Advertisement
Photo Details/zeeodisha/odisha2671887
photoDetails0hindi

Today Horoscope: ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

Horoscope Today 7 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୭ ହେଉଛି ଶୁକ୍ରବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12

ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ଉଚ୍ଚପଦ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।  ଜରୁରୀ କାର୍ଯ୍ୟ କିମ୍ବା ନିର୍ଣ୍ଣୟ ନିଅନ୍ତୁ ନାହିଁ। ବ୍ୟାପରରେ ବାଧା ଆସିପାରେ। ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଆଳସ୍ୟ ଓ ଥକ୍କା ଅନୁଭବ କରିବେ। 

ALSO READ: Surya Shani Yuti 2025: ଏହି୫ ରାଶିଙ୍କ ଉପରେ ଟଙ୍କା ବର୍ଷା କରିବେ ସୂର୍ଯ୍ୟ-ଶନି, ଚାକିରିରେ ମିଳିବ ପଦୋନ୍ନତି ସହ..

ALSO READ: MLA Sofia Firdous Pics: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ବିଧାୟିକା ସୋଫିଆ ଫିରଦୋସଙ୍କ ଏହିସବୁ ଫଟୋ, ଦେଖନ୍ତୁ

2/12

ବୃଷ: ଦିନଟି ଜଗିରଖି ଚଳିବେ।  କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ। ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦ ମିଳିପାରେ।  ଦୂରଯାତ୍ରା ନକରିବା ଭଲ। ନିଜ ସ୍ୱାସ୍ଥ୍ୟ ବିଷୟକୁ ନେଇ ଚିନ୍ତିତ ରହିବେ। 

 

3/12

ମିଥୁନ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଦୃଢମନା ହେବେ। ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ। ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

 

4/12

କର୍କଟ: କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଆୟ ଉତ୍ତମ  ହେବ। ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ।

 

5/12

ସିଂହ: ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ। ପୂର୍ବରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ।

 

6/12

କନ୍ୟା: ମଉଜ ମଜଲିସରେ ଦିନ କାଟିବେ। ଦିନଟିରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ। ବ୍ୟବସାୟ ଲାଭପ୍ରଦ ହେବ। ଆୟ ବୃଦ୍ଧି ପାଇବ। ପଡୋଶୀମାନଙ୍କ ସହ ମଧୁରତା ହେଖା ଦେବ। ପାରିବାରିକ ଜୀବନ ଶାନ୍ତରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ଦେହ ଓ ମନ ଭଲ ରହିବ। 

7/12

ତୁଳା: ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ।  ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ। ପିତାମାତାଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ବଜାୟ ରହିବ। 

 

8/12

ବିଛା:  କର୍ମ ଚାପ ବଢିବ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ। ଦୂରଯାତ୍ରା କରନ୍ତୁ ନାହିଁ।   ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ମାନସିକ ଅବସାଦ ଦେଖାଦେବ।

 

9/12

ଧନୁ:  ମଉଜ ମଜଲିସରେ ଦିନ କାଟିବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ ।  ପାରିବାରିକ ସୁଖଶାନ୍ତି ବଜାୟ ରହିବ । ସେବା ପୂଜା ପାଇଁ ମନ ବଳିବ।

 

10/12

ମକର: ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ। କର୍ମ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଆସ୍ଥା ଭାଜନ ହେବେ। ଶାରୀରିକ ସୁସ୍ଥତା ଲାଭ କରିବେ। କର୍ମକ୍ଷେତ୍ର ଉଜ୍ଜଳମୟ ହେବ। ଆୟ ବୃଦ୍ଧି ପାଇବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। ସେବା ପୂଜା ପାଇଁ ମନ ବଳିବ।

 

11/12

କୁମ୍ଭ: ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ। ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ।  ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

 

12/12

ମୀନ: ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ।  ସୌଭାଗ୍ୟ ବନ୍ତ ହେବେ। ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ଆୟ ବୃଦ୍ଧି ପାଇବ।

 

;