ସୌମ୍ୟାଶ୍ରୀଙ୍କ ପାଇଁ ବିଜେପିର ଦୀପଦାନ, କଂଗ୍ରେସର କ୍ୟାଣ୍ଡେଲ୍‌ ରାଲି
Advertisement
Article Detail0/zeeodisha/odisha2841599

ସୌମ୍ୟାଶ୍ରୀଙ୍କ ପାଇଁ ବିଜେପିର ଦୀପଦାନ, କଂଗ୍ରେସର କ୍ୟାଣ୍ଡେଲ୍‌ ରାଲି

ସୌମ୍ୟାଶ୍ରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଲିଙ୍ଗରାଜ ମନ୍ଦିର ନିକଟରେ ଦୀପଦାନ କରାଯାଇଛି ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଧାୟକ ବାବୁ ସିଂ ପ୍ରମୁଖ ଏହି ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେପଟେ, କଟକ ଦରଘା ବଜାର ନିକଟରେ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ରାଲି କରିଛି କଂଗ୍ରେସ୍ । 

ସୌମ୍ୟାଶ୍ରୀଙ୍କ ପାଇଁ ବିଜେପିର ଦୀପଦାନ, କଂଗ୍ରେସର କ୍ୟାଣ୍ଡେଲ୍‌ ରାଲି

ଭୁବନେଶ୍ୱର: ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପି ପକ୍ଷରୁ ଦୀପଦାନ କରାଯାଇଛି । ସୌମ୍ୟାଶ୍ରୀଙ୍କ ଆତ୍ମାର ସଦ୍‌ଗତି ପାଇଁ ଲିଙ୍ଗରାଜ ମନ୍ଦିର ନିକଟରେ ଦୀପଦାନ କରାଯାଇଛି ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ବିଧାୟକ ବାବୁ ସିଂ ପ୍ରମୁଖ ଏହି ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । 

ସେପଟେ, କଟକ ଦରଘା ବଜାର ନିକଟରେ ସୌମ୍ୟାଶ୍ରୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ୍‌ ରାଲି କରିଛି କଂଗ୍ରେସ୍ । ବିଧାୟିକା ସୋଫିଆଙ୍କ ନେତୃତ୍ବରେ ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ବାସଭବନ ଘେରାଉ କରାଯାଇଛି । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହେବା ସହ ବାସଭବନ ଉପରକୁ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ୍ । ଅନ୍ୟପଟେ, ମୃତ ସୌମ୍ୟାଶ୍ରୀଙ୍କ ଗାଁରେ ପହଞ୍ଚିଛନ୍ତି PCC ସଭାପତି ଭକ୍ତ ଚରଣ ଦାସ । ଭୋଗରାଇ ବ୍ଲକ ପଳାସିଆରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିବା ସହ ଆଲୋଚନା କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସୌମ୍ୟଶ୍ରୀଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

ଅନ୍ୟପଟେ, ସୌମ୍ୟାଶ୍ରୀ ମୃତ୍ୟୁ କାରଣକୁ ନେଇ ବୁଧବାର ବାଲେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି । ଭୁବନେଶ୍ୱରରେ ଲୋକସେବା ଭବନ ଘେରାଉ ନେଇ ମଧ୍ୟ ନିଷ୍ପତ୍ତି ନେଇଛି ବିଜେଡି । 

Also Read- Shubhanshu shukla: ୧୮ ଦିନ ଧରି ମହାକାଶରେ କେମିତି ସମୟ ବିତାଉଥିଲେ ଶୁଭାଂଶୁ, ଜାଣନ୍ତୁ

Also Read- Rahu Nakshatra Gochar: ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ରାହୁ ଚଳନ, ୪ ରାଶିର ଚମକିବ ଭାଗ୍ୟ

;