Advertisement
Photo Details/zeeodisha/odisha2757512
photoDetails0hindi

Heavy Rain Alert: ୬୦ କି.ମି ବେଗରେ ପବନ ସହ ପ୍ରବଳ ମେଘ-ଘଡ଼ଘଡ଼ି, ଏହି ଜିଲ୍ଲାମାନଙ୍କ ଆଲର୍ଟ ଜାରି...

Heavy Rain Alert in Odisha: ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। 

1/5

ଆସନ୍ତା କାଲି ଗୁରୁବାର ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୧୩ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୬ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

2/5

ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୩ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, କନ୍ଧମାଳ, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଓ କଟକ।

3/5

ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୬ ଜିଲ୍ଲା ହେଉଛି ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି।

4/5

ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ୪୦-୫୦ କିମି ଓ ୫୦-୬୦ କିମି ବେଗରେ ପବନ ବହିବା ନେଇ ବିଭାଗ ତରଫରୁ ଆଲର୍ଟ ଜାରି କରାଯାଇଛି। 

5/5

ସେପଟେ ବର୍ଷା ପ୍ରଭାବରେ ରାଜ୍ୟରେ ତାତି ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

;