ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସର 'ଅପରେସନ୍ ହନିମୁନ୍' ସଫଳ ହୋଇଥିଲା। ଏହା ଅଧୀନରେ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଏହି ସୁଚିନ୍ତିତ ହତ୍ୟାକାଣ୍ଡରେ, ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡିଛି । ସେ ତାଙ୍କ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣ ଅଭିଯୁକ୍ତ ଆକାଶ ରାଜପୁତ, ବିଶାଲ ଓରଫ ଭିକି ଠାକୁର ଏବଂ ଆନନ୍ଦ କୁର୍ମୀଙ୍କ ସହିତ ମିଶି ଏହି ଅପରାଧ ଘଟାଇଥିଲେ।
Trending Photos
Meghalaya Honeymoon Murder: ହନିମୁନ୍ ସମୟରେ ଦମ୍ପତି କୌଣସି ଫଟୋ ଉଠାଇ ନଥିଲେ । ଏପରି କି ସୋସିଆଲ ମିଡିଆରେ ମଧ୍ୟ କୌଣସି ସୂଚନା ସେୟାର କରିନଥିଲେ । ତେଣୁ ମେଘାଳୟ ପୋଲିସ ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଥିଲା। ହତ୍ୟା ପରେ, ସୋନମ ଅପରାହ୍ନ ୨ଟା୧୫ ରେ ରାଜାଙ୍କ ଆକାଉଣ୍ଟରୁ ଏକ ପୋଷ୍ଟ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖାଥିଲା ଯେ, 'ସାତ ଜନ୍ମୋନ୍ କା ସାଥ୍ ହୈ'।
ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ମେଘାଳୟ ପୋଲିସର 'ଅପରେସନ୍ ହନିମୁନ୍' ସଫଳ ହୋଇଥିଲା। ଏହା ଅଧୀନରେ ଏକ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି । ଏହି ସୁଚିନ୍ତିତ ହତ୍ୟାକାଣ୍ଡରେ, ରାଜାଙ୍କ ପତ୍ନୀ ସୋନମ ରଘୁବଂଶୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଜଣାପଡିଛି । ସେ ତାଙ୍କ ପ୍ରେମିକ ରାଜ କୁଶୱାହା ଏବଂ ଅନ୍ୟ ତିନି ଜଣ ଅଭିଯୁକ୍ତ ଆକାଶ ରାଜପୁତ, ବିଶାଲ ଓରଫ ଭିକି ଠାକୁର ଏବଂ ଆନନ୍ଦ କୁର୍ମୀଙ୍କ ସହିତ ମିଶି ଏହି ଅପରାଧ ଘଟାଇଥିଲେ।
ମେଘାଳୟ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିବା ପାଇଁ ୨୦ ସଦସ୍ୟଙ୍କୁ ନେଇ ଏକ କୋର୍ ଟିମ୍ ଗଠନ କରିଥିଲେ । ଏହି ଅପରେସନରେ ମୋଟ ୧୨୦ଜଣ ପୋଲିସ ନିୟୋଜିତ ହୋଇଥିଲେ। ଜୁନ୍ ୭ ତାରିଖରେ ବିଭିନ୍ନ ସ୍ଥାନରେ ଚଢାଉ ପରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ସୋନମ୍ ଉତ୍ତର ପ୍ରଦେଶର ଗାଜିପୁରରେ ଆତ୍ମସମର୍ପଣ କରିଥିଲେ। ୪୨ଟି ସିସି ଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ତଦନ୍ତ କରି ପୋଲିସ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲା।
ପୋଲିସ ତଦନ୍ତ ଅନୁଯାୟୀ, ରାଜା ଏବଂ ସୋନମ୍ ମେ ୧୧ ତାରିଖରେ ବିବାହ କରିଥିଲେ। ମାତ୍ର ୧୦ ଦିନ ପରେ ହତ୍ୟା ତାଙ୍କୁ ହତ୍ୟା କରାଯିବା ନେଇ ଷଡ଼ଯନ୍ତ୍ର ହୋଇଥିଲା। ମେ ୨୦ ତାରିଖରେ ଦୁହେଁ ହନିମୁନ ପାଇଁ ଗୌହାଟିରେ ପହଞ୍ଚିଥିଲେ । ସେଠାରୁ ସେମାନେ ମେ ୨୨ ତାରିଖରେ ଶିଲଂ ଯାଇଥିଲେ। ମେ ୨୩ ତାରିଖରେ ସୋହରା ଅଞ୍ଚଳରେ ରାଜାଙ୍କୁ ହତ୍ୟା କରାଯାଇଥିଲା।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ହନିମୁନ୍ ସମୟରେ ଦମ୍ପତି କୌଣସି ଫଟୋ ଉଟାଇନଥିଲେ କିମ୍ୱା ଭିଡିଓ ସୁଟ୍ କରି ନଥିଲେ । ସୋସିଆଲ ମିଡିଆରେ କିଛି ସୂଚନା ମଧ୍ୟ ସେୟାର କରି ନଥିଲେ । ଯାହାକୁ ନେଇ ପୋଲିସ ସନ୍ଦେହର ସନ୍ଦେହ ବଢିଥିଲା। ହତ୍ୟା ପରେ, ସୋନମ୍ ରାତି ୨:୧୫ ରେ ରାଜାଙ୍କ ଆକାଉଣ୍ଟରୁ ଏକ ପୋଷ୍ଟ ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖାଯାଇଥିଲା, 'ସାତ ଜନ୍ମୋନ୍ କା ସାଥ୍ ହୈ'। ଏହା ସୋନମଙ୍କ ଉପରେ ସନ୍ଦେହକୁ ଆହୁରି ବଢାଇଥିଲା।
