Weather News: ବହିଲା ଧୂଳିମୟ ପବନ, ହେଲା ବର୍ଷା, ଭିଜିଲା ରାଜଧାନୀ
Advertisement
Article Detail0/zeeodisha/odisha2712741

Weather News: ବହିଲା ଧୂଳିମୟ ପବନ, ହେଲା ବର୍ଷା, ଭିଜିଲା ରାଜଧାନୀ

ସନ୍ଧ୍ୟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପାଣିପାଗ ପରିବର୍ତ୍ତନ ହୋଇଛି । ହଠାତ୍ ପାଗ ବଦଳିବା ସହ ତାତିରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ଏନସିଆରରେ ଧୂଳିଝଡ଼ ହେବା ସହ ଅନେକ ସ୍ଥାନରେ ବର୍ଷା ହୋଇଛି । ନୋଏଡାରେ ମଧ୍ୟ ଧୂଳିଝଡ କାରଣରୁ ଜନଜୀବନ ପ୍ରଭାବିତ ହୋଇଛି ।

Weather News: ବହିଲା ଧୂଳିମୟ ପବନ, ହେଲା ବର୍ଷା, ଭିଜିଲା ରାଜଧାନୀ

Weather Update: ଆଜି ସନ୍ଧ୍ୟାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପାଣିପାଗ ପରିବର୍ତ୍ତନ ହୋଇଛି । ହଠାତ୍ ପାଗ ବଦଳିବା ସହ ତାତିରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ଏନସିଆରରେ ଧୂଳିଝଡ଼ ହେବା ସହ ଅନେକ ସ୍ଥାନରେ ବର୍ଷା ହୋଇଛି । ନୋଏଡାରେ ମଧ୍ୟ ଧୂଳିଝଡ କାରଣରୁ ଜନଜୀବନ ପ୍ରଭାବିତ ହୋଇଛି ।

ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ, ଦିଲ୍ଲୀ ଏନସିଆର ଅଞ୍ଚଳରେ ସର୍ବାଧିକ ତାପମାତ୍ରା ପ୍ରାୟ ୩୯ ରୁ ୪୧ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସର୍ବନିମ୍ନ ପାରଦ ସ୍ୱାଭାବିକଠାରୁ ପ୍ରାୟ 6 ଡିଗ୍ରୀ ଅଧିକ ଏବଂ ସର୍ବାଧିକ ପାରଦ ସ୍ୱାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିଲା। ଆଇଏମଡି ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ପରଠୁ ଦିଲ୍ଲୀ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଆକାଶ ସାଧାରଣତଃ ମେଘୁଆ ରହିବ। କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇପାରେ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଘଡ଼ଘଡ଼ି ଏବଂ ବିଜୁଳି ସହିତ ପ୍ରବଳ ପବନ ବହିଛି, ଯାହାର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ହେବ । ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି।

ଏପ୍ରିଲ୍ ୧୧ ଏବଂ ୧୨ ତାରିଖରେ ଦିଲ୍ଲୀ ଏନସିଆରରେ ଆକାଶ ମେଘୁଆ ରହିବ। ହାଲୁକା ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଦିନବେଳା ଘଣ୍ଟା ପ୍ରତି ୨୦-୩୦ କିଲୋମିଟର ବେଗରେ ପବନ ବହିବ । ପବନର ବେଗ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ସର୍ବାଧିକ ତାପମାତ୍ରା ୩୬ ରୁ ୩୮ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୩ ରୁ ୨୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ରହିଛି ।

ସେହିପରି, ୧୩ ଏପ୍ରିଲରେ ଦିଲ୍ଲୀ ଏନସିଆର ଏବଂ ଆଖପାଖ ଅଞ୍ଚଳରେ ପାଗ ସଫା ରହିବ। ସର୍ବାଧିକ ତାପମାତ୍ରା ୩୮ ରୁ ୪୦ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୯ ରୁ ୨୧ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ଆକଳନ କରାଯାଇଛି । ସକାଳେ ଘଣ୍ଟାପ୍ରତି ୬-୮ କିଲୋମିଟର ବେଗରେ ଏବଂ ଅପରାହ୍ନରେ ୮-୧୨ କିଲୋମିଟର ବେଗରେ ପବନ ବହିପାରେ । ସନ୍ଧ୍ୟା ଏବଂ ରାତିରେ ଉତ୍ତର-ପୂର୍ବ ଦିଗରୁ ୮ କିଲୋମିଟର ପ୍ରତି ଘଣ୍ଟାରୁ କମ୍ ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।

Also Read- ତହୱୁର ରାଣାକୁ ଦିଲ୍ଲୀ ଆଣିବା ସମୟରେ ଲାଲକିଲା-ଜାମା ମସଜିଦକୁ ବୋମା ବିସ୍ଫୋରଣ ଧମକ

Also Read- Hanuman Jayanti: ୫୭ ବର୍ଷ ପରେ ହନୁମାନ ଜୟନ୍ତୀରେ ପଞ୍ଚଗ୍ରହୀ ଯୋଗର ଶୁଭ ମିଶ୍ରଣ, ୫ ରାଶିକୁ ଲାଭ

;