Advertisement
Photo Details/zeeodisha/odisha2852743
photoDetails0hindi

Today Horoscope: ଆଜି ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Horoscope Today 24 july 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୪  ହେଉଛି ଗୁରୁବାର। ତେବେ,ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...

 

1/12

ମେଷ:- ଦିନଟି ଶୁଭଦାୟୀ ରହିବ। ଆଜିର ଗ୍ରହସ୍ଥିତି ଆପଣଙ୍କୁ ପାରିବାରିକ ସୁଖସମ୍ମାନ ଏବଂ କର୍ମକ୍ଷେତ୍ରରେ ଗୌରବ ପ୍ରଦାନ କରିବ। ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ସାମାଜିକ, ପରିବହନ, ଲୋକସମ୍ପର୍କ ଦିଗ ପ୍ରତି ଗ୍ରହସ୍ଥିତି ପ୍ରତିକୂଳ ରହିବ। ଏଜେନ୍ସିପ୍‌,ସାମ୍ବାଦିକତା, ଶିକ୍ଷା, ପ୍ରକାଶନ, ପ୍ରଶାସନ ଓ ଆଇନ ଅଦାଲତରୁ ସୁଫଳ ପାଇବେ। 

 

2/12

ବୃଷ:- ଦିନଟି ଠିକ୍ ଠାକ୍ ରହିବ।  କର୍ମକ୍ଷେତ୍ରରେ ଆଲୋଚନା ନୁଯାୟୀ ସହମତିରେ କାର୍ଯ୍ୟସାଧନ କରିପାରିବା କଷ୍ଟକର ହୋଇପାରେ।  ପାରିବାରିକ ସମସ୍ୟା କର୍ମକ୍ଷେତ୍ରକୁ ପ୍ରଭାବିତ କରିବାର ସୂଚନା ରହିଛି। ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଆର୍ଥିକ ଅଭାବ ଓ ଅନଟନକୁ ଦୂରେଇବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। 

 

3/12

ମିଥୁନ:-ବାଣିଜ୍ୟ, ପରିବହନ, ଜମିଜମା, କଳକାରଖାନା, ସଭା ସମିତିରେ ସଫଳତା ଅର୍ଜନ କରିବେ। ପରିବାରର ସମ୍ମତିକ୍ରମେ ପୁରୁଣା ଘର, ଯାବାହନ କ୍ରୟବିକ୍ରୟ ପାଇଁ ମନସ୍ଥ କରିପାରନ୍ତି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଜନିତ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। 

4/12

କର୍କଟ:- ବ୍ୟବସାୟ, ପରିବହନ କ୍ଷେତ୍ରରେ ସଫଳତାର ଆଶା ରହିଛି। ପ୍ରିୟବନ୍ଧୁଙ୍କ ହସ୍ତକ୍ଷେପ ପାରିବାରିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। ପାରିବେଶିକ ପରିସ୍ଥିତି ଓ ଦୁସ୍ଥ ମାନସିକତା ଶାରୀରିକ ଦିଗ ପାଇଁ ଅନୁକୂଳ ନ ହୋଇପାରେ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ଧର୍ମୀୟ ଭାବନା,ବନ୍ଧୁମିଳନ ଓ ପ୍ରତ୍ୟୁଷ ଯାତ୍ରା ମନକୁ ପ୍ରଭାବିତ କରିବ। 

5/12

ସି˚ହ:-ଦିନଟି ଏତେ ଖାସ୍ ରହିବ ନାହିଁ। ଔଷଧ କ୍ରୟ, ଡାକ୍ତର ଫି’ କିମ୍ବା ଶାରୀରିକ ପରୀକ୍ଷାଜନିତ ବ୍ୟୟ ମଧ୍ୟ କରିପାରନ୍ତି।  ଆବଶ୍ୟକତା ପୂରଣ ପରିପ୍ରେକ୍ଷୀରେ ଧାରକରଜ କିମ୍ବା ବ୍ୟାଙ୍କଲୋନ୍‌ ମାଧ୍ୟମରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ସାଧାରଣ ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ ଅପପ୍ରଚାର ଚଳାଇପାରନ୍ତି। ବିବାଦୀୟ ପରିସ୍ଥିତି କିମ୍ବା ମକଦ୍ଦମାରେ ସ୍ଥିତି ଅନୁକୂଳ ହେବ।

