ପୁରୀ ମହୋଦଧୀରେ ବାପା ସ୍ୱର୍ଗତଃ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ।
ମାର୍ଚ୍ଚ ମାସରେ ଫିଲ୍ମ ସୁଟିଂ ଥିବା କାରଣରୁ ଲଣ୍ଡା ହୋଇନଥିଲେ ବାବୁସାନ।
ତିଳ ତର୍ପଣ କରି ବାପା ଉତ୍ତମ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବାବୁସାନ।
ବାବୁସାନଙ୍କ ସାଥିରେ ଥିଲେ ଧର୍ମପତ୍ନୀ ତୃପ୍ତି ଏବଂ ମା’ ଅପରାଜିତା ।
ପ୍ରୟାଗରାଜ୍ ଠାରେ ଅସ୍ଥି ବିସର୍ଜନ କାର୍ଯ୍ୟ ଶେଷ କରି ପୁରୀରେ ପହଞ୍ଚିଥିଲେ ବାବୁସାନ
ସ୍ୱର୍ଗଦ୍ୱାର ନିକଟ ଅସ୍ଥି ବିସର୍ଜନ ଘାଟରେ ପୂଜାର୍ଚନା କରିଥିଲେ ବାବୁସାନ।
ପାରମ୍ପରିକ ଭାବେ ସାବତ ନିଯୋଗ ସେବାୟତଙ୍କ ଦ୍ୱାରା ପୂଜା କରିବା ପରେ ଅସ୍ଥି ବିସର୍ଜନ କରିଥିଲେ।
ପୂର୍ବରୁ ସେ ପୁରୀ ଆସି ଶ୍ୱେତଗଙ୍ଗା ପୁଷ୍କରଣୀରେ ଅସ୍ଥି ବିସର୍ଜନ କରିସାରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ଏଥର ରଜ ଅବସରରେ ବାବୁସାନଙ୍କ ନୂଆ ସିନେମା ରିଲିଜ୍ ହେବାକୁ ଯାଉଛି
ସିନେମାଟି ଦର୍ଶକଙ୍କୁ ନିଶ୍ଚେ ଭଲ ଲାଗିବ ବୋଲି ବାବୁସାନଙ୍କ ସମେତ ପୁରା ଟିମର ଆଶା ରହିଛି
ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ଫେବୃଆରୀ ୨୭ ତାରିଖ ଦିନ ଦିଲ୍ଲୀରେ ଚିକିତ୍ସାଧିନ ଅବସ୍ଥାରେ ଓଲିଉଡ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ହୋଇଥିଲା
ଏହା ପରେ ମରଶରୀରକୁ ଓଡ଼ିଶା ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା
ଉତ୍ତମଙ୍କ ଏକମାତ୍ର ପୁତ୍ର ବାବୁସାନ ବାପାଙ୍କୁ ମୁଖାଗ୍ନି ଦେଇଥିଲେ
ଓଲିଉଡ ସମେତ ରାଜନୈତିକ ବ୍ୟକ୍ତିବିଶେଷ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟରେ ନିଜକୁ ସାମିଲ କରିଥିଲେ
ट्रेन्डिंग फोटोज़