Advertisement
Photo Details/zeeodisha/odisha2879052
photoDetails0hindi

Shani Nakshatra Gochar 2025: ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ ରାଶିଙ୍କ ଫିଟିବ ଭାଗ୍ୟ;ଧନବର୍ଷା ହେବା ସହ...

Shani Nakshatra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଅଗଷ୍ଟ ୧୮ ତାରିଖ  ସକାଳ ୮ଟା ୪୦ ମିନିଟ୍ ସମୟରେ ଉତ୍ତର ଭଦ୍ରପଦା ନକ୍ଷତ୍ରକୁ ଚଳନ କରିବେ। ଶନିଙ୍କର ଏହି ଶୁଭ ନକ୍ଷତ୍ର ଚଳନ କିଛି ରାଶିଙ୍କ ପାଇଁ ଶୁଭଦାୟୀ ରହିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥିବ ତେବେ, ବ୍ୟକ୍ତି ଅମାପଧନ-ଐଶ୍ବର୍ଯ୍ୟର ଅଧିକାରୀ ହେବେ। ତେବେ, ଆସନ୍ତୁ ଜାଣିବା ଅଗଷ୍ଟ ୧୮ ତାରିଖରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।... 

1/5

ବୃଷ:- ଶନିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ। ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଦକ ଦୂର ହେବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ। ଜୀବନ ସାଥୀଙ୍କ ସହ ଭଲ ସମୟ ବିତିବ।  ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। 

ALSO READ: Surya Gochar 2025 August: ଅଗଷ୍ଟ ୧୭ରେ ସୂର୍ଯ୍ୟଙ୍କ ଶୁଭ ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ,ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍!

2/5

ମିଥୁନ:- ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ବିଶେଷକରି,ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ।  ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ନୂଆ ଚାକିରି ମିଳିବ।  ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ପୂରା ହେବ। ସ୍ବାସ୍ଥ୍ୟ ଭଲ ରହିବ। 

3/5

ସିଂହ:-ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିକୁ ମାଲାମାଲ୍ କରିବ। ଦିର୍ଘ ଦିନ ଧରି ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରା ହେବ। ଯେଉଁମାନେ କୌଣସି ସଂସ୍ଥାରେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ। ଭଲ ରିଟର୍ଣ୍ଣ ପାଇବେ।  ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ପରିବାର ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।  

4/5

କନ୍ୟା:- ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ ଫଳଦାୟୀ ପ୍ରମାଣିତ ହେବ। ଚାକିରିରେ ପଦୋନ୍ନତି ସହ ଦରମା ବଢିବ। କର୍ମକ୍ଷେତ୍ରରେ ସହଯୋଗୀଙ୍କ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ।  ନୂଆ ଫ୍ଲାଟ୍ କିଣିବାର ସ୍ବପ୍ନ ସାକାର ହେବ। ଦିର୍ଘ ଦିନ ଧରି ପିତାମାତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପାରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପ୍ରେମୀମାନେ ନିଜ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ।

 

5/5

ତୁଳା:- ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରିଆମାନେ କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ବ୍ୟବସାୟରେ ଆଶାତିତ ଲାଭ ମିଳିବ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଘରକୁ ଭଲ ପ୍ରସ୍ତାବ ଆସିବ। ନୂଆକରି, ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖବର ପାଇବେ। ଅଟକିଥିବା ଧନ ମିଳିବ। ଲଟେରୀରୁ ଲାଭବାନ୍ ହେବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;