Advertisement
Photo Details/zeeodisha/odisha2860037
photoDetails0hindi

High uric acid symptoms: ୟୁରିକ ଏସିଡ ବଢୁଥିଲେ କିଡନୀ ହୋଇପାରେ ପ୍ରଭାବିତ, ଜାଣନ୍ତୁ ଲକ୍ଷଣ

High uric acid symptoms: ୟୁରିକ ଏସିଡ ଏକ ଅପଚୟ ପଦାର୍ଥ, ଯାହା ପ୍ୟୁରିନ୍ ଭାଙ୍ଗିବା ସମୟରେ ସୃଷ୍ଟି ହୋଇଥାଏ । ଯଦି ଏହା ଶରୀରରୁ ବାହାରକୁ ଆସିବା ପରିବର୍ତ୍ତେ ଭିତରେ ବଢ଼ିବାକୁ ଲାଗେ ତେବେ ଏହାର ସ୍ଫଟିକ କିଡନୀ ଏବଂ ସନ୍ଧିରେ ଜମା ହୋଇପାରେ। ଯାହା କିଡନୀ ଷ୍ଟୋନ ଏବଂ ଗଣ୍ଠି ରୋଗର କାରଣ ହୋଇଥାଏ। ଏହାର ଲକ୍ଷଣ ବିଷୟରେ ଖୁବ କମ ଲୋକ ଅବଗତ ଥାନ୍ତି ।

1/9

ୟୁରିକ ଏସିଡ ସମୟରେ କ'ଣ ଖାଇବା ଉଚିତ୍ ନୁହେଁ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ । ଆମେ ଆପଣଙ୍କୁ କହିରଖୁଛୁ ଯେ, ମଦ୍ୟପାନ, ସାମୁଦ୍ରିକ ଖାଦ୍ୟ, ରେଡ୍ ମିଟ୍, ଉଚ୍ଚ ଫ୍ରୁକ୍ଟଜ୍ କର୍ଣ୍ଣ ସିରପ୍, ମିଠାରେ ଅଧିକ ପରିମାଣରେ ପ୍ୟୁରିନ୍ ଥାଏ। ଯାହା ହାଇପରୟୁରିସେମିଆ ସୃଷ୍ଟି କରିପାରେ। ଏହା ଅଧିକ ମାତ୍ରାରେ ହେଲେ କିଡନୀ ଏବଂ ସନ୍ଧି ପାଇଁ କ୍ଷତିକାରକ ହୋଇପାରେ।

2/9

ଏହାର ଅନେକ ଲକ୍ଷଣ ମଧ୍ୟ ରହିଛି । ଯାହା ଖାଦ୍ୟ ପରିବର୍ତ୍ତନ କରିବା ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରିବା ବିଷୟରେ ସତର୍କ କରାଇଥାଏ। ଗୋଟିଏ ଲକ୍ଷଣ ଅଛି ଯାହା ଦିନକୁ ୨୪ ଘଣ୍ଟା ଦେଖାଯାଏ । କିନ୍ତୁ କେହି ଏହାକୁ ଲକ୍ଷ୍ୟ କରନ୍ତି ନାହିଁ। ଯଦି ଏହା ଆରମ୍ଭରୁ ହିଁ ଜଣାପଡିଯାଏ ତେବେ କିଡନୀ ଷ୍ଟୋନ ଏବଂ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ ଏଡାଇ ଦିଆଯାଇପାରେ।

3/9

ଯଦି ଆପଣ ବିନା କାରଣରେ ଦିନ ସାରା କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ୭ରୁ୮ ଘଣ୍ଟା ଶୋଇବା ପରେ ମଧ୍ୟ ଏହି ସମସ୍ୟା ଦୂର ହୁଏ ନାହିଁ। କାରଣ ଏହାର ପ୍ରକୃତ କାରଣ ୟୁରିକ ଏସିଡ୍ ଦ୍ୱାରା ହେଉଥିବା ଦୀର୍ଘକାଳୀନ ପ୍ରଦାହ। ଏହା ଆପଣଙ୍କ ମେଟାବୋଲିକ୍ ସ୍ୱାସ୍ଥ୍ୟର ଅବନତିର ଏକ ବଡ଼ ଲକ୍ଷଣ ହୋଇପାରେ।

