ଅନେବ ବାଦ ବିବାଦ ମଧ୍ୟରେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା (କାଗେଜି ପଲେଇ) ଗଣମାଧ୍ୟମରେ ନିଜ ମତ ରଖିଛନ୍ତି ।
ଏଥିସହ ସେ ଏକଥା ମଧ୍ୟ ସ୍ୱିକାର କରିଛନ୍ତି ଯେ, ସେ ନାବାଳିକା ଥିବା ସମୟରେ ଘରୁ ପାଦ କାଢୀ ପ୍ରେମିକ ସହ ଫେରାର ହୋଇଥିଲେ ଆଉ ତାପରେ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ବିବାହ ପରେ ପ୍ରାପ୍ତ ବୟସ୍କ ହୋଇନଥିଲେ ମଧ୍ୟ ପୁତ୍ର ସନ୍ତାନ ଜନ୍ମ ଦେଇଥିବା କଥା ସୋନାଲି ମାନିଛନ୍ତି । ସେ କହିଥିଲେ, ପୁରୀରେ ତାଙ୍କର ପୁଅ ଜନ୍ମ ହୋଇଥିଲା ।
ତେବେ ଯାତ୍ରାକୁ ଆସିବା ପଛରେ ଏକ ବଡ଼ କାହାଣୀ ରହିଛି ବୋଲି ସୋନାଲି କହିଛନ୍ତି । ସେ ନିଜ ଇଚ୍ଛାରେ ନୁହେଁ ବରଂ ତାଙ୍କ ପ୍ରେମିକଙ୍କ କଥାରେ ସେ ଯାତ୍ରାକୁ ଆସିଥିଲେ
ବିବାହ ପରେ ଉଭୟଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହୋଇଥିଲା ଏବଂ ଯାହାକୁ ବିଶ୍ୱାସ କରି ସେ ଘରୁ ଚାଲି ଆସିଥିଲେ ସେ ହିଁ ବିଶ୍ୱାସଘାତକତା କରିଥିଲେ
ସୋନାଲିଙ୍କୁ ବିବାହ ପରେ ମଧ୍ୟ ସ୍ୱାମୀ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ସୋନାଲିଙ୍କୁ ତାଙ୍କଠାରୁ ଦୂରେଇଦେବାକୁ ଚାହିଁଥିଲେ
ସୋନାଲି ଯେବେ ପ୍ରଥମଥର ଯାତ୍ରା ଦୁନିଆରେ ପାଦ ଦେଲେ ସେହି ସମୟରେ ଅଗ୍ରିମ ମିଳିଥିବା ଟଙ୍କାକୁ ନେଇ ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ । ତାପରେ ସେ ସୋନାଲିଙ୍କ ସହ ଯୋଗାଯୋଗ ମଧ୍ୟ କରିନଥିଲେ ।
ବାପଘର ଏବଂ ଶାଶୂ ଘର କେଉଁଠିକି ମଧ୍ୟ ସୋନାଲି ଯାଇପାରିନଥିଲେ ତେଣୁ ସେ ବାଧ୍ୟରେ ଯାତ୍ରା ଦୁନିଆରେ ଧିରେ ଧିରେ ଆଗକୁ ବଢିଲେ ବୋଲି କହିଛନ୍ତି ।
ଯାତ୍ରାକୁ ଆସିବା ପୂର୍ବରୁ ସୋନାଲିଙ୍କ ପୁଅକୁ ତାଙ୍କ ଶାଶୂଘର ଲୋକେ ଛଡାଇନେଇଥିଲେ ବୋଲି ସେ ଗଣମାଧ୍ୟମରେ କହିଛନ୍ତି ।
ଦୀର୍ଘ ୧୨ ବର୍ଷ ପରେ ହଠାତ କାହିଁକି ଏକଥା ମନେ ପଡିଲା ? ଆପୋଷ ବୁଝାମଣା ନକରି ସାମାଜିକ ଗଣମାଧ୍ୟମରେ କାହାର ଚରିତ୍ର ସଂଘାର କରିବା କେତେଦୂର ଠିକ୍ ବୋଲି ସୋନାଲି ପ୍ରଶ୍ନ କରିଛନ୍ତି ।
ट्रेन्डिंग फोटोज़