Kidney Disease: ଖରାପ ଜୀବନଶୈଳୀ ଏବଂ ବାହାର ଖାଦ୍ୟ ଖାଇବା କାରଣରୁ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ, କିଡନୀରେ ଷ୍ଟୋନ ହେଲେ କେଉଁ ଫଳ ଖାଇବା ଉଚିତ୍ ନୁହେଁ।
ଯଦି ଆପଣଙ୍କର ମଧ୍ୟ ଷ୍ଟୋନ ଜନିତ ସମସ୍ୟା ଅଛି, ତେବେ ଆଜି ଆମେ ଆପଣଙ୍କୁ ଏପରି ତିନୋଟି ଫଳ ବିଷୟରେ କହିବୁ ଯାହାକୁ ଷ୍ଟୋନ ହୋଇଥିବା ସମୟରେ ଖାଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ଏହି ଫଳଗୁଡ଼ିକ ବିଷୟରେ…
ଖଟା ଫଳ
ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଅଛି, ତେବେ ଆପଣ କମଳା, ଲେମ୍ବୁ ଭଳି ଖଟା ଫଳ ଖାଇବା ଆଦୌ ଉଚିତ୍ ନୁହେଁ, ନଚେତ୍ ଷ୍ଟୋନ ଜନିତ ସମସ୍ୟା ଆହୁରି ବଢ଼ିପାରେ। ଏହି ଫଳଗୁଡ଼ିକ ଖାଇବା ଦ୍ୱାରା ଯନ୍ତ୍ରଣା ଅଧିକ ବଢ଼ିପାରେ।
କଦଳୀ
ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଅଛି, ତେବେ ଆପଣ କଦଳୀ ଖାଇବାରୁ ଦୂରେଇ ରହିବା ଉଚିତ। ଷ୍ଟୋନ ସମୟରେ କଦଳୀ ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଷ୍ଟୋନରେ ଯନ୍ତ୍ରଣା ମଧ୍ୟ ବୃଦ୍ଧି କରିପାରେ।
କିୱି
ଆପଣଙ୍କୁ କହିରଖୁଛୁ ଯେ, କିୱିରେ ଅକ୍ସାଲେଟ୍ ଅଧିକ ପରିମାଣରେ ରହିଥାଏ । ତେଣୁ ଏହା ଷ୍ଟୋନ ରୋଗୀଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ଅଛି ତେବେ ଆପଣ କିୱି ଖାଇବା ଉଚିତ୍ ନୁହେଁ
ଆପଣ କେଉଁ ଫଳ ଖାଇବେ ଏବଂ ନଖାଇବେ ସେ ବିଷୟରେ ସ୍ପଷ୍ଟ ସୂଚନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ।
Disclamer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़