Poonam Pandey alive: ବଞ୍ଚିଛନ୍ତି ପୁନମ୍ ପାଣ୍ଡେ, ଜାଣନ୍ତୁ କାହିଁକି କହିଥିଲେ ମିଛ?
Advertisement
Article Detail0/zeeodisha/odisha2092571

Poonam Pandey alive: ବଞ୍ଚିଛନ୍ତି ପୁନମ୍ ପାଣ୍ଡେ, ଜାଣନ୍ତୁ କାହିଁକି କହିଥିଲେ ମିଛ?

Poonam Pandey Alive: ହଟିଲା ସସପେନ୍ସ । ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ । ଶୁକ୍ରବାର ଗର୍ଭାଶୟ କର୍କଟରେ ପୁନମଙ୍କ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ସବ୍ଧ କରିଥିଲା । କିନ୍ତୁ ଏବେ ସେ ଜୀବିତ ଥିବା ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ

Poonam Pandey Alive: ହଟିଲା ସସପେନ୍ସ । ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ । ଶୁକ୍ରବାର ଗର୍ଭାଶୟ କର୍କଟରେ ପୁନମଙ୍କ ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କୁ ସବ୍ଧ କରିଥିଲା । କିନ୍ତୁ ଏବେ ସେ ଜୀବିତ ଥିବା ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ନିଜ ମୃତ୍ୟୁର ଦିନକ ପରେ ପୁନମ୍ କହିଛନ୍ତି, ‘ମୁଁ ଜୀବିତ ଅଛି’। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଜାରି କରି କରିଛନ୍ତି, ‘ସେ ସୁସ୍ଥ ଅଛନ୍ତି ଏବଂ କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହା କରାଯାଇଛି’। ଗର୍ଭାଶୟ କର୍କଟ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପୁନମ ଏଭଳି ଏକ ଭିନ୍ନ ଉପାୟ ବାଛିଥିବା କହିଛନ୍ତି । ଫେବ୍ରୁଆରି ୨ ତାରିଖରେ ଏହି ମଡେଲ ତଥା ଅଭିନେତ୍ରୀଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଥିବା ଖବର ପ୍ରସାରିତ ହୋଇଥିଲା। ତାଙ୍କ ମ୍ୟାନେଜର ଏନେଇ କନଫର୍ମ କରିଥିଲେ । କିନ୍ତୁ ଏହାପରେ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାର ବିଷୟରେ କୌଣସି ଖବର ଆସିନଥିଲା । ଯାହା ପରେ ତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିଲା । ଏମିତି ତାଙ୍କ ପରିବାର ଲୋକଙ୍କ କୌଣସି ପତ୍ତା ମଧ୍ଯ ମିଳିନଥିଲା । କିନ୍ତୁ ଆଜି ନିଜ ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରିବ ସମସ୍ତଙ୍କୁ ଚକିତ କରିଛନ୍ତି ଅଭିନେତ୍ରୀ ।

 

ଏନେଇ ସେ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ମୁଁ ଆପଣମାନଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିବାକୁ ବାଧ୍ୟ ଅନୁଭବ କରୁଛି- ମୁଁ ଜୀବିତ ଅଛି। ସର୍ଭିକାଲ କ୍ୟାନସରରେ ମୋର ପ୍ରାଣ ଯାଇନାହିଁ। କିନ୍ତୁ ଦୁଃଖର ବିଷୟ, ଏହି ରୋଗର ମୁକାବିଲା କିପରି କରାଯିବ ସେ ବିଷୟରେ ଜ୍ଞାନର ଅଭାବରୁ ଏହା ହଜାର ହଜାର ମହିଳାଙ୍କ ଜୀବନ ନେଇଛି । ଅନ୍ୟ କେତେକ କର୍କଟ ରୋଗଠାରୁ ଭିନ୍ନ ଗର୍ଭାଶୟ କ୍ୟାନସର ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧଯୋଗ୍ୟ’ । ଏଚପିଭି ଟିକା ଏବଂ ପ୍ରାରମ୍ଭିକ ଚିହ୍ନଟ ପରୀକ୍ଷଣରେ ମୁଖ୍ୟ ଭୂମିକା ରହିଛି। ଏହି ରୋଗରେ କେହି ଯେପରି ପ୍ରାଣ ନ ହରାଇବେ ସେଥିପାଇଁ ଆମ ପାଖରେ ଉପାୟ ରହିଛି। ଆସନ୍ତୁ ପରସ୍ପରକୁ ଗୁରୁତ୍ୱପୂର୍ଣ୍ଣ ସଚେତନତା ସହିତ ସଶକ୍ତ କରିବା ଏବଂ ପ୍ରତ୍ୟେକ ମହିଳାଙ୍କୁ ଗ୍ରହଣ କରିବାକୁ ଥିବା ପଦକ୍ଷେପ ବିଷୟରେ ଅବଗତ କରାଇବା ସୁନିଶ୍ଚିତ କରିବା। ଆସନ୍ତୁ ମିଳିମିଶି ଏହି ରୋଗର ବିନାଶକାରୀ ପ୍ରଭାବକୁ ବନ୍ଦ କରିବା ଏବଂ #DeathToCervicalCancer ଆଣିବାକୁ ଚେଷ୍ଟା କରିବା”।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;