4/9

ୟୁରିକ ଏସିଡର ଲକ୍ଷଣ ବିଶେଷକରି ରାତିରେ ଦେଖାଯାଇଥାଏ। କ୍ଲିଭଲ୍ୟାଣ୍ଡ କ୍ଲିନିକ୍ ଅନୁସାରେ, ଯେତେବେଳେ କିଡନୀ ଏହି ଅପଚୟ ପଦାର୍ଥକୁ ବାହାର କରିବା ପାଇଁ କଠିନ ପ୍ରୟାସ କରେ, ସେତେବେଳେ ଅଧିକ ପରିସ୍ରା ଆସିବା ଆରମ୍ଭ କରିଥାଏ । ଯାହାର ପ୍ରଭାବରେ ଆପଣଙ୍କୁ ରାତିରେ ଅନେକ ଥର ଉଠିବାକୁ ପଡ଼ିଥାଏ। ଏହା ସହିତ, ପରିସ୍ରା ଗାଢ଼ ରଙ୍ଗର ମଧ୍ୟ ହୋଇଯାଏ । ପରିଶ୍ରା ଦୁର୍ଗନ୍ଧ ସହ ଫେଣ ଆକାରର ହୁଏ।

5/9

ଏହା ବିବେଚନା କରାଯାଏ ଯେ, ୟୁରିକ ଏସିଡର ପ୍ରଥମ ଲକ୍ଷଣ ହେଉଛି ସନ୍ଧିରେ ଯନ୍ତ୍ରଣା କିମ୍ବା ଫୁଲା । ଏହି ସମସ୍ୟା ହଠାତ୍ ଆରମ୍ଭ ହୋଇଥାଏ । ବିଶେଷକରି ବୁଢ଼ା ଆଙ୍ଗୁଠି ଯନ୍ତ୍ରଣା ଏବଂ ଫୁଲା ଅନୁଭବ ହୋଇଥାଏ। ସନ୍ଧିରେ ୟୁରିକ ଏସିଡ୍ ସ୍ଫଟିକ ଜମା ହେବା କାରଣରୁ ଏହା ଘଟିଥାଏ। ଯଦି ଆପଣ ଏହି ଲକ୍ଷଣ ଅନୁଭବ କରୁଛନ୍ତି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

6/9

କିଛି କ୍ଷେତ୍ରରେ, ଏହି ସମସ୍ୟା ଦ୍ୱାରା ଚର୍ମ ଖରାପ ହେବାକୁ ଲାଗେ। ଏହା ଚର୍ମ ଛଡ଼ାଇ ଦେବା, କୁଣ୍ଡାଇ ହେବା ଇତ୍ୟାଦି ହୋଇପାରେ। କେତେକ ସମୟରେ, ଗଣ୍ଠି ଯନ୍ତ୍ରଣା କାରଣରୁ ସନ୍ଧିରେ ଟୋଫି ସୃଷ୍ଟି ହୋଇପାରେ। ଏହା ଚର୍ମର ଏକ ଘନ ଗଣ୍ଠି ପରି ଦେଖାଯାଏ ।

7/9

ଉଚ୍ଚ ୟୁରିକ୍ ଏସିଡ୍ ଶରୀରକୁ ଯନ୍ତ୍ରଣା ପହଞ୍ଚାଇପାରେ। ଏହି ସମସ୍ୟା ପ୍ରାୟତଃ ସକାଳ ସମୟରେ ଦେଖାଯାଏ। ସାଧାରଣତଃ, ଏହା ଗୋଟିଏ ସ୍ଥାନରେ ନୁହେଁ ବରଂ ସମଗ୍ର ଶରୀରରେ ଅନୁଭୂତ ହୋଇଥାଏ। ଏହି କାରଣରୁ ଆପଣଙ୍କ ହାତ ଏବଂ ଗୋଡ଼ର ଗତି ହ୍ରାସ ପାଇଥାଏ।

8/9

ଯେତେବେଳେ ୟୁରିକ୍ ଏସିଡ୍ ଶରୀରରେ ପ୍ରଦାହ ବୃଦ୍ଧି କରିଥାଏ ସେତେବେଳେ ଶରୀର ଏହା ସହିତ ଲଢ଼ିବା ଆରମ୍ଭ କରିଥାଏ। ଯେଉଁ କାରଣରୁ ଜ୍ୱର ଆରମ୍ଭ ହୋଇଥାଏ। ଏହି ହାଲୁକା ଜ୍ୱର ପ୍ରାୟତଃ ସବୁବେଳେ ଅନୁଭୂତ ହୁଏ। ଏହା କାଶ ଏବଂ ଥଣ୍ଡା ଭଳି ଗଭୀର ସମସ୍ୟା ସୃଷ୍ଟି କରି ନଥାଏ ।

9/9

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;