Trending Photos
Loksabha: ନୂଆଦିଲ୍ଲୀ: ସାଂସଦମାନେ ଟି-ସାର୍ଟ ପିନ୍ଧି ଗୃହକୁ ଆସିବା ଏବଂ ଗୃହରେ ସ୍ଲୋଗାନ ଦେବା ପ୍ରସଙ୍ଗକୁ କେନ୍ଦ୍ରକରି ଆଜି ସଂସଦରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଏହାକୁ ଗୃହର ମର୍ଯ୍ୟାଦା, ଶୃଙ୍ଖଳା ଓ ପରମ୍ପରା ବିରୋଧୀ ବୋଲି ମତ ଦେଇଛନ୍ତି। ସଂସଦୀୟ ପରମ୍ପରା ଓ ମର୍ଯ୍ୟାଦାକୁ ବଜାୟ ରଖିବା ତାଙ୍କର ପ୍ରଥମ ଦାୟିତ୍ୱ ବୋଲି କହିବା ସହ ଲୋକସଭାକୁ ପ୍ରାୟ ଏକ ଘଣ୍ଟା ପାଇଁ ମୁଲତବି କରିଥିଲେ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଡିଏମକେ ସଦସ୍ୟମାନେ ଗୃହ ବାହାରେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ କେନ୍ଦ୍ର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ସେମାନେ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିବା ସହିତ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରିଥିଲେ। ଯେତେବେଳେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ସେହି ସମୟରେ ଗୃହକୁ ସେମାନେ ଏହି ଟି-ସାର୍ଟ ପିନ୍ଧି ପ୍ରବେଶ କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା ଏହାକୁ ଗୃହରେ ମର୍ଯ୍ୟାଦା ଓ ଅବମାନନା ବୋଲି ଗ୍ରହଣ କରିଥିଲେ। ସାଂସଦମାନଙ୍କୁ ପିନ୍ଧିଥିବା ଟି ସାର୍ଟ ବାହାର କରିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ଗୃହରେ କୌଣସି ବି ବଡ ନେତା ଟି ସାର୍ଟ ପିନ୍ଧି ପ୍ରବେଶ କରିବାକୁ ସେ ଉଚିତ ଭାବିନଥିଲେ। 'ଆପଣମାନେ ଗୃହକୁ ଚଳାଇବାକୁ ଦେଉନାହାନ୍ତି' ବୋଲି କହିବା ସହ ଗୃହ କାର୍ଯ୍ୟକୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି।
ଆଜି ପ୍ରଶ୍ନୋତ୍ତର କାଳରେ ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳରେ ଗତକାଲି ବାକି ଥିବା ଗୃହକାର୍ଯ୍ୟର ଅବଶିଷ୍ଟାଂସକୁ ପୁଣି ଥରେ ଚାଲିବା ପାଇଁ କାର୍ଯ୍ୟ ଭିତରେ ସ୍ଥାନିତ କରାଯାଇଛି। ଏହା ପରେ କୃଷକ କଲ୍ୟାଣ ବିଭାଗର ବ୍ୟୟମଞ୍ଜୁରୀ ସମ୍ପର୍କିତ ଆଲୋଚନା ହେବାକୁ ନିର୍ଦ୍ଧାରଣ କରାଯାଇଛି।
Also Read: ଆନ୍ଦୋଳନରତ କୃଷକଙ୍କ ଉପରେ ବୁଲିଲା ବୁଲଡୋଜର, ଜାଣନ୍ତୁ ପୁରା ଖବର
Also Read: 19th Toshali festival: ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଘାଟିତ