Tomato Juice For Bad Cholesterol: ଆପଣ ନିଜ ଶରୀରରେ ବଢ଼ିଥିବା ଖରାପ କୋଲେଷ୍ଟ୍ରଲ୍ ପାଇଁ ଯଦି ଚିନ୍ତିତ ଅଛନ୍ତି ତେବେ ଟମାଟୋ ଜୁସ୍ ଗ୍ରହଣ କରନ୍ତୁ ।
ଟମାଟୋ ରସରେ ଲାଇକୋପିନ୍ ନାମକ ଏକ ଯୌଗିକ ପ୍ରଚୁର ପରିମାଣରେ ରହିଥାଏ । ଏହା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ୍କୁ ହ୍ରାସ କରିପାରେ ।
ଏଥିସହ ଏହା ଶରୀରରେ ଲିପିଡ୍ ସ୍ତରକୁ ଉନ୍ନତ କରିଥାଏ । ଯଦି ଆପଣ ଶରୀରରେ ବର୍ଦ୍ଧିତ କୋଲେଷ୍ଟ୍ରଲକୁ କମ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଟମାଟୋ ଜୁସ୍ ଗ୍ରହଣ କରିପାରିବେ।
ଟମାଟୋ ରସରେ ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ଭିଟାମିନ୍ କେ ଭଳି ଅନେକ ଆବଶ୍ୟକୀୟ ଭିଟାମିନ୍ ମିଳିଥାଏ । ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
କେବଳ ଏତିକି ନୁହେଁ, ଏଥିରେ ପୋଟାସିୟମ୍, ଫୋଲିକ୍ ଏସିଡ୍ ଏବଂ ଆଇରନ୍ ଭଳି ଖଣିଜ ପଦାର୍ଥ ମଧ୍ୟ ଭରପୁର ରହିଛି । ଏହା ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ ।
ଯଦି ଆପଣ ପ୍ରତିଦିନ ଟମାଟୋ ଜୁସ୍ ସେବନ କରନ୍ତି ତେବେ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟ ହୋଇଥାଏ । ଏଥିସହ ଏହା ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଟମାଟୋରେ ଫାଇବର ମଧ୍ୟ ଅଧିକ ପରିମାଣରେ ମିଳିଥାଏ । ଏହି କାରଣରୁ ହଜମ ପ୍ରକ୍ରିୟା ମଧ୍ୟ ଭଲ ହୋଇଥାଏ । ଯଦି ଆପଣଙ୍କର ପାଚନ ସମସ୍ୟା ଅଛି, ତେବେ ଆପଣ ଟମାଟୋ ଜୁସ୍ ସେବନ କରିପାରିବେ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଆପଣଙ୍କ ହିତ ପାଇଁ ପ୍ରଦାନ କରାଯାଇଛି। କିନ୍ତୁ ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़