Advertisement
Photo Details/zeeodisha/odisha2821446
photoDetails0hindi

Rathyatra 2025: ଝୁଲି ଝୁଲି ଗଲେ ମହାବାହୁ, ଆଡପ ମଣ୍ଡପରୁ ଦେଉଛନ୍ତି ଦର୍ଶନ, ଦେଖନ୍ତୁ କିଛି ଫଟୋ...

Rath Yatra 2025: ପୁରୀ: ବାଦ ବିବାଦ ପରେ ରଥଯାତ୍ରାର ନୀତିକାନ୍ତି ଆରମ୍ଭ ହୋଇଛି। ସୁରୁଖୁରୁରେ ସାରିବାକୁ ପ୍ରଶାସନ ପ୍ରୟାସ ଆରମ୍ଭ କରାଯାଇଛି। ଗତକାଲି ଦିନ ତମାମ ବାଦବିବାଦର ଚର୍ଚ୍ଚା ଜୋର ଧରିଥିବା ବେଳେ ସନ୍ଧ୍ୟାରେ ମହାବାହୁଙ୍କର ପହଣ୍ଡି ଶେଷ ହୋଇଛି। ବଡ଼ ଠାକୁର ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ଶେଷ ହୋଇଥିଲା ଦେଖନ୍ତୁ କିଛି ଫଟୋ...

1/8

ସୋମବାର ଅର୍ଥାତ ଆଜି ଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଭକ୍ତ। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ।

2/8

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ଜନ୍ମବେଦି ଯୋଗ କୁହାଯାଏ। ଜନ୍ମବେଦି ମହାପ୍ରଭୁଙ୍କ ପୃଥିବୀର ସବୁଠାରୁ ପ୍ରୀତିପଦ ସ୍ଥାନ ବୋଲି ପୁରାଣରେ ଉଲ୍ଲେଖ ରହିଛି। 

3/8

ରବିବାର ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତୀ । ନବଦିନାତ୍ମକ ଯାତ୍ରାର ତୃତୀୟ ଦିନରେ ଆଡ଼ପ ପହଣ୍ଡି ଦର୍ଶନ କରି ଭାବ ବିହ୍ୱଳ ହୋଇଥିଲେ ଶ୍ରଦ୍ଧାଳୁ। 

 

4/8

ବ୍ୟବସ୍ଥିତ ଓ ଶୃଙ୍ଖଳିତ ଢଙ୍ଗରେ ଶେଷ ହୋଇଥିଲା ଆଡ଼ପ ପହଣ୍ଡି । ପୂର୍ବ ବର୍ଷର ଅଘଟଣ କୁ ଏଡ଼ାଇ, କେବଳ ଅଧିକୃତ ସେବକଙ୍କୁ ନେଇ ପହଣ୍ଡି କରିଥିଲେ ସେବକ। 

5/8

ଗୋଟି ପହଣ୍ଡିରେ ଆଡ଼ପ ବିଜେ କରିଥିଲେ  ମହାବାହୁ ବିଶ୍ଵ ନିଅନ୍ତା। ବିଜେ ଡୋରୀକୁ ସାବଧାନରେ ବାନ୍ଧି ଧୀରେଧୀରେ ହଳଧର ମହାପ୍ରଭୁ ବଳଭଦ୍ରଙ୍କୁ ଚାର ତଳକୁ ପହଣ୍ଡି କରାଇଥିଲେ ସେବକ।

6/8

ରାତ୍ର ୧୦ଟା ରେ ଶେଷ ହୋଇଥିଲା ପହଣ୍ଡି ।ଆଜି ଚାରମାଳ  ଖୋଲିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ଶ୍ରଦ୍ଧାଳୁ । 

 

7/8

ସେପଟେ ଆଜି ଶ୍ରୀବିଗ୍ରହଙ୍କର ହେବ ବନକଲାଗି ନୀତି ।ଏନେଇ ପ୍ରସ୍ତୁତ ହୋଇଛନ୍ତି ଦତ୍ତ ମହାପାତ୍ର ସେବକ ।

8/8

ହିଙ୍ଗୁଳ, ହରିତାଳ,କସ୍ତୁରୀ ,କେଶର ଭଳି ଦୁର୍ମୂଲ୍ୟ ବନଜାତ ଦ୍ରବ୍ୟରେ ହେବ ଶ୍ରୀଜୀଉଙ୍କ ଏହି ଶ୍ରୀମୁଖ ସିଂହାର ନୀତି ।ଆଜି ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତ୍ର ୯ ଟା ଠାରୁ ବିଳମ୍ବିତ ରାତ୍ର ୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

;