Advertisement
Photo Details/zeeodisha/odisha2728898
photoDetails0hindi

Indus Water Treaty: କଣ ଏହି ସିନ୍ଧୁ ଚୁକ୍ତି, ବାତିଲ ହେଲେ କେତେ ପରିମାଣରେ କ୍ଷତି ସହିବ ପାକିସ୍ତାନ; ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ବିରୋଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଏଥିମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ବାତିଲ। ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ଉପରେ ବହୁତ ପ୍ରଭାବ ପକାଇବାର ସମ୍ଭାବନା ରହି

1/4

କଣ ଏହି ସିନ୍ଧୁ ଚୁକ୍ତି  ସିନ୍ଧୁ ଜଳ ଚୁକ୍ତିନାମା ୧୯ ସେପ୍ଟେମ୍ବର ୧୯୬୦ରେ କରାଚୀରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ୬ଟି ନଦୀର ଜଳ ବିଭାଜନକୁ ନେଇ ଏହି ଚୁକ୍ତିନାମା ସେହି ସମୟରେ ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ ପୂର୍ବ ଭାଗରେ ରହିଥିବା ଭାରତର ତିନୋଟି  ନଦୀ ବ୍ୟାସ, ରବି ଏବଂ ସତଲେଜର ପାଣି ନେଇଥାଏ। 

2/4

ସେହିପରି ଚୁକ୍ତି ଅନୁଯାୟୀ ପଶ୍ଚିମ ଭାଗରେ ଥିବା ତିନୋଟି ନଦୀ - ସିନ୍ଧୁ, ଚେନାବ ଏବଂ ଝେଲମର ଅଧିକାଂଶ ପାଣି ପାକିସ୍ତାନକୁ ଦିଆଯାଇଥାଏ। ଏହି ଚୁକ୍ତିନାମା ଅନୁଯାୟୀ, ଭାରତ ସିନ୍ଧୁ ନଦୀ ପ୍ରଣାଳୀର (ସିନ୍ଧୁ, ଚେନାବ ଏବଂ ଝେଲମ) କେବଳ ୨୦ ପ୍ରତିଶତ ଜଳ ବ୍ୟବହାର କରିପାରିବ।ଭାରତ ଏବଂ ପାକିସ୍ତାନ ଏହି ପାଣିକୁ ଜଳ-ବିଦ୍ୟୁତ ଏବଂ ଜଳସେଚନ ଭଳି ଘରୋଇ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ। ଚୁକ୍ତିନାମା ଅନୁଯାୟୀ, ଭାରତ ବିଭିନ୍ନ ଉଦ୍ଦେଶ୍ୟରେ ପଶ୍ଚିମ ନଦୀଗୁଡ଼ିକରେ ୩.୬ ନିୟୁତ ବା ୩୬ ଲକ୍ଷ ଏକର ଫୁଟ ଜଳ ସଂରକ୍ଷଣ କରିପାରିବ।

3/4

ଚୁକ୍ତି ଖାରଜକୁ ନେଇ କାହିଁକି ଚିନ୍ତାରେ ପାକିସ୍ତାନ ପାକିସ୍ତାନ କହିଛି ଯେ ଏହି ପ୍ରକଳ୍ପଗୁଡ଼ିକ ଚେନାବ ଏବଂ ଝେଲମରୁ ଜଳ ପାଇବାକୁ ବାଧା ସୃଷ୍ଟି କରିବ ବୋଲି ସେ ଚିନ୍ତିତ। ତଥାପି, ଭାରତ ଏପର୍ଯ୍ୟନ୍ତ ପାକିସ୍ତାନର ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରିଆସିଛି। ଏହି ଚୁକ୍ତି ଅନୁଯାୟୀ, ଯେକୌଣସି ବିବାଦ ପ୍ରଥମେ ଦୁଇ ପକ୍ଷ ଦ୍ୱାରା ନିଯୁକ୍ତ କମିଶନରଙ୍କ ଦ୍ୱାରା ବିଚାର କରାଯାଇପାରିବ ଏବଂ ଯଦି ସେମାନେ ମତଭେଦ ସମାଧାନ କରିବାରେ ବିଫଳ ହୁଅନ୍ତି, ତେବେ ବିଶ୍ୱ ବ୍ୟାଙ୍କ ଦ୍ୱାରା ନିଯୁକ୍ତ ଜଣେ ସ୍ୱାଧୀନ ବିଶେଷଜ୍ଞଙ୍କ ଦ୍ୱାରା ବିଚାର କରାଯାଇପାରିବ।

4/4

ପାକିସ୍ତାନର ସନ୍ଧି ଉଲ୍ଲଂଘନ ପାକିସ୍ତାନ ପ୍ରଥମେ ଜଣେ ସ୍ୱାଧୀନ ବିଶେଷଜ୍ଞ ଖୋଜିଥିଲା ​​ଏବଂ ତା’ପରେ ପ୍ରତ୍ୟାହାର କରି, ହେଗରେ ଅବସ୍ଥିତ ଏକ ବିଶ୍ୱ ବିବାଦ ସମାଧାନ ସଂସ୍ଥା, ସ୍ଥାୟୀ ମଧ୍ୟସ୍ଥତା ଅଦାଲତରୁ ନିଷ୍ପତ୍ତି ନେବାକୁ ଚେଷ୍ଟା କରିଥିଲା। ଭାରତ PCAର କ୍ଷେତ୍ରାଧିକାରକୁ ସ୍ୱୀକାର କରିବାକୁ ମନା କରିଦେଇଛି। ଭାରତ ଯୁକ୍ତି ଦେଉଛି ଯେ ପାକିସ୍ତାନ ମତଭେଦ ସମାଧାନ ପାଇଁ ଚୁକ୍ତିନାମାରେ ଥିବା ବ୍ୟବସ୍ଥାକୁ ଉଲ୍ଲଂଘନ କରିଛି। ସେହି ପୃଷ୍ଠଭୂମିରେ, ଭାରତ ଏବେ କହିଛି ଯେ ବର୍ଦ୍ଧିତ ଜନସଂଖ୍ୟା ଏବଂ ଜଳବାୟୁ ଚାପକୁ ଦୃଷ୍ଟିରେ ରଖି ଚୁକ୍ତିନାମା ପୁନଃବିଚାର କରିବାର ଆବଶ୍ୟକତା ଅଛି।

;