ପୋଲିସ ଅନୁଯାୟୀ, ସୋନମ୍ ତିନି ହତ୍ୟାକାରୀଙ୍କୁ ମଧ୍ୟପ୍ରଦେଶରୁ ମେଘାଳୟକୁ ଡାକିଥିଲେ। ୨୧ ମଇରେ ସମସ୍ତେ ଗୌହାଟିରେ ପହଞ୍ଚିଥିଲେ । ସେଠାରେ ଏକ ହୋଟେଲ ବାହାରେ ଥିବା ଦୋକାନରୁ ମାରଣାସ୍ତ୍ର କିଣାଯାଇଥିଲା। ୨୩ ମଇରେ ସୋନମ ରାଜାଙ୍କୁ ଏକ ନିର୍ଜନ ରାସ୍ତାକୁ ନେଇଯାଇଥିଲେ । ସେଠାରେ ତିନି ଜଣ ହତ୍ୟାକାରୀ ରାଜାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସୋନମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଏବଂ ସେ ହତ୍ୟାକାରୀମାନଙ୍କୁ 'ତାଙ୍କୁ ହତ୍ୟା' କରିବାକୁ ଇଙ୍ଗିତ କରିଥିଲେ। ହତ୍ୟା ପୂର୍ବରୁ ସିସିଟିଭିରେ ସୋନମଙ୍କୁ ତିନି ଅଭିଯୁକ୍ତଙ୍କ ସହିତ ଦେଖିବାକୁ ମିଳିଥିଲା। ହତ୍ୟା ପରେ, ସମସ୍ତେ ୧୧ କିଲୋମିଟର ଦୂରରେ ପରସ୍ପର ସହ ସାକ୍ଷାତ କରିଥିଲେ।
ପୋଲିସ ଘଟଣାସ୍ଥଳରୁ ଆକାଶଙ୍କ ରକ୍ତଭିଜା ସାର୍ଟ ଏବଂ ୬ କିଲୋମିଟର ଦୂରରେ ସୋନମଙ୍କ ରେନକୋଟ୍ ପାଇଥିଲା । ଯାହା ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ଛାଡି ପକାଯାଇଥିଲା। ଯେତେବେଳେ ଆନନ୍ଦ କୁର୍ମିଙ୍କୁ ଧରାଗଲା ସେତେବେଳେ ସେହି ସମାନ ପୋଷାକ ମିଳିଥିଲା । ଯେଉଁ ପୋଷାକକୁ ସେ ହତ୍ୟା ସମୟରେ ପିନ୍ଧିଥିଲେ। ପୋଲିସ ସ୍କୁଟି ଡ୍ରାଇଭରଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲା । ଯାହା ଷଡ଼ଯନ୍ତ୍ରର ଲିଙ୍କକୁ ସଂଯୋଗ କରିଥିଲା।
ହତ୍ୟା ପରେ, ସୋନମ ୨୩ ମଇରେ ଗୌହାଟିରୁ ଟ୍ରେନ ମାଧ୍ୟମରେ ଇନ୍ଦୋରରେ ପହଞ୍ଚିଥିଲେ । ଯେଉଁଠାରେ ସେ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କୁ ଭେଟିଥିଲେ। ରାଜ ତାଙ୍କୁ ଗୋଟିଏ ଦିନ ପାଇଁ ଏକ ଭଡା ଘରେ ରଖିଲେ। ଏହା ପରେ ଜଣେ ଡ୍ରାଇଭର ସୋନମଙ୍କୁ ଉତ୍ତର ପ୍ରଦେଶ ଛାଡିଦେଇଥିଲେ। ସୋନମ ୨୫ ମଇରୁ ଗାଜିପୁରରେ ଲୁଚି ରହିଥିଲେ । ରାଜ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ସେ ନିରନ୍ତର ଯୋଗାଯୋଗରେ ଥିଲେ। ୩ ଏବଂ ୪ ଜୁନରେ ହତ୍ୟା ସମ୍ପର୍କରେ ସୋନମଙ୍କ ସମ୍ପୃକ୍ତି ବିଷୟରେ ପୋଲିସ ଜାଣିବାକୁ ପାଇଲା। ଏହି ସମୟରେ, ପୋଲିସ ଇନ୍ଦୋରରେ ରାଜ କୁଶୱାହାଙ୍କୁ ଉଠାଇ ନେଇଥିଲା । ତା’ପରେ ସୋନମ ଗାଜିପୁରର ଏକ ଢାବାରେ ଆତ୍ମସମର୍ପଣ କରିଥିଲେ।
ପୋଲିସ ସୂଚନା ଅନୁଯାୟୀ, ସୋନମ ଏବଂ ରାଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, ଯାହା ଯୋଗୁଁ ଏହି ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇଥିଲା। ହତ୍ୟାର ମୁଖ୍ୟ କାରଣ ଥିଲା ରାଜାଙ୍କୁ ରାସ୍ତାରୁ ହଟାଇବା ଏବଂ ସୋନମଙ୍କୁ ରାଜ କୁଶୱାହାଙ୍କ ସହିତ ରହିବା। ମେଘାଳୟ ପୋଲିସ ଏବେ ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ଶିଲଂକୁ ଆଣିବାକୁ ଯାଉଛି।
Also Read- ଅଣ୍ଡାଠାରୁ ଅଧିକ ପ୍ରୋଟିନ ମିଳିଥାଏ ଏହି ଜିନିଷରୁ, ୪ ରୋଗରୁ କରେ ରକ୍ଷା !