Advertisement
Photo Details/zeeodisha/odisha2795416
photoDetails0hindi

Today Horoscope: କାହା ପାଇଁ ଶୁଭ ତ ଆଉ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

Horoscope Today 11 June 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୧୧ ହେଉଛି ବୁଧବାର । ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଆସନ୍ତୁ ଜାଣିବା...

1/12

ମେଷ:ଆଜି ଆପଣଙ୍କ ପାଇଁ ଦିନଟି ଭଗ୍ୟଶାଳୀ ପ୍ରମାଣିତ ହେବ। କୌଣସି ପ୍ରକାର ଏକ ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କର ନମ୍ର ସ୍ୱଭାବର ପ୍ରଶଂସା କରାଯିବ। ଆପଣଙ୍କ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି? ଆପଣଙ୍କୁ ଏହା ଉପରେ ନଜର ରଖିବାକୁ ପଡିବ । ନଚେତ୍ ଭବିଷ୍ୟତରେ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଜୀବନର ବ୍ୟସ୍ତବହୁଳତା ମଧ୍ୟରେ, ଆପଣ ନିଜ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ ଏବଂ ଆପଣ ଆପଣଙ୍କର ପ୍ରିୟ କାମ କରିବାରେ ସଫଳ ହେବେ। ଅନାବଶ୍ୟକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ଯେତେ ସମ୍ଭବ ଏହାକୁ ଏଡାଇବାକୁ ଚେଷ୍ଟା କରନ୍ତୁ। 

ALSO READ: Raw Banana Benefits: ପାଚିଲା ବଦଳରେ ଖାଆନ୍ତୁ କଞ୍ଚା କଦଳୀ, ଶରୀରକୁ ମିଳିବ ୭ଚମକ୍କାରୀ ଲାଭ

2/12

ବୃଷ:ଆଜି ଆପଣଙ୍କ ପାଇଁ ଏକ ଆନନ୍ଦଦାୟକ ଦିନ ହେବ। ବିଶେଷକରି, ଓକିଲମାନଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ନିଜ କଥାର ମଧୁରତା ରଖନ୍ତୁ। ବନ୍ଧୁ ତୁମକୁ ଭେଟିବାକୁ ଆସିବେ । ଛାତ୍ରମାନେ ପୂର୍ଣ୍ଣ ଏକାଗ୍ରତାର ସହିତ ଅଧ୍ୟୟନ କରିବେ। ଯେଉଁମାନେ ଘରୁ ଦୂରରେ କାମ କରୁଛନ୍ତି, ସେମାନେ ନିଜ ପରିବାରକୁ ମନେ ପକାଇବେ। ଯଦି ଆପଣ ପୂର୍ବରୁ ନିବେଶ କରିଛନ୍ତି ତେବେ ଆପଣଙ୍କୁ ଏହାର ସମ୍ପୂର୍ଣ୍ଣ ଲାଭ ମଧ୍ୟ ମିଳିବ। 

 

3/12

ମିଥୁନ:ଏହି ରାଶିଙ୍କ ପାଇଁ ଦିନଟି ଏତେ ଖାସ୍ ରହିବ ନାହିଁ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଚାକିରି,କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ କରିବେ। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ସାଙ୍ଗମାନଙ୍କ ସମର୍ଥନ ପାଇବେ। ଆତ୍ମବିଶ୍ୱାସର ଅଭାବ ହେବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମିକ କିମ୍ବା ପ୍ରେମିକା ଠାରୁ ପ୍ରତାରଣାର ଶିକାର ହୋଇପାରନ୍ତି।

 

4/12

କର୍କଟ:ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ। ବ୍ୟବସାୟକୁ ଆଗକୁ ନେବାରେ ସଫଳ ହେବେ। ଚାକିରି କରୁଥିବା ଲୋକମାନେ ନିଜ ଚାକିରିରେ ଉଚ୍ଚ ଅଧିକାରୀଙ୍କଠାରୁ ଭଲ ଖବର ପାଇବେ।  ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପରିବାରରୁ ସମର୍ଥନ ପାଇବେ। ବ୍ୟସ୍ତବହୁଳ ଦିନରୁ ନିଜ ପାଇଁ କିଛି ସମୟ ବାହାର କରିବେ ଏବଂ ସେହି ସମୟରେ ନିଜ ପସନ୍ଦ ମୁତାବକ କିଛି କାର୍ଯ୍ୟକଳାପ କରିବ।  ପିଲାମାନେ ଖେଳକୁଦରେ ବ୍ୟସ୍ତ ରହିବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।

