Advertisement
Photo Details/zeeodisha/odisha2816121
photoDetails0hindi

Surya Gochar 2025: ଜୁଲାଇରେ ସୂର୍ଯ୍ୟଙ୍କ ଚଳନ, ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ...

Surya Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ଜୁଲାଇ ୧୬ ତାରିଖ ସକାଳ ୧୦ଟା ୬ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ତେବେ, ଆସନ୍ତୁ ଜାଣିବା ଜୁଲାଇ ମାସରୁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।....

1/4

ବୃଷ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ ଲାଭଦାୟୀ ପ୍ରମାଣିତ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଯେଉଁମାନେ ଚାକିରି କରୁଛନ୍ତି। ସେମାନଙ୍କର ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟବସାୟୀମାନେ ନୂଆ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ନୂଆ ଘର ଓ ଗାଡି଼ କିଣିବାର ଆଶା ପୂରା ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିଛି। 

 

2/4

ସିଂହ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି। ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ନିବେଶରୁ ଭଲ ଲାଭ ପାଇବେ। ଲଟେରୀ କିମ୍ବା ସେୟାର ମାର୍କେଟ୍ ରୁ ଅଧିକ ଟଙ୍କା ପାଇବେ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ଜୀବନ ସାଥୀଙ୍କ ସହ ବିବାହର ଯୋଗ ରହିଛି। ଧାର୍ମିକ କାର୍ଯ୍ୟକଳାପରେ ଅଂଶ ଗ୍ରହଣ କରିବେ। 

3/4

ଧନୁ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବନ୍ଧୁବାନ୍ଧବଙ୍କ ଠାରୁ ଆଣିଥିବା ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୂରି ଭୁରି ପ୍ରଂଶସା କରିବେ। ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ସେମାନେ ଚେଷ୍ଟା ଜାରି ରଖନ୍ତୁ ଭଲ ରେଜଲ୍ଟ କରିବେ। ବ୍ୟବସାୟୀମାନେ ପାର୍ଟନରସିପ୍  ବ୍ୟବସାୟରୁ ଭଲ ରୋଜଗାର କରିବେ। ଲେଖା,ଶିକ୍ଷା ଓ ମନୋରଂଜନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ କୌଣସି ସଭା ସମିତିରେ ସମ୍ମାନୀତ ହେବାର ଯୋଗ ରହିଛି। ନିଜ ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପୁରୁଣା ରୋଗରୁ ମୁକ୍ତି ମିଳିବ।

4/4

ତୁଳା: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଖାସ୍ ରହିବ। ଚାକିରିଆମାନେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଆୟରେ ବୃଦ୍ଧି ଘଟିବ। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ନୂଆ ବ୍ୟବସାୟୀ ଆରମ୍ଭ କଲେ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ଯେଉଁମାନେ ପୁଂଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ବିନିଯୋଗ କଲେ ଅଧିକ ଲାଭ ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;