Horoscope Today 26 March 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୬ ହେଉଛି ବୁଧବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ମେଷ : ଆଜିର ଦିନଟି ବହୁତ ଭଲରେ ଅତିବାହିତ ହେବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ନିଜର ସମ୍ପର୍କୀୟମାନଙ୍କ ସମ୍ବନ୍ଧରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । କୌଣସି ଆବଶ୍ୟକ ଜିନିଷ ସୁବିଧାରେ ପାଇବା ସକାଶେ କିଛି କରିବାକୁ ପଡ଼ିବ ।
ALSO READ: Pana Sankranti 2025: ପଣା ସଂକ୍ରାନ୍ତିରେ ପଡୁଛି ଦୁର୍ଲଭ ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ହେବ ଟଙ୍କାବର୍ଷା
ALSO READ: ପ୍ରେମିକ ବିକ୍ରମକୁ ଭୁଲି ନାହାଁନ୍ତି ରାଣୀ ପଣ୍ତା, ଇନଷ୍ଟାରେ ସେୟାର କଲେ ଏହି ଭିଡିଓ
ବୃଷ : ବାଣିଜ୍ୟ, ବ୍ୟବସାୟ ଓ ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ଦୂରଯାତ୍ରା କରିବେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନ କ୍ଷେତ୍ରରେ ସୁଫଳ ମିଳିବ । କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ଖେଳକୁଦରେ ସୁନାମ ଅର୍ଜନ କରିପାରନ୍ତି ।
ମିଥୁନ : ଆଜି ଆର୍ଥିକ ଅବସ୍ଥା ଭଲ ରହିବ। ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା କହି ସମସ୍ୟାରେ ପଡିବେ। ପ୍ରତିଯୋଗିତା କିମ୍ବା ବିବାଦୀୟ ଘଟଣା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ବନ୍ଧୁଙ୍କ ମନରେ ବିଶ୍ୱାସ ସୃଷ୍ଟି ହେଲା ଭଳି କାମ କରିବେ। ଅନ୍ୟମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବେ। ଘରେ ପିଲାଙ୍କ କଥା ନେଇ ଦୁଃଖ ପ୍ରକାଶ କରିବେ ।
କର୍କଟ : ସାହିତ୍ୟ,ସଙ୍ଗୀତ, କଳା ଓ ବୈଷୟିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ପଡ଼ିପାରେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ । ସାମାଜିକ ସ୍ତରରେ କାମ ହାସଲର ଦୂରଭିସନ୍ଧି ରଖି ମିତ୍ରମାନେ ପ୍ରଶଂସା ଗାଇପାରନ୍ତି ।
ସିଂହ : ଆଜି ଦିନଟି ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଆଶା କରିଥିବା ଦିଗରୁ ଖୁସି ଖବର ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ପାଇବେ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ । ମନ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
କନ୍ୟା: ସତର୍କତାର ଅଭାବ ଏବଂ ସାମାନ୍ୟ ଭୁଲ୍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ସାହିତ୍ୟ ଚର୍ଚ୍ଚା, ସଂଗଠନ, ମାଲିମକଦ୍ଦମା, ରାଜନୀତି, ପ୍ରଶାସନ ପାଇଁ ଦିନଟି ବହୁତ ଭଲ । ନିଜେ ଅସୁବିଧାରେ ରହିଥିଲେ ମଧ୍ୟ ଅନ୍ୟମାନଙ୍କ ପ୍ରତି ଉଦାର ମନୋଭାବରୁ ପ୍ରଶଂସିତ ହେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ ।
ତୁଳା : ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ । ଅନାବଶ୍ୟକ କଥା କହି ଅଯଥା ଶତ୍ରୃତା ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକାଂଶ ସମୟ କଟାଇବେ । ନିଜର କ୍ଷମାଗୁଣରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ ।
ବିଛା : ଛୋଟ ଛୋଟ କଥାକୁ ନେଇ ଭୁଲ୍ ବୁଝାମଣାରୁ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ । ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ସମସ୍ୟା ସୃଷ୍ଟି କରିପାରେ । ଦେହ ଭଲ ଥିଲେ ମଧ୍ୟ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ବ୍ୟବହାରରେ କଠୋରତା କାରଣରୁ ସମାଲୋଚିତ ହୋଇପାରନ୍ତି । ସାହିତ୍ୟ, ସଂସ୍କୃତି, ସାଂଗଠନିକ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।
ଧନୁ : କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆଶା ଓ ଅଭିଳାଷ ପୂରଣ ହେବାରେ ଜଣେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ । ନିରଳସ କାମ ଓ ଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି ଓ ପ୍ରଶାସନିକ
ମକର : ଆଜି ବାଣିଜ୍ୟ, ଶିଳ୍ପ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିବେ । ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ । ବନ୍ଧୁବର୍ଗଙ୍କ ଆହ୍ବାନକ୍ରମେ କୌଣସି ପାର୍ଟିରେ ଯୋଗ ଦେଇପାରନ୍ତି।ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ଅବଶ୍ୟ ସାହାଯ୍ୟ କରିବେ ।
କୁମ୍ଭ : କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ । ପରିସ୍ଥିତିରେ ପଡ଼ି ଇଚ୍ଛା ନ ଥିଲେ ମଧ୍ୟ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ସମସ୍ୟା ଘେରରେ ରହିଥିଲେ ସୁଦ୍ଧା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । ଘରୋଇ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ।
ମୀନ : ଆଜି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭକରିବେ । କେତେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ମନ ଅସ୍ଥିର ରହିବାରୁ କାମ ସମ୍ପନ୍ନ କଷ୍ଟକର ହୋଇପଡ଼ିବ । ବନ୍ଧୁଙ୍କ କାମ ସକାଶେ ବାହାରକୁ ଯିବାକୁ ବାଧ୍ୟ ହୋଇପାରନ୍ତି ।
ट्रेन्डिंग फोटोज़