Advertisement
Photo Details/zeeodisha/odisha2880630
photoDetails0hindi

Custard Apple: ସ୍ବାସ୍ଥ୍ୟ ପାଇଁ ବରଦାନ ଆତ,ଖାଇଲେ ଦୂର ହୋଇଥାଏ ଏହି ୭ ରୋଗ!

Custard Apple: ଆତ ବା ସୀତା ଫଳ। କେହି କେହି ଏହାକୁ ନେଓ୍ବା କୁହନ୍ତି। ଏହି ଫଳ ଶରୀର ପାଇଁ ବେଶ୍ ଲାଭକାରୀ । ଆତରେ କ୍ୟାଲସିୟମ୍ ମାଗ୍ନେସିୟମ୍, ପୋଟାସିୟମ୍ ,ଆଇରନ୍ ଓ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ। ଏହା ବିଶେଷକରି, ଘର ବାଡି ଗୁଡିକରେ ସହଜରେ ବର୍ଷା ଦିନେ ମିଳିଥାଏ। ଆତରେ କ୍ୟାନସର ସହ ଲଢିବାର ଶକ୍ତି ଥିବା ବେଳେ ଏହା ଡାଇବେଟିସ୍ କୁ ନିୟନ୍ତ୍ରଣ କରିବାରେ ସହାୟକ ହୁଏ। ତେବେ,ଆସନ୍ତୁ ଜାଣିବା ଏହା ଖାଇବା ଦ୍ବାରା କେଉଁସବୁ ରୋଗ ପାଖମାଡେ ନାହିଁ।....

1/8

ଆତରେ ଭରପୂର ପରିମାଣର ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ଥାଏ। ଏହା  ଟାଇପ୍-୨ ମଧୁମେହକୁ ରୋକିବାରେ ସହାୟକ ହୋଇଥାଏ।    

2/8

କୋଲୋଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। 

 

3/8

ଗର୍ଭାବସ୍ଥାରେ ସୀତାଫଳ ଖାଇବା ଦ୍ବାରା ଗର୍ଭପାତର ଆଶଙ୍କା ହ୍ରାସ ପାଇଥାଏ। ଏବଂ ଶିଶୁର ମାନସିକ ବିକାଶରେ ସାହାର୍ଯ୍ୟ କରେ। 

 

4/8

ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ। ମାଗ୍ନେୟିମ୍ ଓ ପୋଟାସିୟମ୍ ପ୍ରଚୁର ପରିମାଣର ଥିବାରୁ ଏହା ହାର୍ଟ ଆଟାର୍କ ଭଳି ଆଶାଙ୍କାକୁ କମ୍ କରିଥାଏ। 

 

5/8

ଦାନ୍ତ ମାଢିକୁ ଶକ୍ତ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଗୋଟିଏ ସୀତାଫଳ ଖାଇବା ଦ୍ବାରା ଦାନ୍ତ ଶକ୍ତ ହେବା ସହିତ ମାଢି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

 

6/8

ଏହାକୁ ଖାଇଲେ ହଜମ ପ୍ରକ୍ରିୟାରେ କୌଣସି ସମସ୍ୟା ଦେଖାଦେଇ ନଥାଏ। 

7/8

ଆତ ଖାଇବା ଦ୍ବାରା ସ୍ନାୟୁ  ଶକ୍ତ ହୋଇଥାଏ। ସ୍ମରଣ ଶକ୍ତି ଓ ଏକାଗ୍ରତା ବଢିବା ସହିତ ମୁହଁରେ ଉଜ୍ଜଳ ରହିଥାଏ। ଏବଂ କେଶ ମଧ୍ୟ ବଢିଥାଏ। 

8/8

Disclaimer: ଏହି ଆର୍ଟିକିଲରେ ପରାମର୍ଶ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ କୌଣସି ରୋଗର କୌଣସି ପ୍ରତିକାର ଭାବେ ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।

 

;