5/12

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ବେଶ୍ ଶୁଭମୟ ରହିବ।  କିନ୍ତୁ ପୁରୁଣା ବିବାଦକୁ ନେଇ ଚିନ୍ତାରେ ରହିବେ। କର୍ମକ୍ଷେତ୍ରରେ ସେତେଟା ଭଲ ଫଳ ପାଇବେ ନାହିଁ। ସରକାରୀ କର୍ମଚାରୀମାନେ ଆପଣଙ୍କ ପସନ୍ଦର ଯେକୌଣସି ସ୍ଥାନକୁ ଟ୍ରନ୍ସଫର ହୋଇପାରିବେ। ବ୍ୟବସାୟରେ ଆପଣଙ୍କ ଆଶାଠାରୁ ଅଧିକ ଲାଭ ପାଇବାର ସମ୍ଭାବନା ବଢ଼ିବ। ଯଦି କୌଣସି ସମସ୍ୟାକୁ ନେଇ ଆପଣ ଚିନ୍ତିତ , ତେବେ ନିଜ ବନ୍ଧୁମାନଙ୍କ ସହିତ ଏହି ବିଷୟରେ କଥା ହୁଅନ୍ତୁ, ଏକ ଭଲ ସମାଧାନ ପାଇପାରିବ। ଛୋଟ ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହ ଝଗଡା କରିପାରନ୍ତି। ପାଠପଢ଼ାରେ ଭଲ ଫଳାଫଳ ପାଇଁ ବଡ଼ ଲୋକଙ୍କ ସାହାଯ୍ୟ ନେବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

6/12

କନ୍ୟା:ଏହି ରାଶିଙ୍କ ପାଇଁ ଦିନଟି ଅନୁକୂଳ ରହିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ। ଜଣେ ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆପଣଙ୍କ ପଡ଼ି ରହିଥିବା କାମକୁ ସମାପ୍ତ କରିବାରେ ସାହାଯ୍ୟ କରିବ। ପରିବାରର ସମସ୍ତ ସଦସ୍ୟ ଏକାଠି ଏକ ପାର୍ଟିରେ ଯୋଗଦେବେ, ଯେଉଁଠାରେ ସେମାନେ ଅନ୍ୟ ଲୋକଙ୍କ ସହ ମିଶିବେ। ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କ ଜୀବନସାଥୀଙ୍କ ସମର୍ଥନ ପାଇବେ। ସାଥୀଙ୍କ  ପ୍ରେମପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବ।  ପିଲାମାନେ ସେମାନଙ୍କର ସ୍କୁଲ କାମ ଶେଷ କରିବା ପାଇଁ ଆପଣଙ୍କଠାରୁ ସାହାଯ୍ୟ ନେଇପାରନ୍ତି। ଜଣେ ମହାନ ବ୍ୟକ୍ତିଙ୍କ ପୁସ୍ତକ ପଢ଼ିପାରନ୍ତି।

 

7/12

ତୁଳା: ତୁଳା ରାଶିଙ୍କ ପାଇଁ ଦିନଟି ଖୁବ୍ ଭଲରେ ଅତିବାହିତ ହେବ।  ଦିର୍ଘ ଦିନର ଆଶା ପୂରା ହେବ।  ଘର, ପ୍ଲଟ୍ କିମ୍ବା ଦୋକାନ କିଣିବାର ଇଚ୍ଛା ପୂରଣ ହେବ। ଅଫିସରୁ ଘରକୁ ଫେରି ନିଜର ପସନ୍ଦର କାମ କରିବେ। ଅନ୍ୟକୁ ସାହାଯ୍ୟ କରିବେ। କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ସମସ୍ୟା ଉପୁଜିପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଆଜି କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଏପରି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର ଆତ୍ମବିଶ୍ୱାସ ନାହିଁ। 

 

8/12

ବିଛା : ଦିନଟି ମଉଜ ମଜଲିସ୍ ରେ ଅତିବାହିତ ହେବ। କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନରାରମ୍ଭ କରିବେ।ପୁରୁଣା ସମ୍ପର୍କ ପୁଣି ଯୋଡ଼ି ହେବ। କୌଣସି କଥାକୁ ନେଇ ସାମାନ୍ୟ ବିବ୍ରତ ହେବେ।  ଛାତ୍ରଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ। କର୍ମକ୍ଷେତ୍ରରେ, କିଛି ନୂତନ ବାଚାର ଆଣିବେ। କେବଳ ଆପଣଙ୍କର ସକାରାତ୍ମକ ମନୋଭାବ ହିଁ ଆପଣଙ୍କୁ ଚାକିରିରେ ପଦୋନ୍ନତି ଦେବ। ନିକଟ ସମ୍ପର୍କୀୟମାନଙ୍କଠାରୁ ସାହାଯ୍ୟ ମିଳିପାରେ। ବ୍ୟବସାୟିକ ଉଦ୍ଦେଶ୍ୟରେ କରାଯାଇଥିବା ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସୁଦୃଢ ହେବ।  ଘରକରଣା ଜିନିଷ କିଣିବା ପାଇଁ ବଜାରକୁ ଯିବେ।

