Ratha Yatra 2025: ଗତକାଲି ରଥ ଟାଣି ନପାରି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ସେପଟେ ଏହାକୁ ନେଇ ଏବେ ଅନେକ ତର୍କବିତର୍କ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପୁରୀଠାରେ ରଥଟଣାରେ ହୋଇଥିବା ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ରେ ନିଜ ଉଦବେଗ ପ୍ରକାଶ କରି ସେ ଏଥିପାଇଁ ଚିନ୍ତାପ୍ରକଟ କରିଛନ୍ତି ।
Trending Photos
Ratha Yatra 2025: ପୁରୀ ମେଡିକାଲରେ ଅସମ୍ଭାଳ ସ୍ଥିତି । ୬୦୦ରୁ ଅଧିକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ଏବେ ସୋସିଆଲ ମିଡିଆରେ ବେଶ୍ ହଲଚଲ ସୃଷ୍ଟି କରିଛି । ରଥଟଣା ସମୟରେ ଦଳାଚକଟା ଏବଂ ଅଣନିଃଶ୍ବାସୀ ହୋଇ ଅଧିକାଂଶ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି କିଛି ଭକ୍ତ ସମୁଦ୍ରରେ ଗାଧୋଇବା ବେଳେ ଆହତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ମଧ୍ୟ ନଜର ରହିଛି । ସେଥି ମଧ୍ୟରୁ ଅଧିକାଂଶ ମହିଳା ବୟସ୍କା ବ୍ୟକ୍ତି ଅଛନ୍ତି । ପ୍ରତି ୫ ମିନିଟରେ ବଡ଼ଦାଣ୍ଡରୁ ଆମ୍ବୁଲାନ୍ସ ଯୋଗେ ଶ୍ରଦ୍ଧାଳୁଙ୍କୁ ମେଡିକାଲକୁ ନିଆଯାଇଥିଲା । ଯାହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ତେବେ ଗତକାଲିଠୁ ସାରା ଓଡ଼ିଶାରେ କେବଳ ଗୋଟିଏ ଚର୍ଚ୍ଚା ନନ୍ଦିଘୋଷ ରଥ ଟଣାର ବିଳମ୍ବ । ସବୁ ନିତୀକାନ୍ତି ସମୟାନୁସାରେ ହେଲା ପରେ ବି ଜଗାର ନନ୍ଦିଘୋଷ ରଥ ପାଦେ ବି ଘୁଞ୍ଚିନଥିଲା। ଏତେ ସମୟ ଅପେକ୍ଷା ପରେ ରାତି ୭ଟା ୪୭ ମିନିଟରେ ହୋଇଥିଲା ନନ୍ଦିଘୋଷ ରଥଟଣା। ମାତ୍ର ପାହୁଣ୍ଡେ ଯାଇ ଅଟକିଥିଲା ନନ୍ଦିଘୋଷ ରଥ। ତେବେ ଏହାକୁ ନେଇ ଏବେ କୋଟି ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କାରଣ କାଇଁ କେତେଦୂରୁ ଭକ୍ତ ଏହି ଦିନକୁ ଅପେକ୍ଷା କରିଥାଏ। ଆଉ ଗତକାଲି ରଥ ଟାଣି ନପାରି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ । ସେପଟେ ଏହାକୁ ନେଇ ଏବେ ଅନେକ ତର୍କବିତର୍କ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ପୁରୀଠାରେ ରଥଟଣାରେ ହୋଇଥିବା ବିଭ୍ରାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ରେ ନିଜ ଉଦବେଗ ପ୍ରକାଶ କରି ସେ ଏଥିପାଇଁ ଚିନ୍ତାପ୍ରକଟ କରିଛନ୍ତି ।
ଗୋଟେ ପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଅନ୍ୟପଟେ ରଥଟଣାରେ ବିଳମ୍ବ ଯୋଗୁ ଏଭଳି ଅଘଟଣ ଘଟିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଚଳିତ ବର୍ଷ ରଥଯାତ୍ରାରେ ୨୦୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହିତ ୧୩୦୦ ଅଧିକାରୀ ପୁରୀ ବଡ଼ଦାଣ୍ଡରେ ନିୟୋଜିତ ହୋଇଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ପୁରୀ ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ସମେତ ଓଡ଼ିଶାର ବିଭିନ୍ନ ମେଡିକାଲରୁ ୩୦୦ଜଣ ଡାକ୍ତର ଓ କର୍ମଚାରୀ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ହେଲେ ବି ଏମିତି ଅବ୍ୟବସ୍ଥା ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ସହ ଅନ୍ୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
Also Read: Ratha Yatra 2025: ନୀତି ନିୟମ ଭୁଲିଗଲା ପ୍ରଶାସନ...ସୂର୍ଯ୍ୟାସ୍ତ ପରେ ରାତି ୭ଟା୪୭ରେ ଟଣାହେଲା ନନ୍ଦିଘୋଷ
Also Read: Nandighosha Rath: କାହିଁକି ନନ୍ଦିଘୋଷ ରଥଟଣା ହେଲା ଢେର୍ ବିଳମ୍ବ...ଜାଣନ୍ତୁ ୫ଟି ପଏଣ୍ଟରେ ସବୁକିଛି...