯାତ୍ରା ସ୍ୱର୍ଣ୍ଣ ମନ୍ଦିରରୁ ବିଦାୟ ନେଉଛି। ଏ ଅନୁଷ୍ଠାନକୁ ମୁଁ ଆଗକୁ ନେଇ ପାରୁନାହିଁ ବୋଲି ରାଣୀ କହିଛନ୍ତି ।
ଯାତ୍ରାପାର୍ଟି କରି ରାଣୀପଣ୍ଡା ଅନେକ କଳାକାର ଓ ଟେକ୍ନିସିଆନ୍ସଙ୍କୁ ପୋଷିବେ ବୋଲି ରୋକ୍ ଠୋକ୍ ଜଣାଇଛନ୍ତି ରାଣୀ।
ट्रेन्डिंग फोटोज़