ଆଜି ଠାରୁ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ନେଇ ସତର୍କ କଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କ କରାଇଛନ୍ତି ।
ଫଳରେ ରାଜ୍ୟରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।
୧୦ଟି ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି ।
ଅନ୍ୟପଟେ, ଗତ ୨୪ ଘଣ୍ଟାରେ କୋରାପୁଟ କୋଟପାଡରେ ୧୨୯.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଅବପାତ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି SRC । ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି SRC ।
ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ, ହୀରାକୁଦ ଡ୍ୟାମ୍ର ଆଉ ୪ ଗେଟ୍ ଖୋଲିଛି । ମୋଟ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ଆଜି ଠାରୁ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ନେଇ ସତର୍କ କଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କ କରାଇଛନ୍ତି ।
୧୫ ଜିଲ୍ଲାର ୪୩ ବ୍ଲକ୍ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ट्रेन्डिंग फोटोज़