Advertisement
Photo Details/zeeodisha/odisha2852845
photoDetails0hindi

୧୦୧ ବର୍ଷ ପରେ ପଡି଼ଛି ଶନି ନବପଞ୍ଚମ ଯୋଗ! ୨୦୨୭ ପର୍ଯ୍ୟନ୍ତ ଧନୀ ରହିବେ ଏହିସବୁ ରାଶି!

Shani Navpancham Rajyog 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ଆଜି ସକାଳ ୬ଟା ୪୦ ମିନିଟ୍ ସମୟରେ ସେହିରାଶିକୁ କେତୁ ଗୋଚର କରିଛନ୍ତି। ଗୋଟିଏ ରାଶିରେ ଶନି-କେତୁଙ୍କ ମିଳନ ଦୁର୍ଲଭ ଯୋଗ ବା ଶନି ନବପଞ୍ଚମ ରାଜଯୋଗ ସୃଷ୍ଟି କରୁଛି। ଯଦି  ଜାତକରେ ଶନି-କେତୁଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅମାପ ଧନ-ସମ୍ପତ୍ତିର ଅଧିକାରୀ ହୋଇଥାଏ। ତେବେ, ଶନି ମୀନ ରାଶିରେ ୨୦୨୭ ପର୍ଯ୍ୟନ୍ତ ବିରାଜମାନ ରହିବ।୧୦୧ ବର୍ଷ ପରେ ପଡିଛି ଏହି ଦୁର୍ଲଭ ଯୋଗ। ଶନିଙ୍କ ମୀନ ରାଶିରେ ଅବସ୍ଥାନ ଓ ଶନି ନବପଞ୍ଚମ ରାଜଯୋଗ କିଛି ରାଶି ପାଇଁ ବେଶ୍ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା, ଶନି ନବପଞ୍ଚମ ରାଜଯୋଗ କେଉଁ ସବୁ ରାଶିର ଭାଗ୍ୟ ଆଜିଠୁ ଉଜ୍ଜଳ କରୁଛି।...

1/3

ମେଷ:- ଶନି ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି, ଆର୍ଥିକ ସ୍ଥିତିରେ ବେଶ୍ ସୁଧାର ଆସିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ଘଟିବ।  ବ୍ୟବସାୟୀମାନେ ବାଣିଜ୍ୟ -ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ, ଦିର୍ଘ ଦିନ ଧରି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ବିଶେଷକରି, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦର ଅନ୍ତ ଘଟିବ। ପରିବାର ସହ ଦୂର ଯାତ୍ରା କରିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିବ। କୌଣସି ଏକ କମ୍ପାନୀରୁ ଭଲ ନିଯୁକ୍ତି ନେଇ ଅଫର ଲେଟର ପାଇବେ। ଶନି ସାଢେ ସତୀ ଚାଲିଥିଲେ ମଧ୍ୟ ଭାଗ୍ୟ ପ୍ରତ୍ୟକ କାର୍ଯ୍ୟରେ ସାଥ୍ ଦେବ। 

ALSO READ: Odisha Weather Report: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ! ଏହିସବୁ ଜିଲ୍ଲାରେ ହେବ ଭୀଷଣ ବର୍ଷା

2/3

ତୁଳା:-  ଶନି ନବପଞ୍ଚମ ରାଜଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ।  ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ପରିବାର ସହ ଧାର୍ମିକ ଯାତ୍ରାରେ ଯିବେ। ନୂଆ ଘର ଓ ଗାଡ଼ି କିଣିବାର ସ୍ବପ୍ନ ସାକାର ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ। ଯେଉଁମାନେ ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

3/3

ବିଛା:-ଶନି ନବପଞ୍ଚମ ରାଜଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରିବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ବିଦେଶରେ ଚାଲିଥିବା ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ଯେଉଁମାନେ, ପୁଞ୍ଜି ବିନିଯୋଗ ପାଇଁ କୌଣସି ସଂସ୍ଥାରେ ଯୋଜନା କରିଛନ୍ତି। ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ । ଭଲ ରିଟର୍ଣ୍ଣ ପାଇବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;