 

6/12

କନ୍ୟା:-ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି। ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିବାରୁ ମନ ସାମୟିକ ବିଚଳିତ ରହିପାରେ। ପରିସ୍ଥିତିର ଗୁରୁତ୍ୱକୁ ହୃଦୟଙ୍ଗମ କରି ବନ୍ଧୁଙ୍କୁ ଅର୍ଥସାହାଯ୍ୟ ପ୍ରଦାନ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୌଭାଗ୍ୟ ପାଇବେ। 

7/12

ତୁଳା:-ସମସ୍ୟା ରହିଥିଲେ ମଧ୍ୟ କାର୍ଯ୍ୟହାସଲ ସକାଶେ ଚେଷ୍ଟା ଅବ୍ୟାହତ ରହିବ। ନିଜ ଲୋକଙ୍କ ଉପରେ ଭରସା କରିପାରିବେ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବ୍ୟବସାୟ, ଦୂରଯାତ୍ରା, ଆନୁଷ୍ଠାନିକ କାମ ଏବଂ ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ।

8/12

ବିଛା:- ଆଜି ପଦସ୍ଥ ବ୍ୟକ୍ତିଙ୍କ ବଦାନ୍ୟତାରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା ସାଙ୍ଗକୁ ଟେନ୍‌ସନ୍‌ କମିଯିବ। ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ଆଶଙ୍କା ରହିଛି। ନିଜ ପରିସରରେ ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଲାଭକରି କାର୍ଯ୍ୟହାସଲ କରିବେ। ସାମାଜିକ ସମ୍ମାନ ସହ ଅଭିଳଷିତ ଜିନିଷ ପ୍ରାପ୍ତି ମନକୁ ଖୁସି କରାଇଦେବ। 

9/12

ଧନୁ:- ଧର୍ମକାର୍ଯ୍ୟ, ବନ୍ଧୁମିଳନ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ନିଶ୍ଚିତ ମିଳିବ। ଖଳ ପ୍ରକୃତିର ବନ୍ଧୁଙ୍କ ଦ୍ୱାରା କୈାଣସି ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ବିଚାରବିହୀନ କାମ କରିବା ଦ୍ୱାରା ଧନହାନି ଓ ସମସ୍ୟା ଆସିପାରେ। ତଥାପି ଆପଣଙ୍କର କୌଣସି କାମ ଅଟକି ରହିବାର ସୂଚନା ନାହିଁ କହିଲେ ଚଳେ। 

10/12

ମକର:-ଆଜି ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।  ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢିଚାଲିଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଲୋଚନାରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ତଥାପି ଦୈହିକ ଦୁର୍ବଳତା ମାନସିକ ସ୍ଥିତିକୁ ନିରୁତ୍ସାତ କରିପାରେ।

11/12

କୁମ୍ଭ:- ପାରିବାରିକ କ୍ଷେତ୍ରରେ ଅସୁବିଧା ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ। ଆଜି କୌଣସି କାମ ଅଟକିବ ନାହିଁ ମାତ୍ର ସବୁ କାମରେ ଟେନ୍ସନ ରହିବ। ବୁଝାମଣା ଠିକ୍‌ ନ ରହିବାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଶିକ୍ଷା, ପରୀକ୍ଷା, ସନ୍ତାନ, ଲେଖାପଢ଼ା, ଆଲୋଚନା ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।

12/12

ମୀନ:- ବାଣିଜ୍ୟ, ପରିବହନ, ସଭାସମିତି, ଆଲୋଚନାଦି କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ବିବାଦର ଆଶଙ୍କା ରହିଛି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଯାଇ ପରିଜନଙ୍କ ସହ ଯାତ୍ରା କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ମଧ୍ୟସ୍ଥତା ପୂର୍ବକ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। 

 

;