Advertisement
Photo Details/zeeodisha/odisha2694423
photoDetails0hindi

Guru Gochar 2025: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏପ୍ରିଲରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ରହିବନି ଟଙ୍କାର ଅଭାବ!

Guru Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ନବଗ୍ରହଙ୍କ ମଧ୍ୟରୁ ଦେବଗୁରୁ ବୃହସ୍ପତିଙ୍କୁ ଧନ, ଜ୍ଞାନ, ବିବାହ, ଶିକ୍ଷା, ସନ୍ତାନ ଓ ଆଧ୍ୟାମିକତାର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମେର ବୃହସ୍ପତି ଏପ୍ରିଲ୍ ୧୦ ତାରିଖ ୨୦୨୫ ସନ୍ଧ୍ୟା ୭ଟା ୫୧ ମିନିଟ୍ ସମୟରେ ମୃଗଶିରା ନକ୍ଷତ୍ରକୁ ଚଳନ କରିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଶୁଭ ପ୍ରମାଣିତ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ବୃହସ୍ପତିଙ୍କ ଚଳନ କେଉଁସବୁ ରାଶିର ଭାଗ୍ୟ ଚମକାଇବାକୁ ଯାଉଛି।...

1/5

ମେଷ : ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରୁ ନୂଆ ପଦବୀ ମିଳିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ବ୍ୟବସାୟରେ ଲାଭ ବଢିବ। ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପୁରୁଣା ନିବେଶରୁ ଲାଭ ପାଇବେ। ପରିବାର ଲୋକଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ  ଆଶା ପୂରଣ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Today Horoscope: ଆଜି ମିଥୁନ -କନ୍ୟା ସହ ଏହିସବୁ ରାଶିଙ୍କ ପାଇଁ ବଢିପାରେ ଅଡୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Weather Update: ଆଜିଠୁ ପୁଣି କଲବଲ କରିବ ତାତି, ପ୍ରବଳ ଖରା ସାଙ୍ଗକୁ ହେବ ଗୁଳୁଗୁଳି

2/5

ବୃଷ:  ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ବିଶେଷକରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ଯେଉଁମାନେ ସେୟାର ବଜାର ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ।  କର୍ମକ୍ଷେତ୍ରରୁ ଶୁଭ ଫଳ ମିଳିବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ଯୋଜନା ଜାରି ରଖନ୍ତୁ ସଫଳତା ନିଶ୍ଚୟ ପାଇବେ।  ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଅବିବାହିତଙ୍କର ବିବାହ ଯୋଗ ଫିଟିବ । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ଝଡରେ ପୁର୍ଣ୍ଣଛେଦ ପଡିବ। ପୁରୁଣା ରୋଗରୁ ମୁକ୍ତି ମିଳିବ।  

 

3/5

ସିଂହ:  ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଶୁଭ ସମୟ ଆରମ୍ଭ ହେବ। କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ନେଇ ଅଫର ମିଳିବ। ନିଯୁକ୍ତି ସୁଯୋଗ ନେଇ ଯୋଗ ରହିଛି । କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ବିଦେଶରେ କାରାବାର ବୃଦ୍ଧି କରିବା ପାଇଁ ସମୟ ଅନୁକୂଳ ରହିଛି।  ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବା ସହିତ ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ବିବାହ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।

4/5

ତୁଳା:  ବୃହସ୍ପତିଙ୍କ ଶୁଭ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଦେଶ ଯାତ୍ରାର ଆଶା ପୂରା ହେବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭ ରହିଛି। ଏହି ସମୟରେ ସେମାନଙ୍କ ଆଶା ପୂରା ହେବ। ରିୟଲି -ଇଷ୍ଟେଟ୍ ବ୍ୟବସାୟରେ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖାସ୍ ରହିଛି। ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସେୟାର ବଜାରରୁ ଲାଭବାନ୍ ହେବେ। ରୋଜଗାରର ନୂଆ ଉତ୍ସ ଖୋଲିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀର ରାୟ ଆପଣଙ୍କ ସପକ୍ଷରେ ଯିବ।  

 

5/5

ମକର: ମକର ରାଶିଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ବିଶେଷକରି, ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏକଜାମ୍ ଦେଉଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ସେମାନେ ଭଲ ରେଜଲ୍ଟ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ନୂଆ ଘର-ଗାଡି଼ କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ।  ନିଜ ବ୍ୟବସାୟୀ ପ୍ରତିଦ୍ବନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ଦୂର ଯାତ୍ରା କରିବେ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;