PM Modi: ୯ ମଇ ରାତିରେ କ’ଣ ଘଟିଥିଲା? ପ୍ରଧାନମନ୍ତ୍ରୀ ମୋଦୀ କଲେ ଖୁଲାସା
Advertisement
Article Detail0/zeeodisha/odisha2860248

PM Modi: ୯ ମଇ ରାତିରେ କ’ଣ ଘଟିଥିଲା? ପ୍ରଧାନମନ୍ତ୍ରୀ ମୋଦୀ କଲେ ଖୁଲାସା

Parliament Monsoon Session: ଲୋକସଭାରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୯ ମଇ ରାତିରେ ଆମେରିକାର ଉପରାଷ୍ଟ୍ରପତି ମୋତେ ଅନେକ ଥର ଫୋନ୍ କରିଥିଲେ। ମୁଁ ବ୍ୟସ୍ତ ଥିଲି, ତେଣୁ ମୁଁ ପରେ କଥା ହୋଇଥିଲି। ସେ କହିଥିଲେ ଯେ ପାକିସ୍ତାନ ଏକ ବଡ଼ ଆକ୍ରମଣ କରିବାକୁ ଯାଉଛି।

Parliament Monsoon Session Day 7

ଲୋକସଭାରେ ଅପରେସନ ସିନ୍ଦୂର ଓ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିଥିଲେ। ସେ ଗୃହକୁ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂରର ଲକ୍ଷ୍ୟ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ଥିଲା, ତେଣୁ ଲକ୍ଷ୍ୟ ହାସଲ ହେବା ପରେ ଆମେ ଆମର ସର୍ତ୍ତାବଳୀରେ ଅସ୍ତ୍ରବିରତି ଗ୍ରହଣ କରିଥିଲୁ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ମେ ୯ ରାତିରେ ଆମେରିକାର ଉପରାଷ୍ଟ୍ରପତି ଫୋନ୍ କରି ଜଣାଇଥିଲେ ଯେ ପାକିସ୍ତାନ ଏକ ବଡ଼ ଆକ୍ରମଣ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ ସ୍ପଷ୍ଟ କରିଥିଲେ ଯେ ବିଶ୍ୱର କୌଣସି ନେତା ଭାରତକୁ ଅପରେସନ ସିନ୍ଦୂର ବନ୍ଦ କରିବାକୁ କହି ନାହାଁନ୍ତି। ଆମେରିକାର ଉପରାଷ୍ଟ୍ରପତି ନିଶ୍ଚିତ ଭାବରେ ୯ ମଇ ରାତିରେ ମୋତେ ଫୋନ୍ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୯ ତାରିଖ ରାତିରେ ଆମେରିକାର ଉପରାଷ୍ଟ୍ରପତି ମୋତେ ଫୋନ୍ କରିବାକୁ ଚେଷ୍ଟା କରିଥିଲେ। ମୁଁ ସେନା ସହିତ ଏକ ବୈଠକରେ ଥିଲି, ମୁଁ ତାଙ୍କୁ ପରେ କଲ୍ ବ୍ୟାକ୍ କରିଥିଲେ। ତା’ପରେ ଉପରାଷ୍ଟ୍ରପତି ମୋତେ ଫୋନ୍‌ରେ କହିଥିଲେ ଯେ ପାକିସ୍ତାନ ଏକ ବହୁତ ବଡ଼ ଆକ୍ରମଣ କରିବାକୁ ଯାଉଛି। ମୁଁ ଉତ୍ତର ଦେଇଥିଲି ଯେ ଯଦି ପାକିସ୍ତାନ ଆକ୍ରମଣ କରେ, ତେବେ ଆମେ ଏକ ବଡ଼ ଆକ୍ରମଣ କରିବୁ ଏବଂ ଗୁଳିର ଜବାବ ଗୋଳାରେ ଦେବୁ। ୯ ଏବଂ ୧୦ ମଇ ରାତିରେ ଆମେ ପାକିସ୍ତାନର ସାମରିକ ଶକ୍ତିକୁ ଧ୍ୱଂସ କରିଦେଇଥିଲୁ।

;