Bahuda Yatra 2025: ରଥ ଗଡ଼ିବ ସଅଳ, ଅପରାହ୍ଣ ନୁହେଁ ପୂର୍ବାହ୍ଣରେ ହୋଇପାରେ ରଥଟଣା
Advertisement
Article Detail0/zeeodisha/odisha2827025

Bahuda Yatra 2025: ରଥ ଗଡ଼ିବ ସଅଳ, ଅପରାହ୍ଣ ନୁହେଁ ପୂର୍ବାହ୍ଣରେ ହୋଇପାରେ ରଥଟଣା

Bahuda Yatra 2025: ଆଜି ପୁରୀରେ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଆୟୋଜନ ଶେଷ ହୋଇଛି। ନିର୍ଘଣ୍ଟ ଅନୁସାରେ ଥିବା ନୀତିକାନ୍ତିକୁ ସଅଳ ତଥା ପୂର୍ବ ରାତିରୁ ଶେଷ କରାଯାଇଛି। ସକାଳ ୭ଟାରେ ଯେଉଁ ସେନାପଟା ଲାଗି ନୀତି ରହିଥିଲା ତାହା ସନ୍ଧ୍ୟା ଦର୍ଶନ ଦିନ ଶେଷ କରାଯାଇଛି। ରଥଯାତ୍ରା ଦିନ ଯେଉଁ ବିଭ୍ରାଟ ହୋଇଥିଲା ତାହାର ଯେମିତି ପୁନରାବୃତ୍ତି ନହୁଏ ସେଥିଲାଗି ଉଭୟ ସେବାୟତ ଓ ପ୍ରଶାସନ ସତର୍କ ରହିଛନ୍ତି। 

ଆସନ୍ତାକାଲି ସୁନାବେଶ ଥିବାରୁ ତିନି ରଥ ସିଂହଦ୍ୱାରରେ ପହଞ୍ଚିଲେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଆୟୋଜନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରଥ ଯେପରି ଆଜି ଶୀଘ୍ର ଟଣାଯିବ ସେ ନେଇ ପ୍ରସ୍ତୁତି ଶେଷ ହୋଇଛି। ନିର୍ଘଣ୍ଟ ଅନୁସାରେ ଆଜି ସକାଳେ ୭ଟାରୁ ସାଢ଼ା ୧୧ଟାଯାଏ ସେନାପଟା ଲାଗି କାର୍ଯ୍ୟକ୍ରମ ଥିଲା। ଏହା ଏକ ସମୟ ଅତିବାହିତ କରୁଥିବା ଜରୁରୀ ପ୍ରକ୍ରିୟା। ଏଣୁ ସେବାୟତମାନେ ସମୟ ବଞ୍ଚାଇବା ଲାଗି ଏହି ନୀତିକୁ ପୂର୍ବଦିନ ଅର୍ଥାତ୍‍ ସନ୍ଧ୍ୟା ଦର୍ଶନ ଦିନ ଶେଷ କରିଛନ୍ତି। ଏଥିଲାଗି ସନ୍ଧ୍ୟା ଦର୍ଶନକୁ ସନ୍ଧ୍ୟା ୬ଟା ଯାଏ ସୀମିତ କରାଯାଇ ଗୁଣ୍ଡିଚାମନ୍ଦିର ଶୋଧ କରାଯାଇଥିଲା। ଅପରପକ୍ଷେ ବାହୁଟ କଣ୍ଟ, କୁସୁମି ଲାଗି, ଚାରବନ୍ଧା କାର୍ଯ୍ୟକ୍ରମ ମଧ୍ୟ ଶେଷହୋଇଛି। ଗତକାଲି ଶ୍ରୀଜିଉଙ୍କ ଖଟ ଶେଜ ଲାଗି ହୋଇ ନାହିଁ। ଏଣୁ ସକାଳ ୮ଟା ବେଳୁ ପହଣ୍ଡି ଆରମ୍ଭ ହେବାର ସମ୍ଭାବନାରହିଛି।
 
ପୁରୀରେ ପୁଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରାର ଅଘଟଣକୁ ଦୃଷ୍ଟିରେ ରଖି କର୍ଡନ ପାସ୍ଧା ରୀଙ୍କୁ ମଧ୍ୟ ୩୦ ମିନିଟରୁ ଅଧି ସମୟ କର୍ଡନ ଭିତରେ ରହିବାକୁ ବାରଣ କରାଯାଇଛି। ପୁରୀରା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ ଉପସ୍ଥିତ ରହିଛନ୍ତି। ପରିସ୍ଥିତିକୁ ଯାଞ୍ଚ କରାଯାଉଛି। 

ପୂର୍ବ ନିର୍ଦ୍ଧାରିତ ନୀତି  ନିର୍ଘଣ୍ଟ ଅନୁସାରେ ସକାଳ ୪ଟାରେ ମଙ୍ଗଳ ଆରତୀ ସାରି ୪ଟା ୧୫ରେ ମଇଲମ, ୪ଟାରେ ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଈ ୬ଟା ୪୫ରେ ଗାପାଳ ବଲ୍ଲତଭ ଓ ସକାଳ ଧୂପ ଖେଚେଡ଼ି ଭୋଗ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। ସକାଳ ୭ଟାରେ ସେନାପଟା, ସାଢ଼େ ଦୁଇଟାରେ ପହଣ୍ଡିସ୍ଥିର ହୋଇଥିଲା। ୪ଟାରେ ରଥ ଟଣା ହେବାକୁ ଥିଲେ ମଧ୍ୟର ଏହା ପୂର୍ବହ୍ଣରେ ହେବାର ସମ୍ଭାବନା ରହିଛି।

;