9/12

ଧନୁ : ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମ କ୍ଷେତ୍ରରେ ପ୍ରତିବନ୍ଧକର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଖାଦ୍ୟ ପେୟରେ ସଂଯମତା ରକ୍ଷା କରନ୍ତୁ।  ସ୍ୱାସ୍ଥ୍ୟ ସେବା ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ଆଜି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଆପଣଙ୍କ କାମ ଉପରେ କେନ୍ଦ୍ରିତ କରିବେ। ଆଜି ଛାତ୍ରମାନଙ୍କୁ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି। ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦବିବାଦ ଲାଗିପାରେ ମନୋବଳ ହ୍ରାସ ପାଇବ। କିଛି ମାନସିକ ସମସ୍ୟା ଦେଖା ଦେଇପାରେ। ଅନ୍ୟ ମନସ୍କ ହେତୁ କାର୍ଯ୍ୟରେ ବ୍ୟତିକ୍ରମ ହେବ।

10/12

ମକର : ଆଜି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ହେବ। ଆପଣଙ୍କ କଠିନ ପରିଶ୍ରମର ଫଳ ଆପଣଙ୍କ ସପକ୍ଷରେ ରହିବ। ଛାତ୍ରଛାତ୍ରୀମାନେ ଆଜି ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବାକୁ ନିଷ୍ପତ୍ତି ନେବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।ବୈବାହିକ ଜୀବନ ବହୁତ ଭଲ ହେବ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ ଖୁସିର କାରଣ ବନିବେ । ସନ୍ଧ୍ୟା ସମୟ ଆପଣଙ୍କ ପରିବାର ସହିତ ବିତାଇବେ । ପରିବାରରେ ହସ ଏବଂ ଖୁସିର ଲହରି ଖେଲିଷିବ। ଈଶ୍ୱରଙ୍କ ଭକ୍ତିରେ ମନୋନିବେଶ କର,ମନ ଶାନ୍ତ ରହିବ। 

11/12

କୁମ୍ଭ:  କର୍ମକ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ ନହେଲେ ବିବାଦକୁ ଆସିବେ।  ବିରୋଧୀମାନେ ହଇରାଣ କରିବାକୁ ପ୍ରୟାସ କରିବେ। ଏକାଧିକ କାର୍ଯ୍ୟ ହାତକୁ ନେଇ ବିବ୍ରତ ହେବେ। ଯଦି ଆପଣ କଂଷ୍ଟ୍ରକ୍ସନ ବ୍ୟବସାୟ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଲାଭର ସମ୍ଭାବନା ଅଛି। ଆପଣ ଆପଣଙ୍କ କାମରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ଅନାଟନ ଦେଖା ଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ। କାର୍ଯ୍ୟ ବ୍ୟସ୍ତତାରେ ରହିବେ। କାର୍ଯ୍ୟ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ଆଜି ଆପଣ ଏକ ବ୍ୟବସାୟିକ ବୈଠକରେ ଯୋଗଦେବାକୁ ଯାଇପାରନ୍ତି। ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ କଥାକୁ ଗୁରୁତ୍ୱ ଦିଆଯିବ। ପ୍ରେମୀଯୁଗଳ ଆଜି ପରସ୍ପରକୁ ଉପହାର ଦେବେ,ଯାହା ସମ୍ପର୍କକୁ ମଜବୁତ କରିବ।

12/12

ମୀନ: ଦିନ ଆରମ୍ଭରୁ ଅଫିସ୍ କାର୍ଯ୍ୟରେ କିଛି ବାଧା ବିଘ୍ନ ଦେଖା ଦେଇପାରେ। କର୍ମ କ୍ଷେତ୍ରରେ ଚାପ ସୃଷ୍ଟି ହେବ। ଯଦି ଆପଣ ଫାଇନାନ୍ସ ବିଭାଗ କିମ୍ବା ସେଲସ୍ ବିଭାଗରେ କାମ କରୁଛନ୍ତି, ତେବେ ଆପଣ ଆପଣଙ୍କର ଜ୍ଞାନରୁ ବହୁତ ଲାଭ ପାଇବେ। ବ୍ୟବସାୟରେ ହାନି ହେବାର ସମ୍ଭାବନା ରହିଛି। କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। ଶାରୀରିକ ଦୁର୍ବଳତା ହେତୁ ମନୋବଳ ଭାଙ୍ଗିବ। କିନ୍ତୁ ସମୟ ସହିତ ସବୁକିଛି ଠିକ୍ ହୋଇଯିବ। ସମ୍ପର୍କରେ ସଚ୍ଚୋଟତା ବଜାୟ ରଖନ୍ତୁ, ଏହା ଆପଣଙ୍କ ପାଇଁ ଭଲ ହେବ। ଆପଣ ପିଲାମାନଙ୍କଠାରୁ କିଛି ନୂଆ ଶିଖି ପାରିବେ। ଏହା ସହିତ, ଆପଣ ଆପଣଙ୍କ ଜୀବନସାଥୀଙ୍କ ଆଶା ପୂରଣ କରିବେ।

;